‘ରାଜବୀରର ଶରୀରର ଗୋଟେ ଗୋଟେ ପାର୍ଟ ନଷ୍ଟ ହେବା ଷ୍ଟାର୍ଟ ହେଲାଣି ,ଜଲଦି ତାକୁ…’ କାନ୍ଦି କାନ୍ଦି ଏମିତି ମିନତୀ କରୁଛନ୍ତି Rajveer ଙ୍କ ମା’, ଦେଖନ୍ତୁ Video

ରାଜବୀରଙ୍କ ମା ଲଗାତାର ମିଡିଆ ସାମ୍ନାକୁ ଆସି ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ଆର୍ଥିକ ସାହାର୍ଯ୍ୟ ମାଗୁଛନ୍ତି । ଏହା ସହିତ ସେ ମିଛ କଥା କହୁଥିବା ଲୋକମାନଙ୍କୁ ବି ଗୁହାରି କରୁଛନ୍ତି କି ତାଙ୍କ ନାଁରେ ମିଥ୍ୟା କଥା ପ୍ରଚାର କରନ୍ତୁ ନାହିଁ । ଏହା ମଧ୍ୟରେ ରାଜବୀରଙ୍କ ମା ରାଜବୀରର ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ମିଡିଆ ସାମ୍ନାରେ ବହୁତ ବଡ କଥା କହିଦେଇଛନ୍ତି ।ରାଜବୀରଙ୍କ ମା ଗଣମାଧ୍ୟମକୁ କହିଲେ କି ରାଜବୀରକୁ ଯେଉଁ ଇଞ୍ଜେକ୍ସନ ଦରକାର ତାହା ଆମ ଭାରତରେ ଉପଲବ୍ଧ ନାହିଁ ।

ଯାହାକୁ ଦେଶ ବାହାରୁ ଆଣିବାକୁ ପଡିବ ଓ ଏହି ଇଞ୍ଜେକ୍ସନର ମୂଲ୍ୟ ୧୬ କୋଟି ଟଙ୍କା । ରାଜବୀରକୁ ଏହି ଇଞ୍ଜେକ୍ସନ ଜଲ୍ଦି ଦରକାର । କାରଣ ତାର ଶରୀରର ଗୋଟିଏ ଗୋଟିଏ ପାର୍ଟ ନଷ୍ଟ ହେବାରେ ଲାଗିଛି । ଯଦି ଡେରି ହବ ତେବେ ତାହା ପାଇଁ ବହୁତ କ୍ଷତି ।

ରାଜବୀରଙ୍କ ମା ଆଗକୁ କହିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟି ୩୦ ଲକ୍ଷ ଟଙ୍କା ଯୋଗାଡ ହୋଇ ପାରିଛି । ଯାହାକି ବହୁତ ବଡ ରାଶି ଓ ୧୬ କୋଟି ଟଙ୍କା ବି ହୋଇଯିବ । କିନ୍ତୁ ଏହା ମଧ୍ୟରେ ଡାକ୍ତର ରାଜବୀରକୁ ଆଉ ଏକ ମେଡ଼ିସିନ ଦେବା ପାଇଁ କହୁଛନ୍ତି । ଯାହାର ମୂଲ୍ୟ ୩୦ ରୁ ୪୦ ଲକ୍ଷ ଟଙ୍କା ଅଟେ । ରାଜବୀରଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଶୁଣିବାକୁ ମିଳୁଥିବା ମିଥ୍ୟା ଖବର ଉପରେ ରାଜବୀରଙ୍କ ମା କହିଲେ କି ରାଜବୀର ଦେହ ସତରେ ଖରାପ ଅଛି ।

ଗୋଟିଏ ମା କେବେ ବି ନିଜ ପିଲା ନାଁରେ ମିଛ କହିବ ନାହିଁ । ମୁଁ ଆଗରୁ ମୋର ଦୁଇଟି ସନ୍ତାନକୁ ହରାଇସାରିଛି । ମୁଁ ରାଜବୀରକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛି ଓ କରିବି । କେତେକ ଲୋକମାନେ ମୋତେ ଫୋନ କରି ରାଜବୀରର ରିପୋର୍ଟ ମାଗୁଛନ୍ତି ଓ କହୁଛନ୍ତି କି ଆପଣ ଯଦି ରାଜବୀରର ରିପୋର୍ଟ ଦେବେ ତେବେ ଯାଇ ଆମେ ଆପଣଙ୍କୁ ଟଙ୍କା ଦବୁ ।

କିନ୍ତୁ ମୁଁ ୪.୫ କୋଟି ଜନତାଙ୍କୁ ଗୋଟି ଗୋଟି କରି କେମିତି ରିପୋର୍ଟ ଦେବି । ଆମ ବିରୁଦ୍ଧରେ କିଛି ଲୋକମାନେ ଷଡଯନ୍ତ୍ର କରୁଛନ୍ତି । ମାସେ ଦୁଇ ମାସ ହେବ ମୁଁ ବହୁତ ହଇରାଣ ହେଉଛି । ମୁଁ ଓ ମୋର ସ୍ଵାମୀ ଯେଉଁଠି ବି ଯାଉଛୁ ସେଠି ଲୋକମାନେ ଆମର ଭିଡିଓ କରୁଛନ୍ତି । ଦୟକାରୀ ଏହି ସବୁ କରନ୍ତୁ ନାହିଁ ।