ମିସେସ ଇଣ୍ଡିଆ ଟାଇଟଲ ଜିତିବା ପରେ ଏବେ ଓଡିଆ ବୋହୁ Navdeep Kaur ଙ୍କ ନଜର ରହିଛି Mrs. World କ୍ରାଉନ ଉପରେ, ଦେଖନ୍ତୁ ସେ କ’ଣ କହୁଛନ୍ତି

ଚଳିତ ବର୍ଷ ଜାନୁୟାରୀ ମାସରେ ମୁମ୍ବାଇରେ ଆୟୋଜିତ ହୋଇଥିବା ମିସେସ୍ ଇଣ୍ଡିଆ ପ୍ରତିଯୋଗୀତାରେ ମିସେସ୍ ଇଣ୍ଡିଆ କ୍ରାଉନ ହାସଲ କରିଥିଲେ ଓଡିଆ ବୋହୂ ନବଦୀପ କୌର । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇ ନବଦୀପ ଏହି ଟାଇଟଲ ହାସଲ କରିଥିଲେ । ସୁନ୍ଦରଗଡର ସୁନ୍ଦରୀ ବୋହୂ ନବଦୀପ ଏହି ପ୍ରତିଯୋଗୀତାରେ ଅନଲାଇନ ମାଧ୍ୟମରେ ଭାଗ ନେଇଥିଲେ । ଆଉ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ ।

ବିବାହ ପରେ ମଧ୍ୟ ମହିଳା ମାନେ ନିଜ ପ୍ରତିଭାକୁ ପରିପ୍ରକାଶ କରିପାରିବେ ବୋଲି ଏହି ପ୍ରତିଯୋଗୀତା ଦେଶର ମହିଳା ମାନଙ୍କୁ ଆହ୍ଵାନ ଦିଏ । କେବଳ ଘରରର ଚାରିକାନ୍ଥ ମଧ୍ୟରେ ରହି ନୁହେଁ, ବରଂ ମହିଳା ବାହାରକୁ ବାହାରି ପରିବାରକୁ ଓ ଦେଶକୁ ଗର୍ବିତ କରାଇ ପାରିବେ ବୋଲି ନବଦୀପ ସେତେବେଳେ କହିଥିଲେ । ତେବେ ଏହି ସଫଳତା ହାସଲ କରିବା ପରେ ଏବେ ନବଦୀପଙ୍କ ନଜର ରହିଛି ମିସେସ୍ ୱାର୍ଲ୍ଡ କ୍ରାଉନ ଉପରେ ।

ସେ ଖୁବ୍ କଠିନ ପରିଶ୍ରମ କରି ଆସୁଛନ୍ତି । ଆଉ ଏଥିପାଇଁ ସେ ଗତ ଏକ ବର୍ଷ ଧରି ପ୍ରସ୍ତୁତି ଜାରି ରଖିଛନ୍ତି । ସେ କହିଛନ୍ତି କି ଏମିତି କିଛି ବି ପ୍ରସ୍ତୁତି ନାହିଁ ଯାହା ସେ କରିପାରି ଥାନ୍ତେ କିନ୍ତୁ କରି ନାହାନ୍ତି । ଗତ ୨୧ ବର୍ଷ ମଧ୍ୟରେ ଭାରତ ଗୋଟିଏ ହେଲେ ବି ମିସେସ୍ ୱାର୍ଲ୍ଡ କ୍ରାଉନ ହାତେଇ ପାରିନାହିଁ । ଆଉ ନବଦୀପଙ୍କ ବିଶ୍ବାସ ସେ ଆନ୍ତର୍ଜାତୀୟ ସ୍ତରରେ ଏହି ପ୍ରତିଯୋଗିତାରେ ଭାଗ ନେଇ ଇଣ୍ଡିଆ ପାଇଁ ଗର୍ବ ଓ ଗୌରବ ଆଣିଦେବେ ବୋଲି ।

ତାଙ୍କର ଦୃଢ ବିଶ୍ବାସ ଯେ ସେ ନିଶ୍ଚୟ ଏଥର ମିସେସ୍ ୱାର୍ଲ୍ଡ କ୍ରାଉନ ହାସଲ କରିବେ । ଇଣ୍ଡିଆକୁ ସେ ରିପ୍ରେସେଣ୍ଟ କରିବାକୁ ଯାଉଥିବାରୁ ଦେଶବାସୀଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି । କେବଳ ଆଉ କିଛି ସପ୍ତାହର କଥା । ଆସନ୍ତା ଜାନୁୟାରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ମିସେସ୍ ୱାର୍ଲ୍ଡ କ୍ରାଉନ ଭାରତ ଆସିଛି ବୋଲି ସମସ୍ତେ ଜାଣିଯିବେ । ଏହିପରି ଦୃଢୋକ୍ତି ଦେଇଛନ୍ତି ନବଦୀପ କୌର ।

ସେ ମିସେସ୍ ଇଣ୍ଡିଆ ଟାଇଟଲ ଜିତିବା ପରେ ଦେଶ ପ୍ରତି ତାଙ୍କର ଦାୟିତ୍ଵକୁ ସେ ଖୁବ୍ ଭଲ ଭାବେ ବୁଝି ପାରୁଛନ୍ତି ଓ ସେଥିପ୍ରତି ସେ ଖୁବ୍ ଉତ୍ସର୍ଗୀକୃତ ବୋଲି ତାଙ୍କ କଥାରୁ ଜଣାପଡୁଛି ।ତେବେ ଏହି ପ୍ରତିଯୋଗୀତାରେ ଟପ୍ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇବାକୁ ହେଲେ ଦେଶବାସୀଙ୍କ ଭୋଟ୍ ର ଆବଶ୍ୟକ ରହିଛି । ଯାହାକି ଆପଣ http://www.mrsworld.com କୁ ଯାଇ ନବଦୀପଙ୍କୁ ଭୋଟ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।