ପେଟ୍ରୋଲ ଦରକୁ ନେଇ ରାଜଧାନୀ Bhubaneswar ରେ ଅସନ୍ତୋଷ ପ୍ରକାଶ କଲେ ସାଧାରଣ ଜନତା, ଦେଖନ୍ତୁ କଣ କହୁଛନ୍ତି ଏହି ଝିଅଟି, ଦେଖନ୍ତୁ Video

ଗତ କିଛି ଦିନ ଧରି ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଏହାର ପ୍ରଭାବ ସବୁ ସାମଗ୍ରୀ ଉପରେ ପଡୁଛି । ପନିପରିବା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ଗ୍ରୋସରି ସାମଗ୍ରୀ ଦର ମଧ୍ୟ ଏହା ଯୋଗୁଁ ବଢିବାକୁ ଲାଗିଛି । ବିଶେଷ କରି ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏହା ଏକ ବଡ ସମସ୍ଯା ସାଜିଛି । ଏନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ପେଟ୍ରୋଲ ଦର ହୁ ହୁ ହୋଇ ବଢିବା ସେମାନଙ୍କ ଦରମାକୁ ସୁହାଉନି ବୋଲି ଲୋକେ କହୁଛନ୍ତି ।

ଟୀକା ବାହାନା କରି ସରକାର ତେଲ ଦର ବଢେଇ ଚାଲିଛନ୍ତି ବା ସେଥିରେ ନିୟନ୍ତ୍ରଣ ଆଣୁ ନାହାନ୍ତି । ଏଥିପାଇଁ ଅନେକ ସାଧାରଣ ଲୋକ ବହୁତ ଅଭାବ ଅସୁବିଧାର ସାମନା ହେଉଛନ୍ତି । ପେଟ୍ରୋଲ ଖର୍ଚ୍ଚକୁ ଏଡାଇବା ପାଇଁ ବ ଖର୍ଚ୍ଚ ବଞ୍ଚାଇବା ପାଇଁ ଲୋକଙ୍କୁ ବହୁତ କଷ୍ଟ କରିବା ମଧ୍ୟ ପଡୁଛି । ଯେମିତିକି ଗୋଟିଏ ଗାଡିରେ ଦୁଇଜଣ ଯିବା ଆସିବା କରିବା ଏବଂ ମିଶିକରି ସେଦିନର ପଇସା ସମାନ ଭାବେ ବାଣ୍ଟ କରି ଦେଉଛନ୍ତି । କାର୍ଯ୍ୟକୁ ଯିବା ପାଇଁ ତ ଗାଡି ବାହାର କରିବାକୁ ପଡିବ ଆଉ ସେଥିପାଇଁ ପେଟ୍ରୋଲ ଖର୍ଚ୍ଚ ମଧ୍ୟ ହେବ ।

ତେଣୁ ନିଜ ପେଟ କାଟି ସାଧାରଣ ମଣିଷ ପେଟ୍ରୋଲ ପାଇଁ ପଇସା ଗଣିବାକୁ ବାଧ୍ୟ ହେଉଛି । ଆଉ ଏତେ ପଇସା ଗଣି ପେଟ୍ରୋଲ ପକାଇବା ସାଧାରଣ ମଣିଷଙ୍କୁ ଖୁବ ବାଧୁଛି । କିନ୍ତୁ ସେମାନଙ୍କ ଅ-ଭି-ଯୋ-ଗ ଶୁଣିବାକୁ କେହି ନାହାନ୍ତି । ଏନେଇ ସରକାର ମୁହଁ ବନ୍ଦ କରି ବସିଛନ୍ତି । ଏପଟେ ଟୀକା ଏବଂ ଚିକତ୍ସା ମାଗଣା ଯୋଗାଇ ଦେବେ କହି ସେପଟେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ଯାସ ଦର ହୁ ହୁ କରି ବଢାଇବାରେ ଲାଗିଛନ୍ତି । ଯାହା ସାଧାରଣ ମଣିଷ ପକ୍ଷେ ଅସହ୍ୟ ହେଉଛି ।

ଯାହା ବି ହେଉ ସାଧାରଣ ଜନତା ଏହା ସବୁ ସହିବାକୁ ବାଧ୍ୟ ହେଉଛି । କାରଣ ଏହାଛଡା ଆଉ କିଛି ବାଟ ନାହିଁ ବା ସେମାନଙ୍କ ଅ-ଭି-ଯୋ-ଗ ଏବଂ ସମସ୍ଯା ଶୁଣିବାକୁ କେହି ନାହାନ୍ତି । ତେବେ ଏନେଇ ଆଗକୁ ପେଟ୍ରୋଲ ଡିଜେଲର ବିକଳ୍ପ ପନ୍ଥା ଚିନ୍ତା ନକଲେ ଆଉ ହେବ ନାହିଁ ବୋଲି ସମସ୍ତେ ଅନୁଭବ କଲେଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।