ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଓଡିଶାର ସଂସ୍କୃତି ଓ ପରମ୍ପରା ଆଧାରରେ ପାଳିତ ହେଉଥିବା ରାଜ ପର୍ବ ସମସ୍ତ ପର୍ବ ଠାରୁ ଅନ୍ୟତମ । ତେବେ ରାଜ ପର୍ବକୁ ବିଶେଷ ଭାବେ ଝିଅ ମାନେ ହିଁ ପାଳିତ କରିଥାନ୍ତି । ତେବେ ସେହି କୃଷିଭିତ୍ତିକ ରଜପର୍ବକୁ ଆଧାର କରି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ବିଷୟରେ ଚାଲନ୍ତୁ ଆଲୋଚନା କରିବା ।
୧;- ରଜ ପର୍ବରେ କେଉଁ କାର୍ଯ୍ୟ କରିବା ନିଷେଦ୍ଧ କରାଯାଇଛି ?
ଉତ୍ତର;- ରଜ ପର୍ବରେ ଭୂମୀରେ ହଳ କରିବାକୁ ବାରଣ ରହିଥାଏ ।
୨;- ରଜ ପର୍ବରେ କାହାକୁ ଖାଲି ପାଦରେ ଚାଲିବାକୁ ମନା କରାଯାଇଥାଏ ?
ଉତ୍ତର;- ରଜରେ କୁମାରୀ ଝିଅ ମାନଙ୍କୁ ଖାଲି ପାଦରେ ଚଳିବାକୁ ମନା କରାଯାଇଥାଏ ।
୩;- ରଜ ପର୍ବ କେଉଁ ପିଠା ପାଇଁ ଅଧିକ ପ୍ରସିଦ୍ଧ ଅଟେ ?
ଉତ୍ତର;- ରଜ ପର୍ବ ପୋଡପିଠା ପାଇଁ ବହୁ ମାତ୍ରାରେ ପ୍ରସିଦ୍ଧ ଅଟେ ।
୪;- ରଜ ପର୍ବ କେଉଁ ଖେଳ ପାଇଁ ବିଶେଷ ଭାବେ ପ୍ରସିଦ୍ଧ ଅଟେ ?
ଉତ୍ତର;- ରଜ ପର୍ବ ଦୋଳି ଖେଳ ପାଇଁ ପ୍ରସିଦ୍ଧ ଅଟେ ।
୫;- ରଜ ପର୍ବ କେତେ ଦିନ ଧରି ମୁଖ୍ଯତଃ ପାଳନ କରାଯାଇଥାଏ ?
ଉତ୍ତର;- ରଜ ପର୍ବ ମୁଖ୍ଯତଃ ୩ ଦିନ ପାଇଁ ପାଳନ କରାଯାଇଥାଏ ।
୬;- ରଜ ପର୍ବର ପ୍ରଥମ ଦିନକୁ କଣ କୁହାଯାଇଥାଏ ?
ଉତ୍ତର;- ରଜ ପର୍ବର ପ୍ରଥମ ଦିନକୁ ପହିଲି ରଜ ବୋଲି କୁହାଯାଇଥାଏ ।
୭;- ରଜ ପର୍ବର ଦିତୀୟ ଦିନକୁ କଣ କୁହାଯାଇଥାଏ ?
ଉତ୍ତର;- ରଜ ପର୍ବର ଦିତୀୟ ଦିନକୁ ରଜ ସଙ୍କ୍ରାନ୍ତି ବା ମିଥୁନ ସଙ୍କରାନ୍ତି କୁହାଯାଇଥାଏ ।
୮;- ରଜ ପର୍ବର ତୃତୀୟ ଦିନକୁ କଣ କୁହାଯାଇଥାଏ ?
ରଜ ପର୍ବର ତୃତୀୟ ଦିନକୁ ଭୂମୀଦାହନ ବା ବାସି ରଜ ବୋଲି କୁହାଯାଇଥାଏ ।
୯;- ରଜ ପର୍ବର ଚତୁର୍ଥ ଦିନକୁ କଣ କୁହାଯାଇଥାଏ ?
ଉତ୍ତର;- ରଜ ପର୍ବର ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଇଥାଏ ।
୧୦ ;- ରଜ ସଙ୍କ୍ରାନ୍ତୀ କେଉଁ ମାସରେ ପଡିଥାଏ ?
ଉତ୍ତର;- ରଜ ସଙ୍କ୍ରାନ୍ତୀ ଓଡିଆ ମାସ ହିସାବରେ ଆଷାଢ ମାସରେ ପଡିଥାଏ ।
୧୧;- ପହିଲି ରଜ କେଉଁ ଦିନ ପଡିଥାଏ ?
ଉତ୍ତର;- ପହିଲି ରଜ ଜେଷ୍ଠ ମାସର ଶେଷ ଦିନରେ ପଡିଥାଏ ।
୧୨;- ରଜ ପର୍ବ କଣ ଶିକ୍ଷା ଦେଇଥାଏ ?
୧୩;- ରଜ ପର୍ବରେ ଝିଅ ମାନେ ପାଦରେ କଣ ପିନ୍ଧି ଚାଲିଥାନ୍ତି ?
ଉତ୍ତର;- ରଜ ପର୍ବରେ ଝିଅ ମାନେ ପାଦରେ କଦଳୀ ପଟୁଆ ପିନ୍ଧି ଚଳିବାର ମାନ୍ୟତା ରହିଛି ।
୧୪;- ରଜ ପର୍ବରେ ପୁଅ ମାନେ ବିଶେଷ ଭାବେ ଖେଳିବାକୁ ପସନ୍ଦ କରିଥାନ୍ତି ?
ଉତ୍ତର;- ପୁଅ ମାନେ ରଜରେ ବାଗୁଡି ଓ କବାଡି ଖେଳିଥାନ୍ତି ।
୧୫;- ରଜ ପର୍ବରେ ଝିଅ ମାନେ କେଉଁ ଦିନ ହାତରେ ମେହେନ୍ଦି ଲଗାଇଥାନ୍ତି ?
ଉତ୍ତର;- ରଜ ପର୍ବରେ ଝିଅ ମାନେ ସଜବାଜ ଦିନ ମେହେନ୍ଦି ଲଗାଇଥାନ୍ତି ।
ଉତ୍ତର;- ରଜ ପର୍ବ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବା ପାଇଁ ଲୋକଙ୍କୁ ଶିକ୍ଷା ଦେଇଥାଏ ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ