Breaking News: ରଜ ପରେ ରାଜ୍ୟରେ ହେଇପାରେ Unlock, ଦେଖନ୍ତୁ ଆଗ ଖୋଲିବ କେଉଁ ଜିଲ୍ଲା ?

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଧୀରେ ଧୀରେ କୋରୋନା ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦେଶରେ କୋରୋନା ପଜେଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୮୯୬ ପଜେଟିଭ ସଂକ୍ରମଣ ହୋଇଛନ୍ତି ।

ଏହି ସମୟରେ ୬୮,୮୯୬ ଟେଷ୍ଟିଙ୍ଗ ହୋଇଛି । ଓଡିଶାରେ କୋଭିଦ ପଜେଟିଭ ହାର ରହିଛି ୮.୫୫% । ଗତ କାଲୀ ପଜେଟିଭ ହାର ରହିଥିଲା ୯,୧୦% । ମେ ୫ରେ ଲକ ଡାଉନ ସମୟରେ ରାଜ୍ଯରେ ପଜେଟିଭ ହାର ରହିଥିଲା ୨୧.୭୭% । ଗୋଟିଏ ମାସରେ ଦୁଇ ଅଙ୍କ ତଳକୁ ଖସିଛି । ଏପରି ଜାରି ରହିଲେ ରାଜ୍ଯରେ ମେ ୧୬ ତାରିଖ ଯାଏଁ ପଜେଟିଭ ୫% ରହିବ । ୧୨ଟି ଜିଲ୍ଲାରେ କୋଭିଡ ପଜେଟିଭ ହାର ରହିଛି ୦-୪% ।

୨ଟି ଜିଲ୍ଲାରେ ୫-୭.୫% ପଜେଟିଭ ହାର ରହିଛି । ଅନ୍ୟ ୧୬ଟି ଜିଲ୍ଲାରେ ୭.୫% ରୁ ଅଧିକ ପଜେଟିଭ ରହିଛି । କୋରୋନା ମୁକାବିଲାରେ ଆଶ୍ଵସ୍ତିକର ଖବର ପଶ୍ଚିମ ଓଡିଶା ଦେଇଛି । ପଶ୍ଚିମ ଓଡିଶାରେ ପଜେଟିଭ ହାର ୫% ତଳକୁ ରହିଛି । ଯାଜପୁରରେ ସର୍ବାଧିକ ୨୨.୨% ଓ ଦେବଗଡରେ ସର୍ବନିମ୍ନ ୧.୬% ପଜିଟିଭ ହାର ରହିଛି । ଓଡିଶାରେ ୭ଟି ଜିଲ୍ଲା ଯେମିତିକି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର, ନୟାଗଡ, ଖୋର୍ଦ୍ଧା, ପୁରୀ ଓ ନବରଙ୍ଗପୁରରେ ପଜେଟିଭ ହାର ୧୨%ରୁ ଅଧିକ ରହିଛି । ଏହି ଜିଲ୍ଲା ଗୁଡିକରେ ମୋଟ ଆକ୍ଟିଭ କେସ ୨୬,୪୪୫ ରହିଛି ଯାହାକି ଆକ୍ଟିଭ କେସର ମୋଟ ୩୫%। ତେଣୁ କୋରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଚ୍ୟାଲେଞ୍ଜ ରହିବ ।

ବର୍ତ୍ତମାନ ରାଜ୍ୟରେ ଆଇସିୟୁ ୬୩%, ଭେଣ୍ଟିଲେଟର ୬୨% ରହିଛି । ଜିଲ୍ଲା ମାନଙ୍କରେ ହସପିଟାଲରେ ବେଡ ସବୁ ଖାଲି ରହିଛି । ଆଗକୁ ବେଡ ଚାପ ଆହୁରି କମିବାର ସମ୍ଭାବନା ରହିଛି । ସଂକ୍ରମଣ କମୁଥିବାରୁ ଓଡିଶାର ମାନଚିତ୍ରରେ କୋରୋନାର ରଙ୍ଗ ବଦଳୁଛି । ବର୍ତ୍ତମାନ ୧୧ଟି ଜିଲ୍ଲା ରେଡ ଜୋନ, ଗ୍ରୀନ ଜୋନରେ ୯ଟି ଓ ୟେଲୋ ଜୋନରେ ୧୦ଟି ଜିଲ୍ଲା ରହିଛି ।

ସଂକ୍ରମଣ କମଥିଲେ ମଧ୍ୟ ମୃତ୍ୟୁହାର କମୁ ନାହି । ୨୪ ଘଣ୍ଟାରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ବିହାରରେ ପଜେଟିଭ ପ୍ରକ୍ରିୟା କମ ହେବା ପରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ ରଜ ପରେ ଓଡିଶାରେ ଅନଲକ ପ୍ରକ୍ରିୟା ହେବାର ସମ୍ଭାବନା ରହିଛି ।

ଆପଣଙ୍କ ମତାମତ ଆମ ସହିତ ସେୟାର କରନ୍ତୁ ଓ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ ଯେପରି ସମସ୍ତେ କୋଭିଡ ନିୟମକୁ ପାଳନ କରିବେ ଓ ବହୁତ ଜଲ୍ଦି ଆମ ରାଜ୍ୟରୁ ଲକଡାଉନ ହଟିଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।