ହାତରୁ ତେଲ ଢାଳି ହେଲେ କଣ ସଙ୍କେତ ମିଳିଥାଏ ? ଏହା ସହ ପଢନ୍ତୁ ଆହୁରି 20 ଟି ଅନୁଚିନ୍ତା

ଜୀବନରେ ସଫଳ ହେବା ପାଇଁ ଏବଂ ଜୀବନକୁ ସରଳ ଓ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ କିଛି ନିୟମମାନ ଉଲ୍ଲେଖ ରହିଛି, ଯାହାର ଅନୁସରଣ କରିବା ଦ୍ଵାରା ଆମ ଜୀବନ ସୁଖମୟ ହୋଇଥାଏ । ଘର ଭିତରେ କେବେବି ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ଫଟୋ ରଖିବା ଉଚିତ ନୁହେଁ, ଏହା ଶୁଭ ହେବା ସହ ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ମୃତ ପ୍ରିୟଜନଙ୍କ ଫଟୋ ଘରର ଠାକୁର ଘରେ ରଖିଲେ ଅଶୁଭ ହୋଇଥାଏ । କିନ୍ତୁ ଘରର ଦକ୍ଷିଣ ଦିଗରେ ଏହାକୁ ରଖିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ଘରେ କେବେବି ବୁଡି ଯାଉଥିବା ସହଜର ଫଟୋ, ଯୁଦ୍ଧ, ଜ୍ଵାଳାମୁଖୀ, ବର୍ଷା, ଝାଡା ତୋଫାନ ଓ ହିଂସ୍ର ଜନ୍ତୁଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘରେ ନକରତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ଶାନ୍ତି ଦେଖା ଦେଇଥାଏ । ଯଦି କାର୍ଯ୍ୟକ୍ଷେତ୍ରରେ ଅଶୁଭ ହେଉଥାଏ କିମ୍ବା ବ୍ୟବସାୟରେ ଅବନତି ଦେଖା ଦେଉଥାଏ ତେବେ ୫୦ଗ୍ରାମ ଫିଟିକିରି କୌଣସି ପାତ୍ରରେ ରଖିବା ଦ୍ଵାରା ସମସ୍ଯା ଦୂର ହୋଇଥାଏ ।

ଯଦି ଘରେ ଆୟ କମି ଯାଉଥାଏ ଏବଂ ଧାର କରଜ ବଢୁଥାଏ ତେବେ ପାଣିରେ ଫିଟିକିରି ମିଶାଇ ଘରପୋଛା ଲଗାଇବା ଦ୍ଵାରା ଗୃହ ପାଇଁ ଶୁଭ ହୋଇଥାଏ ଓ ଧାର କରଜରୁ ମୁକ୍ତି ମିଳିଥାଏ । ଗାଧୋଇବା ସମୟରେ ମଧ୍ୟ ପାଣିରେ ଫିଟିକିରି ଗୁଣ୍ଡ ମିଶାଇ ଗାଧୋଇବା ଦ୍ଵାରା ଆପଣଙ୍କ ପାଇଁ ଶୁଭ ହୋଇଥାଏ ଓ ଧନ ଲାଭର ସମ୍ଭାବନା ବୃଦ୍ଧି ହୋଇଥାଏ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଘରେ ଯଦି ପିଲାଙ୍କୁ ରାତିରେ ଭୟଙ୍କର ସ୍ଵପ୍ନ ଆସୁଥାଏ ତେବେ ମଙ୍ଗଳବାର ଦିନ ତାଙ୍କ ତକିଆ ତଳେ ଫିଟିକିରି ଖଣ୍ଡ ରଖି ଶୋଇବା ଦ୍ଵାରା ତାହା ଦୂର ହୋଇଥାଏ । ଯଦି କୌଣସି ବିଶେଷ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ରାମ ଲକ୍ଷ୍ମଣଙ୍କୁ ହନୁମାନ କାନ୍ଧରେ ବସାଇଥିବା ଫଟୋ ଘରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ଯଦି ପରିବାରରେ କଳହ ହେଉଥିବା ପରିବାର ଲୋକଙ୍କ ମଧ୍ୟରେ ଏକଟା ରହୁ ନଥାଏ ତେବେ ବୈଠକ ଘରେ ରାମ ଦରବାରର ଫଟୋ ଲଗାଇବା ଡ଼ିଡ଼ବଲଇଉର ଗୃହ ପାଇଁ ମଙ୍ଗଳକାରୀ ହୋଇଥାଏ । ରୋଷେଇ ଘରେ କେବେବି ଔଷଧ ରଖିବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ସହ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ରୋଷେଇ ଘରେ ଆଇନା ମଧ୍ୟ ଲଗାଇବା ଉଚିତ ନୁହେଁ ।

ଏହା ଗୃହ ପାଇଁ ଅଶୁଭ ହେବା ସହ ଘରେ କଳହ ଦେଖା ଦେଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ଖରାପ ହେବାର ମଧ୍ୟ ସମ୍ଭାବନା ରହିଥାଏ । ରୁଟି କରିସାରିବା ପରେ ବଳି ପଡିଥିବା ଅଟା ଚକଟା ରଖିବା କୁହିତ ନୁହେଁ, ଏହା ଅଶୁଭ ଏବଂ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ରୋଷେଇ ଘରୁ କେବେବି ହଳଦୀ ଗୁଣ୍ଡ ସଂପୂର୍ଣ୍ଣ ଭାବେ ଶେଷ ହେବା ଉଚିତ ନୁହେଁ, ଏହାଦ୍ବାରା ଶୁଭ କାର୍ଯ୍ୟରେ ବାଧାବିଘ୍ନ ଆସିଥାଏ ।

ରୋଷେଇ ଘରୁ ଚାଉଳ ମଧ୍ୟ କେବେବି ସରିବା କୁହିତ ନୁହେଁ, ଏହାଦ୍ବାରା ଘରେ ଅର୍ଥ ସମସ୍ଯା ଦେଖା ଦେଇଥାଏ । ହାତରୁ ତେଲ ଢାଳି ହେଲେ କାର୍ଯ୍ୟରେ ବିଘ୍ନ ଆସିବା ସହ ଧନ ହାନି ମଧ୍ୟ ହୋଇଥାଏ । ତେଣୁ ତେଲ ବ୍ୟବହାର କରିବା ବେଳେ ସର୍ବଦା ସାବଧାନତା ଅବଲମ୍ବନ କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।