80 ଫୁଟ୍ ବୋରୱେଲ ଗର୍ତ୍ତରୁ ଉଦ୍ଧାର ହେବା ପରେ ଏବେ ହସ୍ପିଟାଲରେ ଏମିତି ଅଛି Rahul, ଦେଖନ୍ତୁ Video

ଛତିଶଗଡର ବୋରୱେଲ ଅଘଟଣର ରେସ୍କ୍ଯୁ ଅପରେସନ ଦୀର୍ଘ ଲଗାତାର ୧୦୪ ଘଣ୍ଟାର ଲଗାତାର ପରିଶ୍ରମ ପରେ ସଫଳ ହୋଇଛି । “ଅପରେସନ ଜିନ୍ଦେଗୀ” କୁ ସଫଳ କରି ଦେଖାଇଛନ୍ତି ଆମ ଭାରତୀୟ ମାନେ । ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ ବଳରେ ୮୦ ଫୁଟ୍ ଗଭୀର ବୋରୱେଲ ଗର୍ତ୍ତରୁ ବାହାରି ନୂଆ ଜୀବନ ପାଇଛି ରାହୁଲ । ଦୀର୍ଘ ୫ ଦିନ ଧରି ୮୦ ଫୁଟ୍ ତଳେ ଉକ୍ତ ବୋରୱେଲ ଗାତ ମଧ୍ୟରେ ପଡି ରହିବା ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଉଦ୍ଧାର ପରେ ଚର୍ଚ୍ଚିତ ବାଳକ ରାହୁଲକୁ ଆମ୍ବୁଲାନ୍ସରେ ଗ୍ରୀନ କରିଦାର ଯୋଗେ ସୁରକ୍ଷିତ ଭାବେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ରାହୁଲଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ମେଡିକାଲ ଟିମ୍ ନିୟୋଜିତ କରାଯାଇଛି । ଯେଉଁମାନେ ନିୟମିତ ରାହୁଲଙ୍କ ଚିକିତ୍ସା କରୁଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

ତେବେ ପ୍ରାଥମିକ ଚିକିତ୍ସା କରାଯିବା ପରେ ରାହୁଲ ସୁସ୍ଥ ଥିବା ଜଣାପଡିଛି । ତଥାପି ମେଡିକାଲ ଟିମ୍ ପକ୍ଷରୁ ରାହୁଲର ସ୍ବାସ୍ଥ୍ୟବସ୍ଥା ଉପରେ କଡା ନଜର ରଖାଯାଇଛି । ଆଇସିୟୁରେ ଭର୍ତ୍ତି ହୋଇଥିବା ରାହୁଲଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ଗତ ଶୁକ୍ରବାର ଦିନ ଘର ବାରିପଟେ ଖେଳୁଥିବା ସମୟରେ ସେଠାରେ ଥିବା ଏକ ବୋରୱେଲ ଗାତ ଭିତରକୁ ଖସି ପଡିଥିଲା ୧୧ ବର୍ଷର ବାଳକ ରାହୁଲ ।

ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରଥମେ ଗ୍ରାମବାସୀ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଏହାପରେ ଗୁଜୁରାଟରୁ ଏକ ରୋବୋଟିକ୍ସ ଟିମ୍ ଆସିଥିଲେ, ସେମାନେ ମଧ୍ୟ ରାହୁଲକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଶେଷରେ NDRF, SDRF ଓ ସେନାର କିଛି ଯବାନଙ୍କୁ ଏକ ଏକ ଟିମ୍ ଗଠନ କରା ଯାଇଥିଲା । ୪ ଦିନ ଧରି ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଚାଲିଥିଲେ ଯବାନମାନେ ।

ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ, ରାହୁଲଙ୍କ ପିତାମାତା ଓ କୋଟି କୋଟି ଦେଶବାସୀଙ୍କ ପ୍ରାର୍ଥନା ବଳରେ ଆଜି ରାହୁଲ ଏକ ନୂଆ ଜୀବନ ପାଇଛି । ରାହୁଲକୁ ଉଦ୍ଧାର କରିବା ସମୟରେ ପ୍ରତି ପଦକ୍ଷେପରେ ବିପଦ ଥିଲା । କିନ୍ତୁ ସେ ସବୁକୁ ପାର କରି ଦୀର୍ଘ ୫ଦିନର ରେସ୍କ୍ଯୁ ଅପରେସନ ପରେ ତା’ ମା କୋଳକୁ ଫେରିଆସିଛି ରାହୁଲ ।

ତେବେ ରାହୁଲର ସ୍ବାସ୍ଥ୍ୟବସ୍ଥା ଏବେ ନିୟନ୍ତ୍ରଣରେ ରହିଛି ଓ ରାହୁଲ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସିବ ବୋଲି ଆମର ବିଶ୍ଵାସ ଓ ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।