ପ୍ରଥମରୁ ପଞ୍ଚମ ଶ୍ରେଣୀଙ୍କ ପାଇଁ ଖୋଲିବ School ! ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ Sameer Ranjan Das ଙ୍କ ବଡ ଘୋଷଣା, ଦେଖନ୍ତୁ କ’ଣ ସବୁ ରହିବ ଗାଇଡଲାଇନ

କରୋନା ମହାମାରୀ ସକାଶେ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିବା ବେଳେ ଆସନ୍ତା ଜାନୁୟାରୀ ୩ ତିନି ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛି । ଏଥର ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ର-ଛାତ୍ରୀ ମାନେ ସ୍କୁଲକୁ ଯାଇ ଶ୍ରେଣୀଗୃହରେ ଶିକ୍ଷା ଲାଭ କରିବେ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ବିଗତ ଦିନରେ ସ୍କୁଲ ବନ୍ଦ ରଖା ଯାଇଥିବା ବେଳେ ଅନଲାଇନ ମାଧ୍ୟମରେ ପାଠପଢା ଚାଲିଥିଲା । କରୋନାର ଦାଉ କମିବା ପରେ ଧୀରେ ଧୀରେ ବିଭିନ୍ନ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ପାଠପଢା ଖୋଲୁଛନ୍ତି ସରକାର ।

ପ୍ରଥମେ କଲେଜ ଓ ୟୁନିଭର୍ସିଟି ଖୋଲିଲା ଓ ନବମ ଦଶମ ଶ୍ରେଣୀଙ୍କ ପାଇଁ ମଧ୍ୟ ପାଠପଢା ଆରମ୍ଭ ହେଲା । ଆଉ ତା’ପରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ମଧ୍ୟ ସ୍କୁଲ ପାଠପଢା ଆରମ୍ଭ ହେଲା । କିନ୍ତୁ ପ୍ରଥମରୁ ପଞ୍ଚମ ଶ୍ରେଣୀଗୃହ ପାଠପଢା ଆରମ୍ଭ କରିବା ପାଇଁ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବର୍ତ୍ତମାନ ରାଜ୍ୟରେ ପାଖାପାଖି ୨୭ ହଜାର ସ୍କୁଲ ଖୋଲିବ ଓ ସମସ୍ତେ ସ୍କୁଲକୁ ଯାଇ ପାଠ ପଢିବେ ।

ଅନଲାଇନ ମାଧ୍ୟମରେ ଯେଉଁ ପିଲାମାନେ ପାଠ ପଢୁଥିଲେ ଅନେକ ସମୟରେ ସେମାନଙ୍କୁ ସମସ୍ଯାର ସମୁଖୀନ ହେବାକୁ ପଡୁଥିଲା । ଅନେକ ପିଲା ଅନଲାଇନ ମାଧ୍ୟମରେ ପାଠ ପଢିବାକୁ ସକ୍ଷମ ହୋଇପାରୁ ନଥିଲେ । ଏବେ ପିଲା ମାନଙ୍କର ଏହି ସମସ୍ତ ସମସ୍ଯାର ସମାଧାନ ହୋଇଯିବ ଓ ଯେଉଁମାନଙ୍କ ପାଇଁ ଅନଲାଇନ ପାଠପଢା ସମ୍ଭବ ହୋଇପାରୁ ନଥିଲା ସେମାନେ ମଧ୍ୟ ଏବେ ସହଜରେ ପାଠ ପଢିପାରିବେ । ତେବେ ଛାତ୍ର ଛାତ୍ରୀ ମାନେ ଯେପରି କୋଭିଡ ସମ୍ବନ୍ଧିତ ସମସ୍ତ ନିୟମ ପାଳନ କରିବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ।

ପିଲାମାନେ ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ଶ୍ରେଣୀଗୃହରେ ଦୂରତା ରକ୍ଷା କରି ବସିବା ଆଦି ସବୁ ନିୟମ କଡାକଡି ଭାବେ ପାଳନ କରିବେ । ଏହାସହ ନିୟମିତ ଶ୍ରେଣୀଗୃହକୁ ମଧ୍ୟ ସାନିଟାଇଜ କରାଯିବ । ତେବେ ବର୍ତ୍ତମାନ ପାଇଁ କେବଳ ସକାଳ ୯ଟା ରୁ ଦିନ ୧୨ଟା ଯାଏଁ ପିଲାଙ୍କର କ୍ଳାସ କରାଯିବ ଓ ତା’ପରେ ସେମାନଙ୍କୁ ଛୁଟି ଦିଆଯିବ । ତେବେ ଅନେକ ସ୍ଥାନରେ ଆସନ୍ତା ୫ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ।

ଯେଉଁ ସ୍କୁଲ ମାନଙ୍କରେ ଏହି ପରୀକ୍ଷା ହେବ ସେଠାରେ ସେହି ସମୟରେ ଅନ୍ୟ କ୍ଳାସ ଗୁଡିକୁ ସ୍ଥଗିତ ରଖାଯିବ । ତେବେ ଏହି ସମୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ସରକାରୀ ସ୍କୁଲରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ । ତେବେ ଦୀର୍ଘ ଦିନ ଧରି ଘରେ ରହିବା ପରେ ସ୍କୁଲ ଖୋଲିବାକୁ ନେଇ ଅନେକ ଛାତ୍ର-ଛାତ୍ରୀ ନିଶ୍ଚିତ ଭାବେ ଖୁସି ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।