Astrology- ଆସୁଛି ରାମନବମୀ (April 10), ବନୁଛି ରାଜଯୋଗ, ରାଜା ପରି ଜୀବନ କାଟିବେ ଏହି 6 ଟି ରାଶିର ଲୋକ

ଧାର୍ମିକ ପରମ୍ପରା ଅନୁଯାୟୀ ଚୈତ୍ର ନବରାତ୍ରି ଠାରୁ ହିନ୍ଦୁ ନବବର୍ଷର ଆରମ୍ଭ ହୋଇଥାଏ । ଏହି ନଅ ଦିନ ଖୁବ ଜାକଜକମରେ ମାଆ ଦୂର୍ଗାଙ୍କ ପୂଜା ଆରାଧନା ପାଳନ କରାଯାଏ । ଚଳିତ ବର୍ଷ ଏପ୍ରିଲ ୯ରୁ ଆରମ୍ଭ ହୋଇ ୧୧ ତାରିଖରେ ନବରାତ୍ର ସମାପ୍ତ ହେବ । ଏପ୍ରିଲ ୧୦ ରବିବାର ଦିନ ରାମନବମୀ ପାଳନ କରାଯିବ । ଏଥର ନବରାତ୍ରି ଖାସ୍ ହେବାକୁ ଯାଉଛି, କାରଣ ଏହି ସମୟରେ କିଛି ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି । ଚାଲନ୍ତୁ ଦେଖିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ସିଂହ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶ୍ରୀରାମଙ୍କ କୃପାଦୃଷ୍ଟି ପଡିବା ସହ ମା ଦୂର୍ଗାଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଯାହାଫଳରେ ଏମାନଙ୍କ ସମୟ ଖୁବ ଆନନ୍ଦମୟ ହେବାକୁ ଯାଉଛି । ଏମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ମଧ୍ୟ ହୋଇପାରେ । ଏମାନଙ୍କ ଜୀବନରେ ଉନ୍ନତିର ନୂଆ ନୂଆ ମାର୍ଗ ପ୍ରାପ୍ତ ହେବାକୁ ଯାଉଛି ।

କୁମ୍ଭ ରାଶି । ଭଗବାନ ଶ୍ରୀରାମ ଓ ମାତା ଦୂର୍ଗାଙ୍କର କୃପାରୁ ଏମାନେ ସାମାଜିକ ସ୍ତରରେ ମାନ ସମ୍ମାନ ପ୍ରାପ୍ତ କରିବେ ଓ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଏମାନଙ୍କ ଆର୍ଥିକ ପକ୍ଷ ମଧ୍ୟ ଏହି ସମୟରେ ମଜବୁତ ହେବ । ଏହି ରାଶିର ବ୍ୟକ୍ତିମାନେ କୌଣସି କାର୍ଯ୍ୟ ଆରମ୍ଭ କଲେ ସେଥିରେ ନିଶ୍ଚିତ ଭାବେ ସଫଳତା ପାଇବେ । ଜୀବନରେ ଯାହାବି ଆଶା ରଖିଥିବେ ତାହା ପୂର୍ଣ୍ଣ ହେବ ।

ତୁଳା ରାଶି । ଏମାନଙ୍କୁ ମଧ୍ୟ ଭଗବାନ ଶ୍ରୀରାମ ଓ ମାତା ଦୂର୍ଗାଙ୍କର ଅସୀମ କୃପା ପ୍ରାପ୍ତି ହେବାକୁ ଯାଉଛି, ଯାହାଫଳରେ ଏମାନେ ପ୍ରଚୁର ଧନଲାଭ କରିବାକୁ ଯାଉଛନ୍ତି । ସ୍ଵାସ୍ଥ୍ୟରେ ସୁଧାର ଆସିବ ଓ ମା ଦୂର୍ଗାଙ୍କ କୃପାରୁ ଅଚାନକ ଧନଲାଭ ମଧ୍ୟ ହେବ । ଏମାନଙ୍କୁ ଭାଗ୍ଯର ସାଥ୍ ସଂପୂର୍ଣ୍ଣ ଭାବେ ମିଳିବ । ପାରିବାରିକ ଜୀବନରେ ସୁଖଶାନ୍ତି ଆସିବ ।

କନ୍ୟା ରାଶି । ଭଗବାନ ଶ୍ରୀରାମ ଓ ମାଆ ଦୂର୍ଗାଙ୍କ କୃପାରୁ ଭବିଷ୍ୟତକୁ ନେଇ ଆପଣଙ୍କର ଯାହା ଚିନ୍ତା ରହିଥିଲା ତାହା ଦୂର ହେବ । ବଡ ମାନଙ୍କ ଠାରୁ ଗୁରୁତେଅପୂର୍ଣ୍ଣ ଉପଦେଶ ପାଇ ଲାଭ ପ୍ରାପ୍ତ ହେବେ । ଆପଣଙ୍କର ଅଯଥା ଖର୍ଚ୍ଚ ଏହି ସମୟରେ ବନ୍ଦ ହୋଇଯିବ । ଯାହାଫଳରେ ଆପଣ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ ।

ମିଥୁନ ରାଶି । ଏହି ନବରାତ୍ରିରେ ପ୍ରଭୁ ଶ୍ରୀରାମ ଓ ମା ଦୂର୍ଗାଙ୍କ କୃପାରୁ ଆପଣଙ୍କର ମଧ୍ୟ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ । ଏହିଦିନ ଠାରୁ ଆପଣଙ୍କର ଶୁଭଦିନର ଆଗମନ ହେବାକୁ ଯାଉଛି । ଯାହାଫଳରେ ଆପଣ କୌଣସି ଯାନାବାହନ କ୍ରୟ କରିପାରନ୍ତି । ଆଗାମୀ ଜୀବନରେ ଆପଣ ବହୁତ ସକାରାତ୍ମକ ପରିଣାମ ଦେଖିବାକୁ ପାଇବେ ।

ମକର ରାଶି । ଆପଣଙ୍କ ଉପରେ ମଧ୍ୟ ପ୍ରଭୁ ଶ୍ରୀରାମ ଓ ମାତା ଦୂର୍ଗାଙ୍କର ଭରପୁର ଆଶୀର୍ବାଦ ପଡିବାକୁ ଯାଉଛି । ଯାହାଫଳରେ ଆପଣ ଧାର୍ମିକ କାର୍ଯ୍ୟରେ ମନ ଦେବେ ଓ ସକାରାତ୍ମକ ଅନୁଭବ ପାଇବେ । ଏହି ନବରାତ୍ରି ଆପଣଙ୍କ ପାଇଁ ବହୁତ ଶୁଭ ରହିବାକୁ ଯାଉଛି । ଆପଣଙ୍କୁ ଧନ ଦୌଲତ ପ୍ରାପ୍ତ ହେବା ସହ ଅନେକ ପ୍ରକାରର ସଫଳତା ମଧ୍ୟ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।