ଦିନେ ସମସ୍ତଙ୍କୁ ହସାଉଥିବା Raju Srivastav ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ, ଆଉ ଛାଡିଗଲେ ଏତେ ଟଙ୍କାର ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନିଜ କମେଡିରେ ହସେଇ ହସେଇ ଗଡାଉଥିବା ବଲିଉଡର ଅନ୍ଯତମ ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଅଚାନକ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲି ଯାଇଛନ୍ତି । ହୃଦଘାତର ଶିକାର ହେବା ପରେ ରାଜୁ ଲଗାତାର ଦେଢ ମାସ ଧରି ମୃତ୍ୟୁ ସହ ସଂଘର୍ଷ କରି ଚାଲିଥିଲେ । କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି । ଗତକାଲି ଦିଲ୍ଲୀର AIIMS ହସ୍ପିଟାଲରେ ନିଜର ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି କମେଡିଆନ ରାଜୁ ଶ୍ରୀବାସ୍ତବ ।

କମେଡି ଦୁନିଆର ଏହି ଲୋକପ୍ରିୟ ଅଭିନେତାଅଙ୍କ ପରଲୋକରେ ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବଲିଉଡର ଅନେକ ଦିଗଜ କଳାକାରମାନେ ନିଜର ସମ୍ବେଦନା ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ୧୦ରେ ୱାର୍କ ଆଉଟ କରୁଥିବା ସମୟରେ ହୃଦଘାତ ଆସିବା ପରେ ରାଜୁଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରା ଯାଇଥିଲା । ସେବେଠାରୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା ।

ମଝିରେ ତାଙ୍କୁ ହୋସ ଆସିବା ଖବର ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା । ରାଜୁ ଶ୍ରୀବାସ୍ତବଙ୍କ ପରିବାର ମଧ୍ୟ ସେ ସୁସ୍ଥ ହେଉଥିବା ନେଇ ସୂଚନା ଦେଇଥିଲେ । ଯାହାପରେ ରାଜୁ ଶୀଘ୍ର ସୁସ୍ଥ ହୋଇ ଆମ ଗହଣକୁ ପୁଣି ଥରେ ଆସିବେ ବୋଲି ସମସ୍ତଙ୍କ ମନରେ ଆଶା ଜାଗି ଉଠିଥିଲା । କିନ୍ତୁ ସେପରି ହୋଇପାରିଲା ନାହିଁ ।

ରାଜୁ ଶ୍ରୀବାସ୍ତବଙ୍କ ତାଙ୍କ କ୍ଯାରିୟର ଆରମ୍ଭରେ ଅନେକ ସଂଘର୍ଷ କରିଛନ୍ତି । କ୍ଯାରିୟର ଆରମ୍ଭରେ ନିଜ ଖର୍ଚ୍ଚ ଉଠାଇବା ପାଇଁ ସେ ମାୟାନଗରୀ ମୁମ୍ବାଇରେ ଅଟୋରିକ୍ସା ମଧ୍ୟ ଚଲାଉଥିଲେ । କିନ୍ତୁ ଚୁଲବୁଲା ମିଜାଜର ରାଜୁଙ୍କୁ ତାଙ୍କ ଭାଗ୍ୟ ଫିଲ୍ମ ଦୁନିଆକୁ ଟାଣି ଆଣିଥିଲା । ଦି ଗ୍ରେଟ ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜରୁ ନିଜ କ୍ଯାରିୟର ଆରମ୍ଭ କରିଥିବା ରାଜୁଙ୍କୁ ଧୀରେ ଧୀରେ ଅନେକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା ।

ସେ ନିଜ କମେଡି ଦ୍ଵାରା ଦର୍ଶକଙ୍କ ହୃଦୟ ଜିଣିବା ସହ ମୁମ୍ବାଇରେ ନିଜକୁ ପ୍ରତିଷ୍ଠିତ ମଧ୍ୟ କରି ପଡ଼ିଥିଲେ । ଆଉ ସେ ନିଜ ପରିବାର ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ରାଜୁ ଶ୍ରୀବାସ୍ତବଙ୍କ ପାଖରେ ସମୁଦାୟ ୨୦ କୋଟିର ସମ୍ପତ୍ତି ଥିଲା । ଷ୍ଟେଜ ଶୋ’ ମାନଙ୍କରୁ ହିଁ ସେ ସବୁଠୁ ଅଧିକ ରୋଜଗାର କରୁଥିଲେ ।

ଭାରତ ବ୍ଯତୀତ ବିଦେଶର ଅନେକ ମଞ୍ଚରେ ମଧ୍ୟ ସେ ଲୋକଙ୍କୁଇ ହସାଉଥିଲେ ଓ ଭଲ ରୋଜଗାର କରୁଥିଲେ । କେବଳ ଭାରତରେ ସେ ଶୋ’ ପିଛା ୪ରୁ ୫ ଲକ୍ଷ ନେଉଥିଲେ । କାନପୁରରେ ପିଲାବେଳ ବିତାଇଥିବା ରାଜୁ ଶ୍ରୀବାସ୍ତବଙ୍କର କାନପୁରରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ଏହାସହ ତାଙ୍କ ପାଖରେ BMW, Audi Q7 ଓ ଇନୋଭା ଭଳି ଜବରଦସ୍ତ କାର୍ କଲେକ୍ସନ ମଧ୍ୟ ରହିଛି ।

ଫିଲ୍ମ ଓ ଟିଭି ଶୋ’ ଆଦିରୁ ମଧ୍ୟ ଭଲ ଟଙ୍କା ରୋଜଗାର କରୁଥିଲେ ରାଜୁ । କମେଡି ଦ୍ଵାରା କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରୁଥିବା ରାଜୁ ଯିବାବେଳେ ତାଙ୍କର ଅନେକ ସ୍ମୃତି ଛାଡି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।