ବାହା ହେବେ ତ ସିଦ୍ଧୁଙ୍କ ଝିଅ ? ସେ କହିଥିଲେ ବାପା ନ ଜିତିବା ଯାଏଁ ବାହା ହେବେନି । ଆଉ ବାପା ତ ହାରିଗଲେ, ତେଣୁ ପ୍ରଶ୍ନ ଉଠୁଛି ଝିଅ ଏବେ ବାହା ହେବ ତ ? ବାହା ହେବା କି ନହେବା ହୁଏତ ଏହା ଜଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଯଦି କେହି ସର୍ବ ସାଧାରଣରେ କହିବ କି ବାପା ନ ଜିତିବା ଯାଏଁ ବାହା ହେବିନି ତେବେ ଏହାକୁ ନେଇ ସମସ୍ତେ ପ୍ରଶ୍ନ କରିବା ଏକ ସ୍ଵାଭାବିକ କଥା । କାରଣ ବାପା ନିର୍ବାଚନରେ ହାରି ଯାଇଛନ୍ତି । ନବଜୋତ ସିଂ ସିଦ୍ଧୁଙ୍କୁ କିଏ ବା ନଜାଣେ !
ନିର୍ବାଚନ ପ୍ରଚାର ବେଳେ କହି ବୁଲୁଥିବା ବିସିସି ସଭାପତି ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଝିଅ ରାବିୟା ଏବେ ଆଉ ବାହା ହେବେ କି ନାହିଁ ତାହାକୁ ନେଇ କୌତୁହଳ ସୃଷ୍ଟି ହୋଇଛି । କାରଣ ପଞ୍ଜାବରୁ କେବଳ ସିଦ୍ଧୁ ହାରିଛନ୍ତି ତାହା ନୁହେଁ ବରଂ ସେଠାରୁ କଂଗ୍ରେସ ଏକ ପ୍ରକାର ମୂଳପୋଛ ହୋଇଯାଇଛି । ଦିଲ୍ଲୀ ପରେ ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟରେ କ୍ଷମତାକୁ ଆସିଛି ଆମ୍ ଆଦମୀ ପାର୍ଟି ।
ନା କଂଗ୍ରେସ ଆପ୍ କୁ ରୋକି ପାରିଛି ନା ବିଜେପି ଆପ୍ କୁ ଅଟକାଇ ପାରିଛି । ତେବେ ନିର୍ବାଚନ ରାଲି ବେଳେ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ରାବିୟା କଡା ସମାଲୋଚନା କରି କହିଥିଲେ, ଲୋକଙ୍କୁ ଏବେ ନିଷ୍ପତ୍ତି ନେବାର ସମୟ ଆସିଛି । ନିଶା ବ୍ୟବସାୟ କରୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବେ ନା ନିଶା କାରବାର ରୋକିବାକୁ ଉଦ୍ୟମ କରୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବେ । ଟଙ୍କା ଦେଲେ ଲୋକେ ବିକ୍ରି ହୋଇଯାନ୍ତି କିନ୍ତୁ ଏଥର ଲୋକେ ଠିକ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।
ଆଉ ଏହିସବୁ ଭିତରେ ରାବିୟା ଗୋଟିଏ ପାଦ ଆଗକୁ ବଢିଯାଇ କହିଥିଲେ, ଯେପର୍ଯ୍ୟନ୍ତ ବାପା ଜିତି ନାହାନ୍ତି ସେ ପର୍ଯ୍ୟନ୍ତ ସେ ବାହା ହେବେ ନାହିଁ । ଏମିତିକି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ କରିବା ନେଇ ପ୍ରତିଜ୍ଞ ରଖି କହିଥିଲେ ହାଇ କମାଣ୍ଡଙ୍କ କୌଣସି ବାଧ୍ୟ ବାଧକତା ଥାଇପାରେ । ଆଉ ଏହିସବୁ ମଧ୍ୟରେ ପଞ୍ଜାବ ନିର୍ବାଚନର ଫଳାଫଳ ଆସିବା ପରେ ସିଦ୍ଧୁଙ୍କୁ ନିରାଶ ହେବାକୁ ପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।