ଲେମ୍ବୁ, ଲଙ୍କା ଘରେ ବା ଦୋକାନରେ ଟାଙ୍ଗିଲେ, କଣ ହୋଇଥାଏ ? Vaastu Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଲୋକ ଘର କିମ୍ବା ଦୋକାନ ବା  ନିଜ କାର୍ଯ୍ୟ ସ୍ତଳରେ ଲେମ୍ବୁ, ଲଙ୍କା ଟାଙ୍ଗିଥିବାର ଆମେ ଦେଖିଥାଉ । କାରଣ ବହୁ ଲୋକଙ୍କ ମାନିବା ଅନୁଯାଇ ଘର, ଗାଡି କିମ୍ବା ଦୋକାନ ସାମ୍ନାରେ ଲେମ୍ବୁ ଟଙ୍କା ଟାଙ୍ଗିବା ଦ୍ଵାରା ଲୋକଙ୍କ ସେହି ସ୍ଥାନ ଉପରେ କୁ-ନଜର ପଡ଼ିପାରିନଥାଏ । ହେଲେ ବହୁତ ଲୋକ ଲେମ୍ବୁ ଟଙ୍କା ଟାଙ୍ଗିବାର ପ୍ରକୃତ ଅର୍ଥ ସମ୍ପର୍କରେ ଜାଣିନଥାନ୍ତି । ତେବେ ଚାଲନ୍ତୁ ଏହି ଲେମ୍ବୁ ଲଙ୍କା କେଉଁ ସ୍ଥାନରେ ଓ କଣ ପାଇଁ ଟାଙ୍ଗିଥାନ୍ତି ?

ସେହି ବିଷୟରେ ଆଲୋଚନା କରିନେବା । ଲେମ୍ବୁ ଲଙ୍କା ଯଦି ଏକାସାଙ୍ଗରେ ଘରେ ଟାଙ୍ଗିଥାନ୍ତି । ତେବେ ଏହା ଘରର ଦରିଦ୍ରତାକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଘର ପରିବାର କେହି ସଦସ୍ୟ ରୋଗାକ୍ରାନ୍ତ ହୋଇନଥାନ୍ତି । ବାହାର ଲୋକଙ୍କର ଖରାପ ନଜର ଘର ଉପରେ ପଡିପାରିନଥାଏ । ଘର ମଧ୍ୟକୁ କୌଣସି ପ୍ରକାର କଳା ତଥା ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ । ଏହା ସହିତ ବାହାର କୌଣସି ଲୋକ ଯଦି ଆପଣଙ୍କ ଘରକୁ ଆସିଥାନ୍ତି ।

ତ ସେମାନେ ଘର ସାମ୍ନାରେ ଲେମ୍ବୁ ଲଙ୍କା ଟାଙ୍ଗିବା ଦେଖି ଗାର ବାହାରେ ହିଁ ଚପଲ ଥୋଇ କରି ଯାଇଥାନ୍ତି । କାରଣ ବାହାରର ଜୋତା, ଚପଲ ଆଦି ଘର ମଧ୍ୟକୁ ନେଇକି ଯିବା ଅନୁଚିତ । ଯେଉଁ ମାନେ ଡ୍ରାଇଭିଙ୍ଗ କାର୍ଯ୍ୟ କରୁଥାନ୍ତି । ସେମାନେ ମଧ୍ୟ ନିଜ ନିଜ ଗାଡିରେ ଲେମ୍ବୁ କଙ୍କା ଟାଣିବା ଦରକାର । ବହୁତ ଲୋକ ସୋ’ କରିବା ପାଇଁ ପ୍ଲାଷ୍ଟିକର ଲେମ୍ବୁ ଲଙ୍କା ନିଜ ଗାଡି ଆଗରେ ଟାଙ୍ଗିଦେଇଥାନ୍ତି । ହେଲେ ଏପରି କରିବା ଦ୍ଵାରା ସୋ’ ବାଜି ତ ହୋଇଥାଏ ।

ହେଲେ ଏଥିରୁ ଆପଣଙ୍କୁ କୌଣସି ପ୍ରକାର ଫାଇଦା ହୋଇନଥାଏ । ତେଣୁ ୨ ଟି ଲେମ୍ବୁ ଓ ୫ ଟି ଲଙ୍କା ଆଣନ୍ତୁ । ସେଥିରେ ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରୁ କିଛି ସିନ୍ଦୁର ଆଣି ସବୁ ଲଙ୍କା ଓ ଲେମ୍ବୁରେ ଲଗାଇଡିଆନ୍ତୁ । ଏହା ସହ ପ୍ରଭୁ ହନୁମାନଙ୍କ ଆରାଧନା କରି ନିଜ ଗାଡିରେ ମଙ୍ଗଳବାର ଦିନ ଏହାକୁ ଟାଙ୍ଗୀ ଦିଅନ୍ତୁ ।

ଏପରି କରିବା ଦ୍ଵାରା ଗାଡି ଉପରେ କିଛି ଖରାପ ଶକ୍ତିର ନଜର ପଡିବାକୁ ଦେଇନଥାଏ । ଘର, ଅଫିସ ବା ଦୋକାନରେ ଯଦି ଲଙ୍କା ଲେମ୍ବୁ ଯୋଡି କରି ଟାଙ୍ଗିଥାନ୍ତି । ତେବେ ସେହି ସ୍ଥାନରେ ପିତୃ ଦୋଷ ଲାଗିନଥାଏ । କାରଣ ଯଦି କୌଣସି ସ୍ଥାନରେ ପିତୃ ଦୋଷ କିମ୍ବା ବାସ୍ତୁଦୋଷ ଲାଗିଯାଇଥାଏ । ସେହି ସ୍ଥାନରେ କେବେବି ଉନ୍ନତି ହୋଇନଥାଏ । ଘର ବା କାର୍ଯ୍ୟ କ୍ଷେତ୍ରରେ ଯେଉଁ ବି ଲେମ୍ବୁ, ଲଙ୍କା ଟାଙ୍ଗିଥାନ୍ତି ।

ତାହାକୁ ଆପଣ ୧୫ ରୁ ନେଇକି ୧ ମାସ ମଧ୍ୟରେ ନିହାତି ବଦଳାଇ ଦେଇ ପାଣିରେ ପକାଇ ଦିଅନ୍ତୁ । ଯାହା ଦ୍ଵାରା ସେଥିରେ ଶୋଷୀ ହୋଇ ରହିଥିବା ସମସ୍ତ ନଜର ଘରୁ ବାହାରିଯିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ