Ajira Anuchinta: ସ୍ଵାମୀ-ସ୍ତ୍ରୀ ଝଗଡା କିପରି ଦୂର ହୁଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା ମୂଳକ ସମାଧାନ

ଆଜି ଆମେ କିଛି ଶାସ୍ତ୍ର ଲିଖିତ ଅନୁଚିନ୍ତା ବିଷୟରେ ଜାଣିବା ଯାହା ପାଳନ କରିବା ଦ୍ଵାରା ଆମର ମଙ୍ଗଳ ହେବାସହ ଜୀବନ ସୁଖମୟ ହୋଇଥାଏ । ଶନିଦଶା ଥିଲେ କାଉକୁ ଖାଇବାକୁ ଦିଅନ୍ତୁ ଏବଂ ଘୋଡା ନାଲକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ । ଘରର ମୁଖ୍ୟଦ୍ଵାରରେ କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ । ମାଟି ସୁରେଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ ବାସ୍ତୁ ସମସ୍ଯା ଦୂର ହୁଏ । ସାତୋଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କଲେ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ।

ପୁରୁଷ ହୁଅନ୍ତୁ କିମ୍ବା ମହିଳା ବେକ କେବେ ଖାଲି ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ । ପ୍ରତିଦିନ ସକାଳେ ଦୁଇଟି ନିମ୍ବ ପତ୍ର ଖାଇଲେ ମୁହଁର ଦାଗ ଲିଭିବା ସହିତ ତେଜ ବଢିଥାଏ । ସକାଳୁ ଉଠି ବାସୀ ମୁହଁରେ ଏକ ଗ୍ଳାସ ପାଣି ପିଇଲେ ମଙ୍ଗଳ ହୋଇଥାଏ । ପିତୃ ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ କିମ୍ବା ଅନ୍ୟର ଘରେ ଖାଆନ୍ତୁ ନାହିଁ । ଦିନ ସମୟରେ ଅଧିକାଂଶ ସମୟ ନୀରବ ରହିଲେ ମଙ୍ଗଳ ହୋଇଥାଏ ।

ଭୂମି ଉପରେ ଆସନ ପାରି ବସିକରି ଖାଇଲେ ମଙ୍ଗଳ ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀ ଭିତରେ ଝଗଡା ଲାଗୁଥିଲେ ଦୁଇଟି ମୟୂର ପୁଚ୍ଛ ବିବାହ ଆଲବମରେ ରଖିଲେ ତାହା ଦୂର ହୁଏ । ଗାଧୁଆ ଘରେ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ, କାରଣ ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି । ସିନ୍ଦୂର ପିନ୍ଧିଲା ବେଳେ କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୂର ପିନ୍ଧିଲେ ଶୁଭ ହୋଇଥାଏ ।

ସନ୍ଧ୍ୟା ସମୟରେ ଖାଇବା, ଶୋଇବା ଓ ପାଠ ପଢିବା ଉଚିତ ନୁହେଁ । ସକାଳୁ ଉଠିଲା ପରେ ନିଜ ମୁହଁ ଆଇନାରେ ଦେଖନ୍ତୁ ନାହିଁ, ଠାକୁର ଦର୍ଶନ ପରେ ଦେଖିବା ଉଚିତ । ଯଦି ପୁରୁଷଙ୍କ ଦହନ ହାତ ପାପୁଲି ଓ ମହିଳାମାନଙ୍କ ବାମ ହାତ ପାପୁଲି ଉଣ୍ଡାଇ ହୁଏ ତେବେ ଏହା ଧନ ପ୍ରାପ୍ତି ହେବାର ସଂକେତ ହୋଇଥାଏ ।

ଦୋକାନ ଘର ମୁଖ୍ୟଦ୍ଵାର ଉପରେ ଲାଲ ରଙ୍ଗରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ । ଗ୍ରହଣ ଲାଗିବା ସମୟରେ କିଛି ଖାଇବା ଉଚିତ ନୁହେଁ ଏବଂ ଗ୍ରହଣ ପରେ ଗାଧୋଇବା ଉଚିତ ନୁହେଁ । ପୋଡି ଯାଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ କିମ୍ବା ନିଆଁ ପଡି କଣା ହୋଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ ।

ମାଙ୍କଡ ଘର ଭିତରେ ପଶିଲେ ଅର୍ଥହାନିର ସୂଚନା ମିଳେ, ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ।ଲୁଣକୁ କାଚ ପାତ୍ରରେ ରଖନ୍ତୁ ଏବଂ କିଛି ଲବଙ୍ଗ ପକାଇଲେ ଆର୍ଥିକ ସ୍ଥିତି ଭଲ ରୁହେ । ଗର୍ଭବତୀ ମହିଳାମାନେ ଗୀତା ପାଠ କଲେ ମଙ୍ଗଳ ହୋଇଥାଏ ।

ପୂଜାରେ ତମ୍ବା ବାସନ ବ୍ୟବହାର କରିବା ଉଚିତ ଓ ସୂର୍ଯ୍ୟ ପୂଜା ସମୟରେ ତମ୍ବା ମୁଦିଟିଏ ପିନ୍ଧିବା ଉଚିତ । ସୂର୍ଯ୍ୟ ଅସ୍ତ ପରେ କ୍ଷୀର, ହଳଦୀ ଓ ଝାଡୁ କାହାରିକୁ ଦିଅନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।