ପୁଣି ନିଜ ଗୀତରେ ମ୍ୟାଜିକ ଦେଖାଇଲେ Viral Boy Santanu, ଦେଖନ୍ତୁ ଏହି video

ଭାଇରାଲ ବୟ ଶାନ୍ତନୁ ଏବେ ଓଡିଶାର ଘରେ ଘରେ ଖୁବ ଚର୍ଚ୍ଚିତ । ତାଙ୍କ ଗୀତ ଶୁଣିବାକୁ ଦର୍ଶକେ ଖୁବ ପସନ୍ଦ କରୁଛନ୍ତି । ସେଥିପାଇଁ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଶାନ୍ତନୁଙ୍କ ଗୀତ । ଗୀତ ବୋଲିବା ସାଙ୍ଗକୁ ଶାନ୍ତନୁଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ କିମିଆ କରୁଛି । ତାଙ୍କ ଖନେଇ ଖନେଇ ମଜା ମଜା କଥା ସାଙ୍ଗକୁ ଗୀତ ଗାଇବାର ନିଖୁଣ ପ୍ରତିଭା ସମସ୍ତଙ୍କ ମନ ଜିଣି ନେଇଛୁ । ସିଦ୍ଧାର୍ଥ ଟିଭିରେ ପ୍ରସାରିତ ଗୀତ ରିୟାଲିଟି ଶୋ ‘ଓଡିଶାର ନୂଆ ସ୍ଵର- ଜୁନିୟର’ ରେ ଶାନ୍ତନୁଙ୍କ କମାଲ ଦେଖିବାକୁ ମିଳୁଛି ।

ତାଙ୍କ ଗୀତ ଓଡିଶାର ଘରେ ଘରେ ତଥା ସମସ୍ତ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଏଥିପାଇଁ ଅନେକ ଗୀତିକାର ଓ ପ୍ରଯୋଜକ ମାନଙ୍କ ତରଫରୁ ତାଙ୍କ ପାଇଁ ଗୀତ ଗାଇବାକୁ ଅଫର୍ ମଧ୍ୟ ଆସୁଛି । ଏପରିକି ଶାନ୍ତନୁଙ୍କୁ ସାକ୍ଷାତକାର ନେବା ପାଇଁ ଅନେକ ବଡ ବଡ ଟିଭି ଚ୍ଯାନେଲରେ ତାଙ୍କ ସହ ସମ୍ପର୍କ କରୁଛନ୍ତି । ଶାନ୍ତନୁ ଯେତେବେଳେ ବି ଷ୍ଟେଜରେ ଗୀତ ଗାଆନ୍ତି ଜଜ୍ ଙ୍କ ସମେତ ସମସ୍ତଙ୍କର ଖୁବ ମନୋରଞ୍ଜନ କରାନ୍ତି । ଏବେ ଆଉ ଥରେ ଶାନ୍ତନୁଙ୍କ ଓଡିଆ ଗୀତ ଭାଇରାଲ ହେବାରେ ଲାଗିଛି ।

“ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ” ଗୀତଟି ଓଡିଶାର ଏକ ଖୁବ ଲୋକପ୍ରିୟ ଗୀତ । ଗୀତଟି ରିଲିଜ ହେବାର ପ୍ରାୟ ତିନି ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆଜିବି ସବୁ ଓଡିଆଙ୍କ ମନରେ ଗୀତଟି ବେଶ ତାଜା ରହିଛି । ଏହି ସୁନ୍ଦର ଗୀତକୁ ମଞ୍ଚ ଉପରେ ବେଶ ଭଲ ଭାବେ ପ୍ରଦର୍ଶନ କରିଥିଲେ ଶାନ୍ତନୁ ।

ଗୀତ ଗାଇବା ବେଳେ ଶାନ୍ତନୁ ସବୁବେଳେ ଖୁବ ହସି ହସି ଅଭିନୟ କରନ୍ତି ଓ ନାଚୁ ଥାଆନ୍ତି ମଧ୍ୟ । କିନ୍ତୁ ଏହି ଗୀତ ଗାଇବା ସମୟରେ ଶାନ୍ତନୁଙ୍କୁ ଟିକେ ଦୁଃଖିତ ଥିବା ଦେଖିବାକୁ ମିଳିଥିଲା । ତେବେ ସେ ଗୀତ ଗାଇ ସାରିବା ପରେ ତାଙ୍କୁ ପଚରା ଯିବାରୁ ସେ କହିଥିଲେ କି ଗୀତ ଯେଉଁ ପ୍ରକାର ହୋଇଥାଏ ସେ ସେପ୍ରକାର ଅଭିନୟ କରନ୍ତି । ଆଉ ଏହି ଗୀତଟି ଟିକେ ଇମୋସନାଲ ହୋଇଥିବାରୁ ସେହି ଅନୁଯାୟୀ ସେ ବି ଟିକେ ସେମିତି ଅଭିନୟ କରୁଥିଲେ । ଏହା ଶୁଣି ଜଜ୍ ଓ ଦର୍ଶକ ସମସ୍ତେ ହସିଥିଲେ ।

ସମସ୍ତେ ତାଙ୍କ ଗୀତକୁ ପ୍ରଶଂସା କରିବା ସହ ଢେର ସାରା କଥା ମଧ୍ୟ ହୋଇଥିଲେ । ଶାନ୍ତନୁଙ୍କ ନିର୍ବାକ ଉତ୍ତର ଦେବାର ଢଙ୍ଗ ସମସ୍ତଙ୍କୁ ବେଶ ପସନ୍ଦ ହୋଇଥାଏ । ଆପଣଙ୍କୁ ଶାନ୍ତନୁଙ୍କ ଏହି ଗୀତ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।