“Rajveer ର ମା ଓ ମାମୁଁ ତାଙ୍କ ପରିଚୟ ଲୁଚେଇ…”- ଶୁଣନ୍ତୁ କଣ କହୁଛନ୍ତି ସମାଜସେବୀ Sunita Mahanta, ଦେଖନ୍ତୁ Video

ପୁଅ ରାଜବୀର ଏକ ବିରଳ ରୋଗରେ ପୀଡିତ ହୋଇଛି।, ଯାହାର ଚିକିତ୍ସା ପାଇଁ ପ୍ରାୟ ୧୬କୋଟି ଟଙ୍କା ଆବଶ୍ୟକ ବୋଲି ଆପଣମାନେ ଜାଣିଛନ୍ତି । ପୁଅର ଚିକିତ୍ସା ପାଇଁ ତ’ ବାପାମା ଫଣ୍ଡ ମାଧ୍ୟମରେ ଟଙ୍କା ଯୋଗାଡ କରୁଛନ୍ତି । ତେବେ ଇତିମଧ୍ୟରେ ରାଜବୀରର ବାପାମା ଏନେଇ ବିବାଦରେ ଫସି ଯାଇଛନ୍ତି । ପ୍ରଥମେ ଏକ ଭାଇରାଲ ଭିଡିଓରେ ରାଜବୀରର ବାପାଙ୍କୁ ମଅଦ ପିଉଥିବାର ଦେଖିବାକୁ ମିଳିଥିଲା । ଯାହାପରେ ରାଜବୀରର ମାଆ ତମଲିକା ଏକ ଭିଡିଓ ଜାରି କରି ତାଙ୍କ ସ୍ଵାମୀ ଜୁସ୍ ପିଉଛନ୍ତି ବୋଲି କହିଥିଲେ ।

କିନ୍ତୁ ପରେ ମିଡିଆ ସାମ୍ନାରେ ଆସି ସେ ମିଛ କହିଥିଲେ କହିବା ସହ ରାଜବୀରର ବାପା ମଧ୍ୟ ସ୍ଵୀକାର କରିଥିଲେ କି ସେ ମଦ ପିଉଥିଲେ । ଯାହାପରେ ସେମାନଙ୍କ ଉପରେ ସନ୍ଦେହ ବଢିଥିଲା । କିନ୍ତୁ ଉଭୟ ତାଙ୍କ ଭୁଲ ପାଇଁ ତାଙ୍କ ପୁଅ ପାଇଁ ଫଣ୍ଡ ବନ୍ଦ କରନ୍ତୁନି ବୋଲି ହାତ ଯୋଡି କାନ୍ଦି କାନ୍ଦି ନିବେଦନ କରିଥିଲେ । ତେବେ ରାଜବୀରର ମା ଖୁଲାସା କରିଥିଲେ କି ରାଜବୀରକୁ ମାରିବାକୁ କିଛି ଲୋକ ଷଡଯନ୍ତ୍ର କରୁଛନ୍ତି । ଏପରିକି ଜଣେ ସମ୍ବାଦିକା ତାଙ୍କୁ ଟଙ୍କା ମାଗୁଥିବା କଥା ମଧ୍ୟ କହିଥିଲେ ଓ ଏନେଇ ଏକ ଅଡିଓ ମଧ୍ୟ ପ୍ରକାଶ ପାଇଥିଲା ।

ତେବେ ଉକ୍ତ ସାମ୍ବାଦିକାଙ୍କ ନାମ ହେଉଛି ସୁନିତା ମହାନ୍ତ । ଯିଏକି ମିଡିଆ ସାମ୍ନାରେ ଆସି କହିଛନ୍ତି କି ହଁ ସେ ରାଜବୀରଙ୍କ ଫଣ୍ଡ ବନ୍ଦ କରିଦେବା କଥା କହିଥିଲେ । କାରଣ ସେ ରାଜବୀରଙ୍କ ବିଷୟରେ ଜାଣିବା ପରେ ତାଙ୍କ ଫଣ୍ଡ ଏକାଠି କରିବାକୁ ଲାଗିଥିଲେ । କିନ୍ତୁ ରାଜବୀର ବାପାଙ୍କ ଭିଡିଓ ଲିକ୍ ହେବା ପରେ ସେ ରାଜବୀରଙ୍କ ବାପାମାଙ୍କ ବିଷୟରେ ସତ୍ୟତା ଜାଣିବାକୁ ଚାହିଁଥିଲେ ।

ଏନେଇ ରାଜବୀରର ମା’ଙ୍କୁ ପଚରାଉଚରା କରିବାରୁ ସେ ସିଧାସଳଖ ଉତ୍ତର ନଦେଇ ତାଙ୍କୁ ବୁଲେଇ ବଙ୍କେଇ ଧମକେଇଲା ଭଳି ଅନେକ କଥା କହିଥିଲେ । ଯାହାଫଳରେ ସେ ଫଣ୍ଡ କରି ଦେଇପାରିବେ ବୋଲି କହିଥିଲେ । ଏହାସହ ସୁନିତା କହିଛନ୍ତି କି ରାଜବୀରର ମା ଏବଂ ମାମୁଁ ମଧ୍ୟ ରାଙ୍କ ଠିକଣା ଓ ପରିଚୟ ଭୁଲ ଦେଉଛନ୍ତି ବୋଲି ତାଙ୍କର ସନ୍ଦେହ । ଏହାର ସଠିକ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।

ସୁନିତା କହିଛନ୍ତି କି ୧୬କୋଟି ଟଙ୍କାରେ ଗୋଟିଏ ପିଲାର ଜୀବନ ବଞ୍ଚିବା ଅପେକ୍ଷା ସେହି ଟଙ୍କାରେ ୧୬ହଜାର ପିଲା ସୁସ୍ଥ ହେଉନ୍ତୁ । ତେବେ ସାମ୍ବାଦିକାଙ୍କୁ ଆହୁରି କିଛି ନମ୍ବରରୁ ଜୀବନରେ ମାରିଦେବା ଭଳି ଧମକ ଆସୁଥିବା କଥା ସେ କହିଛନ୍ତି । ଯାହାକି ରାଜବୀରଙ୍କ ବାପାମାଙ୍କ ଗ୍ରୁପର କେହି ବୋଲି ସେ କହୁଛନ୍ତି । ତେବେ ସୁନିତାଙ୍କ ଏହିଭଳି ମନ୍ତବ୍ୟରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।