80 ଫୁଟ୍ ଗର୍ତ୍ତରେ ଫସିଥିବା Rahul ଙ୍କ ପାଇଁ ବରଦାନ ସାଜିଲା ଦିବ୍ୟାଙ୍ଗ ଶକ୍ତି, କିନ୍ତୁ କିପରି ଜାଣିବା ପାଇଁ ଦେଖନ୍ତୁ ଏହି Report

ଯେଉଁ ଶାରୀରିକ ଅକ୍ଷମତା ପାଇଁ ଏହି କୁନିପିଲାର ବାପାମା’ ଦିନେ ମନ ଊଣା କରୁଥିଲେ ସେହି ଦିବ୍ୟାଙ୍ଗ ଶକ୍ତି ଆଜି ରାହୁଲକୁ ନୂଆ ଜୀବନ ଦାନ କରିଛି । ଦୀର୍ଘ ୧୦୫ ଘଣ୍ଟାର ରେସ୍କ୍ଯୁ ଅପରେସନ ପରେ ୮୦ ଫୁଟ୍ ର ବୋରୱେଲ ଗାତ ମଧ୍ୟରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇପଡ଼ିଛି ରାହୁଲ । ପିଲାଟି ଦିନରୁ କଥା କହିବାରେ ଏବଂ କଥା ଶୁଣିବାରେ ରାହୁଲଙ୍କର ସମସ୍ଯା ଥିଲା । ଯାହାଫଳରେ ରାହୁଲଙ୍କ ମାନସିକ ବିକାଶ ସ୍ଵାଭାବିକ ତୁଳନାରେ ସାମାନ୍ୟ ମନ୍ଥର ଥିଲା ବୋଲି ଶୁଣିବାକୁ ମିଳୁଛି ।

କିନ୍ତୁ ଏହି ଦୁର୍ବଳତା ହିଁ କୁନିପିଲାଟିର ଜୀବନ ବଞ୍ଚାଇ ଦେଇଛି । ବିଜ୍ଞାନ କୁହେ କି ଯଦି କୌଣସି ଶିଶୁ ବା ବ୍ୟକ୍ତିଙ୍କର ଶ୍ରବଣ ଶକ୍ତି କିମ୍ବା ବାକ୍ ଶକ୍ତି ଦୁର୍ବଳ ଥାଏ ତେବେ ତାଙ୍କର ଅନ୍ୟ କୌଣସି ନା କୌଣସି ଶକ୍ତି ସ୍ଵାଭାବିକ ଠାରୁ ଖୁବ ଅଧିକ ରହିଥାଏ । ହୁଏତ ସେଥିମଧ୍ୟରୁ କୌଣସି ଶକ୍ତିର ଅଧିକାରୀ ଅଟନ୍ତି ରାହୁଲ । ମାତ୍ର ୧୧ ବର୍ଷର ରାହୁଲଙ୍କ ମନୋବଳ, ସାହାସ ଓ ଧୈର୍ଯ୍ୟ ଶକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭୟ ପରି ଦୁର୍ବଳତା ରାହୁଲଙ୍କ ପାଖେ ନଥିଲା ।

ନହେଲେ ୫ଦିନ ଧରି ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ୮୦ ଫୁଟ୍ ର ଅନ୍ଧାର ଗାତ ମଧ୍ୟରେ ମାତ୍ର କେଇ ଇଞ୍ଚ ଜାଗାରେ ଜୀବନ ସହ ସଂଘର୍ଷ କରିବା ଏତେ ସହଜ ନଥିଲା । ଛୋଟିପିଲାର ଏବେ ସାହସିକତା ବଡ ବଡ ଲୋକଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଉଛି । ଆପଣ ନିହାତି ଭାବେ ଚିନ୍ତା କରି ପାରୁଥିବେ କି ରାହୁଲ ଜାଗାରେ ଆପଣ କିମ୍ବା ମୁଁ ଥିଲେ ସ୍ଥିତି କେମିତି ହୋଇଥାନ୍ତା ।

ଆମେ କଣ ରାହୁଲଙ୍କ ଭଳି ୫ଦିନ ଧରି ସଂଘର୍ଷ କରି ପାରିଥାନ୍ତୁ । ଦିବ୍ୟାଙ୍ଗ ଶକ୍ତି ବ୍ଯତୀତ ଏହି କୁନି ପିଲାଟି ଉପରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ମଧ୍ୟ ଥିଲା । ଯେଉଁଥି ପାଇଁ ବୋଧେ ଭଗବାନ ବି ରାହୁଲଙ୍କୁ ବଞ୍ଚାଇ ଦେଲେ । ନଚେତ କେଇ ଇଞ୍ଚର ଗଭୀର ଅନ୍ଧାର ଗାତ ମଧ୍ୟରେ ୫ଦିନ ଧରି ପଡି ରହି ଜୀବିତ ଫେରିବା କଥା କେହି ସ୍ଵପ୍ନରେ ସୁଦ୍ଧା କଳ୍ପନା କରିପାରିବେ ନାହିଁ । ରାହୁଲ ଉଦ୍ଧାର ହେବ ପରେ ସ୍ଥାନୀୟ ଜିଲ୍ଲାପାକ ଆଉ ଏକ ଭୟଙ୍କର ଖୁଲାସା କରିଥିଲେ ।

ଗାତରେ କେବଳ ରାହୁଲ ନଥିଲା ବରଂ ତା’ ସହ ଗୋଟିଏ ସାପ ଏବଂ ଗୋଟିଏ ବେଙ୍ଗ ମଧ୍ୟ ଥିଲେ । ରାହୁଲକୁ ଉଦ୍ଧାର କରିଥିବା ଅଫିସର କହିଛନ୍ତି କି ସାପଟି ବିଷଧର ଥିଲା । ସବୁ ବିପଦକୁ ପାର କରି ରାହୁଲର ଉଦ୍ଧାର କାର୍ଯ୍ୟ ସଫଳ ହେବା ନିହାତି ଭାବେ ଏକ ଚମତ୍କାର କହିଲେ ଅତ୍ୟକ୍ତି ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।