କାହିଁକି ପାଳନ କରାଯାଏ ରଜପର୍ବ ? ଏହାର ପ୍ରକୃତ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଆମ ଓଡିଶାର ପାରମ୍ପରିକ ପର୍ବ ରଜକୁ ତିନିଦିନ ଖୁବ ଧୁମଧାମରେ ପାଳନ କରାଯାଏ । ଏହାର ୧ମ ଦିନକୁ ପହିଲିରଜ, ୨ୟ ଦିନକୁ ରଜସଂକ୍ରାନ୍ତି, ୩ୟ ଦିନକୁ ଭୂମିଦହନ ଓ ୪ର୍ଥ ଦିନକୁ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ରଜ ପରଠାରୁ ବର୍ଷା ଋତୁର ଆଗମନ ହୋଇଥାଏ । ବିଶ୍ବାସ ରହିଛି କି ଭାଗବ୍ନ ବିଷ୍ଣୁଙ୍କ ପତ୍ନୀ ବସୁଧା ମା ଏହି ତିନିଦିନ ନିଜ ମାସିକ ଧର୍ମ ପାଳନ କରନ୍ତି ଓ ୪ର୍ଥ ଦିନ ସ୍ନାନ କରନ୍ତି । ରଜ ଶବ୍ଦର ଅର୍ଥ ରଜବତୀ ହେବା ।

ଯାହା ପୃଥିବୀକୁ ମାତା ବୋଲି ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵୀଳ ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ଅଟେ । ଏହିଦିନରେ ଚାଷୀମାନେ ବସୁମତୀ ଓ ହଳ ଲଙ୍ଗଳ ପୂଜା କରିବା ସହ ଚାଷକାମରୁ ମଧ୍ୟ ବିରତି ନେଇଥାନ୍ତି । ରାଜାରେ ପୋଡପିଠା ଓ ପାନ ଖିଆ ସହ ଝିଅମାନେ ପୁଚି ଓ ରଜଦୋଳି ଆଦି ଖେଳିବା ଖେଳିବା ସହ ରଜଗୀତ ଗାଇ ଏହି ପର୍ବ ପାଳନ କରନ୍ତି । ସେହିପରି ପୁଅମାନେ ଲୁଡୁ, ତାସ୍ ଓ ବାଗୁଡି ଆଦି ଖେଳିଥାନ୍ତି ।

ରଜପର୍ବର ବିଶେଷତ୍ଵ ହେଉଛି ଆଷାଢ ମାସର ଚତୁର୍ବତୀ ମାସର ପ୍ରଥମ ମାସ ଏହି ଚାରିଦିନ ମୁନିଋଷି ପରିଭ୍ରମଣ ତ୍ୟାଗ କରି ଏକ ସ୍ଥାନରେ ରହି ସାଧନ କରିଥାନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗ ମାସ ଭାବେ ମଧ୍ୟ ଗ୍ରହଣ କରାଯାଏ । ମହାକବି କାଳିଦାସଙ୍କ ରଚିତ ମେଘଦୂତ ମହାକାବ୍ୟରେ ଆଷାଢ ମାସର ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନକୁ ନେଇ ସୁନ୍ଦର ଭାବେ ଉଲ୍ଲେଖ କରାଯାଇଛି ।

କୃଷିପ୍ରଧାନ ଦେଶ ଏହିଦିନରେ ରଜସ୍ଵୀଳା ହେବା ପରେ ଆମ କୋଳରେ ବହୁ ପ୍ରକାରର ଫସଳ ଅଜାଡି ଦିଏ । ମହିଳାମାନେ ଯେପରି ପ୍ରଜନନ ଆଗରୁ ବିଶ୍ରାମ ଆବଶ୍ୟକ କରେ ଠିକ ସେହିପରି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମାଆକୁ ରଜପର୍ବର ତିନିଦିନ ବିଶ୍ରାମ ଦିଆଯାଏ । ଏହି କାରଣରୁ ଧରଣୀ ମାତାଙ୍କୁ ରଜସ୍ଵୀଳା ସ୍ତ୍ରୀ ସହ ତୁଳନା କରାଯାଏ । ଏହି ପର୍ବ କୁମାରୀମାନଙ୍କ ପାଇଁ ଏକ ତାଲିମ ପ୍ରଦାନକାରୀ ପର୍ବ ।

କାରଣ ଅବିବାହିତା ଝିଅମାନେ ଗର୍ଭଧାରଣ ପ୍ରାପ୍ତିର କ୍ଷମତା ପାଇବାର ଏହା ଏକ ସାଙ୍କେତିକ ପର୍ବ । ନାରୀଭାବେ ଆଗକୁ କର୍ତ୍ତବ୍ୟ ସମ୍ପାଦନ କରିବା ବିଷୟ ଏହି ପର୍ବରୁ ଶିଖିବାକୁ ମିଳିଥାଏ । ରଜ ତିନିଦିନ ମହିଳାମାନଙ୍କୁ ଘରର କାର୍ଯ୍ୟରୁ ନିବୃତ୍ତ ରଖାଯାଏ । ଝିଅମାନେ ନୂଆ ପୋଷାକ କିମ୍ବା ଶାଢୀ, ଅଳତା ଓ କୁମକୁମ୍ ଆଦି ଲଗେଇ ସଜେଇ ହୋଇଥାନ୍ତି ।

ରଜର ୪ର୍ଥ ଦିନ ମହିଳାମାନେ ଶିଳକୁ ମାଆଙ୍କ ରୂପ ମାନି ହଳଦୀ ଲଗେଇ ଗାଧୋଇ ଦେଇଥାନ୍ତି ଓ ଫୁଲ, ସିନ୍ଦୂର ଦେଇ ସଜେଇଥାନ୍ତି । ମାଆଙ୍କୁ ବହୁତ ପ୍ରକାରର ପ୍ରସାଦ ମଧ୍ୟ ଚଢାଯାଏ । ରଜପର୍ବ ଆରମ୍ଭ ହେବାର ପୂର୍ବଦିନକୁ ସଜବାଜ ବୋଲି କୁହାଯାଏ । ଏଥିପାଇଁ ତିନିଦିନ ଆଗରୁ ମସଲା ବାଟି ରଖାଯାଏ ଓ ଶିଳକୁ ମଧ୍ୟ ବିଶ୍ରାମ ଦିଆଯାଏ । ପୃଥିବୀ ଯେପରି ନିଜ କ୍ଷୁଧା ମେଣ୍ଟାଇବା ପାଇଁ ବର୍ଷାକୁ ଅପେକ୍ଷା କରି ରହିଥାଏ ଘରର ଅବିବାହିତ ଝିଅମାନେ ଠିକ ସେମିତି ନିଜକୁ ସଜେଇ ଆଗାମୀ ବିବାହ ପ୍ରସ୍ତାବର କାମନା କରିଥାନ୍ତି ।

ଏହି ତିନିଦିନ ଗାଧୋଇବା, ଲୁଣ ଖାଇବା ଓ ଏବଂ ମାଟି ଉପରେ ଖାଲିପାଦରେ ଚାଲିବାକୁ ବାରଣ କରାଯାଏ । ରନ୍ଧାଖାଦ୍ୟ ନଖାଇ ପୋଡପିଠା, ଚକୁଳି ପିଠା ଆଦି ଖାଇ ରହିଥାନ୍ତି । ମୌସୁମୀ ଆଗମନର ଖୁସିରେ ସାରା ଓଡିଶାରେ ଏହି ପର୍ବକୁ ପାଳନ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।