Rajkumar ଙ୍କ ଝିଅଙ୍କ ଠାରୁ ଚିଡି ଯାଇ Sahid Kapoor ପୋଲିସରେ ଦେଇଥିଲେ FIR, ଟପି ଯାଇଥିଲେ ସବୁ ସୀମା

ବଲୀଉଡ ଦୁନିଆରେ ନିଜର ଅଭିନୟ, ଦମଦାର ଡାଇଲାଗ ଓ କହିବାର ଅନ୍ଦାଜ ପାଇଁ ଲକ୍ଷ ଲକ୍ଷ ହୃଦୟରେ ରାଜ କରୁଥିବା ଅଭିନେତା ରାଜକୁମାର ପୁରା ଭାରତରେ ପରିଚିତ ଅଟନ୍ତି । ରାଜକୁମାର ନିଜର ଫିଲ୍ମି କ୍ୟାରିୟରରେ ବଲୀଉଡକୁ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି ଯାହାକୁ ଆଜି ବି ଲୋକମାନେ ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ଯେମିତି ରାଜକୁମାର ନିଜ ଦମରେ ବଲୀଉଡରେ ଜଣେ ସଫଳ ଅଭିନେତା ହେଲେ, କିନ୍ତୁ ତାଙ୍କର ପିଲାମାନେ ସେହିଭଳି କିଛି ଖାସ ପରିଚୟ କରି ପାରିଲେ ନାହିଁ ।

କହିଦେଉଛୁ କି ବହୁତ ସୁପରହିଟ ଫିଲ୍ମରେ କାମ କରିବା ପରେ ରାଜକୁମାର ଜେନିଫର ନାମକ ଗୋଟିଏ ଏୟାର ହୋସ୍ଟେସକୁ ବିବାହ କରିଲେ । ବିବାହ ପରେ ରାଜକୁମାରଙ୍କ ୩ ଟି ସନ୍ତାନ ହେଲା । ପୁଅ ପୁରୁ ରାଜକୁମାର, ଝିଅ ବାସ୍ତବିକତା ପଂଡିତ ଓ ପୁଅ ପାଣିନୀ ରାଜକୁମାର । ପୁରୁ ରାଜକୁମାର ନିଜ ପିତାଙ୍କ ଭଳି ବଲୀଉଡର ବହୁତ ଫିଲ୍ମରେ ନଜର ଆସିସାରିଛନ୍ତି । ସେହିଭଳି ତାଙ୍କ ଝିଅ ବାସ୍ତବିକତା ବଲୀଉଡରେ କିଛି ଖାସ ଫିଲ୍ମରେ କାମ କରିଲେ ।

କିନ୍ତୁ ସେ ବି କିଛି ଖାସ କମାଲ କରି ପାରିଲେ ନାହିଁ । କିନ୍ତୁ ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ବାସ୍ତବିକତା ପଂଡିତ ବଲୀଉଡ ଅଭିନେତା ଶାହିଦ କପୁରଙ୍କ ପଛରେ ପଡି ଯାଇ ଥିଲେ ଓ ସବୁ ସୀମା ପାର କରି ଦେଇଥିଲେ । ବାସ୍ତବିକତା ପଂଡିତ ଶାହିଦ କପୁର ଯେଉଁଠି ବି ଯାଉଥିଲେ ବାସ୍ତବିକତା ପଂଡିତ ତାଙ୍କର ପିଛା କରୁଥିଲେ । କହିବାକୁ ଗଲେ ବାସ୍ତବିକତା ପଂଡିତ ଶାହିଦ କପୁରଙ୍କୁ ଭଲ ପାଇ ବସି ଥିଲେ ।

ସେଥିପାଇଁ ସେ ଶାହିଦ କପୁରଙ୍କ ସବୁ କାମ ଉପରେ ନଜର ରଖୁଥିଲେ । ସେ ଶାହିଦ କପୁରଙ୍କ ପାଖାପାଖି ରହିବା ପାଇଁ ତାଙ୍କ ଘର ପାଖରେ ଗୋଟିଏ ଫ୍ଲାଟ ବି ନେଇ ଗଲେ । ଏତିକି ନୁହେଁ ସେ ସମସ୍ତଙ୍କୁ ଶାହିଦ କପୁରଙ୍କ ସ୍ତ୍ରୀ ବି କହିବାକୁ ଲାଗିଥିଲେ । ବେଳେ ବେଳେ ବାସ୍ତବିକତା ପଂଡିତ ଶାହିଦ କପୁରଙ୍କ ଘରକୁ ବି ଚାଲି ଯାଉ ଥିଲେ । ଏହିଭଳି କାମ ଦେଖି କେବଳ ଶାହିଦ କପୁର ନୁହେଁ ବାସ୍ତବିକତା ପଂଡିତଙ୍କ ଘର ଲୋକମାନେ ବି ଚିନ୍ତାରେ ପଡି ଯାଇ ଥିଲେ ।

ଶେଷରେ ଶାହିଦ କପୁର ପୋଲିସ ଷ୍ଟେସନକୁ ଯାଇ ଅଭିନେତ୍ରୀଙ୍କ ବିରୁଦ୍ଧରେ କେସ ଦାୟର କରିଲେ । ବାସ୍ତବିକତା ପଂଡିତ ଶାହିଦ କପୁରଙ୍କ ପିଛା ଛାଡିଦେଲେ । କିନ୍ତୁ ଆଜି ସେ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ଏହା ବିଷୟରେ କେହି ବି ଜାଣି ନାହାନ୍ତି । କହିଦେଉଛୁ କି ୩ ଜୁଲାଇ ୧୯୯୬ରେ ବେକରେ କ୍ୟାନ୍ସର କାରଣରୁ ଅଭିନେତା ରାଜକୁମାର ଏହି ଦୁନିଆକୁ ଛାଡି ଚାଲିଗଲେ ।

ମୃତ୍ୟୁ ପୂର୍ବରୁ ରାଜକୁମାର ତାଙ୍କର ପରିବାର ଲୋକଙ୍କୁ କହିଥିଲେ କି ତାଙ୍କର ଅନ୍ତିମ ସଂସ୍କାର ବିଷୟରେ କାହାକୁ କିଛି ନ କହିବା ପାଇଁ । ସେଥିପାଇଁ ରାଜକୁମାରଙ୍କ ପରିବାର ଲୋକମାନେ ବି ଅଭିନେତାଙ୍କ ଅନ୍ତିମ ସଂସ୍କାର ହେବା ପରେ ମିଡିଆକୁ ଏହି ଖବର ଦେଇ ଥିଲେ ।