Russia Ukraine War Update: ଏମିତି ସୈନିକଙ୍କୁ ସଲାମ ! ନିଜ ଦେଶ ମାଟି ପାଇଁ ଯାହା କରିଗଲେ ପୁରା ବିଶ୍ଵ କରୁଛି ସଲାମ !

ଋଷର ଲଗାତାର ଆକ୍ରମଣ କାରଣରୁ ୟୁକ୍ରେନରେ ଆଫଗାନିସ୍ତାନ ଭଳି ସ୍ଥିତି ହୋଇ ଯାଇଛି । ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ପଳାୟନ କରୁଛନ୍ତି । ଏକ ଲକ୍ଷରୁ ବି ଅଧିକ ଲୋକମାନେ ୟୁକ୍ରେନ ଛାଡି ଚାଲି ଯାଇଛନ୍ତି । ଏହା ମଧ୍ୟରେ ଯୁଦ୍ଧ ସହ ଜଡିତ କିଛି ଘଟଣା ସାମ୍ନାକୁ ଆସୁଛି । କ୍ରୀମିୟାରେ ଜଣେ ୟୁକ୍ରେନ ସୈନିକ ଋଷର ସୈନିକ ଓ ଟ୍ୟାଙ୍କ ଗୁଡିକୁ ଅଟକାଇବା ପାଇଁ ନିଜକୁ ଗୋଟିଏ ବ୍ରିଜ ସହ ବିସ୍ଫୋରଣରେ ଉଡାଇ ଦେଇଛି ।

ରିପୋର୍ଟ ଅନୁସାରେ ୟୁକ୍ରେନର ଏହି ବାହାଦୁର ଯବାନ କାରଣରୁ ଋଷର ସେନାକୁ ବହୁତ ସମସ୍ଯାର ସାମ୍ନା କରିବାକୁ ପଡିଲା । ପୋଲ ସହିତ ନିଜକୁ ବୋମାରେ ଉଡାଇ ଦେଇ ଥିବା ୟୁକ୍ରେନ ସୈନିକର ପରିଚୟ ବିଟାଲୀ ଶକୁନ ବୋଲି କୁହାଯାଉଛି ।

ବିଟାଲୀ ଶକୁନଙ୍କୁ କ୍ରୀମିୟା ବର୍ଡର ଉପରେ ଖେରସାନ ଅଞ୍ଚଳରେ ଥିବା ହେନିଚେସ୍କ ପୋଲର ଦେଖାଶୁଣା କରିବା ପାଇଁ ଡିୟୁଟି ଦିଆଯାଇ ଥିଲା । ୟୁକ୍ରେନର ଜନରଲ ସ୍ଟାଫ ଅଫ ଆର୍ମ୍ଡ ଫୋର୍ସେଜ ନିଜର ଫେସବୁକ ପେଜରେ କହିଲେ କି ଋଷ ସେନାକୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ପୋଲକୁ ନଷ୍ଟ କରିଦେବା ଓ ସେଥିପାଇଁ ବାଟାଲିୟନ ଏହିଭଳି ନିଷ୍ପତି ନେଲେ । ସେଥିପାଇଁ ପୋଲର ଚାରିପଟେ ବୋମା ଲଗା ଗଲା ।

କିନ୍ତୁ ସେଠୁ ବାହାରିବା ସମୟରେ ଏତେ କମ ସମୟ ଥିଲା କି ବିସ୍ଫୋରଣରେ ସୈନିକର ଜୀବନ ଚାଲି ଗଲା । ସବୁକିଛି ଜାଣି ବି ବିଟାଲୀ ଏହିଭଳି କରିଲା ଓ ଦେଶ ପାଇଁ ନିଜର ଜୀବନ ଦେଇ ଦେଲା । ମିଳିଥିବା ସୂଚନା ଅନୁସାରେ ସୈନିକ ବିଟାଲୀ ଶକୁନ ମ୍ଯାସେଜ ଦେଲେ କି ସେ ପୋଲକୁ ନଷ୍ଟ କରିବା ପାଇଁ ଯାଉଛନ୍ତି । କିଛି ସମୟ ପଟେ ଗୋଟିଏ ବଡ ବିସ୍ଫୋରଣ ହେଲା । ଏହା ପରେ ଋଷର ସୈନିକଙ୍କୁ ସେଠି ଅଟକାଇ ଦିଆ ଗଲା ।

ପୋଲର ଅନ୍ୟ ପଟକୁ ଯିବା ପାଇଁ ଋଷର ସୈନିକମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଲା । ବିଟାଲୀ ଶକୁନର ଏହି ବାହାଦୁରି ପାଇଁ ତାଙ୍କୁ ମରୋଣପରାନ୍ତ ବିରତାର ପୁରଷ୍କାର ଦ୍ଵାରା ସମ୍ମାନିତ କରାଯିବ । ଏହା ବହୁତ ବାହାଦୁରି କାମ । ବିଟାଲୀ ଶକୁନ ଋଷର ସୈନିକ ମାନଙ୍କୁ ଅଟକାଇବା ପାଇଁ ପୋଲ ସହ ନିଜକୁ ଉଡାଇ ଦେଲେ । ଏହିଭଳି କାମ ପାଇଁ ତାଙ୍କୁ ଆମର ସଲାମ ।