Vastu Shastra- ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 1 ଜିନିଷ, ଆସିଥାଏ ଭୟଙ୍କର ଦରିଦ୍ରତା !

ଆପଣ ସମସ୍ତେ ଜାଣିଛନ୍ତି କି ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ଅଟେ । ରବିବାର ଦିନ ସବୁ ଅଫିସ, କଲେଜ ଛୁଟି ଥାଏ ଓ ସେହି ଦିନ ଆମେ ବୁଲାବୁଲି କରିଥାଉ । କିନ୍ତୁ ରବିବାର ଦିନ ଆମେ କିଛି ଏମିତି କାମ କରିଥାଉ ଯାହା ଶାସ୍ତ୍ର ଅନୁସାରେ ଅନୁଚିତ ଅଟେ । ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଗ୍ରହ ସଠିକ ସ୍ଥିତିରେ ନାହାନ୍ତି ତେବେ ଆପଣଙ୍କୁ ବି ରବିବାର ଦିନ ଏହିଭଳି କିଛି କାର୍ଯ୍ୟ ଅଛି ଯାହାକୁ  କରିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ରବିବାର ଦିନ କରିବା ଉଚିତ ନୁହେଁ ।

ନଚେତ ମନୁଷ୍ୟଙ୍କୁ ସୂର୍ଯ୍ୟଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡିପାରେ । ସୂର୍ଯ୍ୟ ଗ୍ରହକୁ ଶାନ୍ତି କରିବା ପାଇଁ ରବିବାର ଦିନ ବହୁତ ଉପାୟ କରିଥାନ୍ତି । କିନ୍ତୁ ସେହି ସବୁ ଉପାୟ କରିବା ସହ ଏହି ସବୁ କଥାକୁ ବି ଧ୍ୟାନ ରଖନ୍ତୁ ।

ରବିବାର ଦିନ ଭୁଲରେ ବି ଓସ୍ଥ ଗଛ ମୂଳରେ ପାଣି ଚଢାଇବା ଉଚିତ ନୁହେଁ । କୁହାଯାଏ କି ଏହିଭଳି କରିବା ଦ୍ଵାରା ଅନିଷ୍ଠ ହୋଇଥାଏ । ଯଦି ଆପଣ ଚାହିଁବେ ଓସ୍ଥ ଗଛ ତଳେ ଘିଅର ଦୀପ ଦେଇ ପାରିବେ । କିନ୍ତୁ ଭୁଲରେ ବି ପାଣି ଦିଅନ୍ତୁ ନାହିଁ । ରବିବାର ଦିନ ଛୁଟି ଥିବାରୁ ସମସ୍ତେ ବହୁତ ସମୟ ପର୍ଯ୍ୟନ୍ତ ଶୋଇ ଥାନ୍ତି । କିନ୍ତୁ ଯଦି ଆପଣ ସୂର୍ଯ୍ୟ ଗ୍ରହକୁ ଶାନ୍ତି କରିବାର ଅଛି ତେବେ ରବିବାର ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବିଛଣାରୁ ଉଠି ସ୍ନାନ ଇତ୍ୟାଦି ଶେଷ କରି ସୂର୍ଯ୍ୟ ଦେବତାଙ୍କୁ ତମ୍ବା ପାତ୍ରରେ ଚାଉଳ ଦେଇ ଜଳ ଅର୍ପଣ କରନ୍ତୁ ।

ସୂର୍ଯ୍ୟ ଦେବତାଙ୍କ ଉପାସନା କରନ୍ତୁ । ରବିବାର ଦିନ କେବେ ବି ନିଜର କେସ କାଟନ୍ତୁ ନାହିଁ । ମୁଣ୍ଡରେ ତେଲ ବି ଲଗାନ୍ତୁ ନାହିଁ । ସୂର୍ଯ୍ୟ ଦେବତାଙ୍କୁ ନିଜ ଜାତକରେ ଭଲ ସ୍ଥାନରେ ଆଣିବା ପାଇଁ ରାଶି ତେଲ ଦିଅନ୍ତୁ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଭବିଷ୍ୟତରେ ଆସୁଥିବା କିଛି ସମସ୍ଯାରୁ ଆପଣ ବଞ୍ଚି ପାରିବେ । ବର୍ତ୍ତମାନ ଚାଳନ୍ତୁ ଜାଣିବା ରବିବାର ଦିନ କେଉଁ ସବୁ ଜିନିଷର ସେବନ କରିବା ଉଚିତ ନୁହେଁ ।

ମସୁର ଡାଳି, ନାଲି ଶାଗ, ମାଛ, ରାଶି ତେଲର ପ୍ରୟୋଗ, ଲୁଣ, ପିଆଜ, ରସୁଣ, ଅଦା ସେବନ କରିବା ଉଚିତ । ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଗ୍ରହ ଭାରି ଅଛି ତେବେ ଆପଣ କିଛି ସମୟ ପର୍ଯ୍ୟନ୍ତ ପିଆଜ, ରସୁଣ ଓ ଅଦାର ସେବନ ବନ୍ଦ କରି ଦିଅନ୍ତୁ । ଯଦି ସନ୍ତାନ ପ୍ରାପ୍ତିର ଇଚ୍ଛା ରଖୁଛନ୍ତି ଓ ସୂର୍ଯ୍ୟ ଦେବତାଙ୍କ ଭଳି ତେଜେସ୍ଵୀ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ସନ୍ଧ୍ୟା ବ୍ରତର ପାଳନ କରନ୍ତୁ । ସନ୍ଧ୍ୟା ପରେ ବିନା ଲୁଣରେ ଖାଦ୍ୟ ସେବନ କରନ୍ତୁ ।