Rahul Dravid କୋଚ ହେବା ଶୁଣି ଏକ ବଡ ଖୁଲାସା କଲେ Ricky Ponting, କହିଲେ ଏମିତି କିଛି ଯେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ଏଥର ଦ୍ରାବିଡ ପଦ ସମ୍ଭାଳିବେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ । ଆଉ ଏହାପରେ ସେ ଏମିତି ଏକ ଖୁଲାସା କରିଥିଲେ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପୂର୍ବରୁ ଟିମ୍ ଇଣ୍ଡିଆର କୋଚ ପଦ ପାଇଁ ରିକି ପଣ୍ଟିଙ୍ଗଙ୍କୁ ଅଫର ମିଳିଥିଲା । ହେଲେ ଏବେ ଦ୍ରାବିଡ କୋଚ ହେବା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି କହିଛନ୍ତି ରିକି ପଣ୍ଟିଙ୍ଗ । ଭାରତୀୟ କ୍ରିକେଟରେ ଏବେ ଏକ ନୂତନ ଯୁଗ ଆରମ୍ଭ ହୋଇଛି ।

ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଏବେ ଭାରତୀୟ କ୍ରିକେଟ ଟିମ୍ ର ମୁଖ୍ୟ କୋଚ ପଦ ଗ୍ରହଣ କରିଛନ୍ତି ରାହୁଲ ଦ୍ରାବିଡ । ତାଙ୍କ ମାର୍ଗଦର୍ଶନରେ ଭାରତୀୟ ଟିମ୍ ନିଜ ଅଭିଯାନ ବିଜୟ ସହ ଆରମ୍ଭ କରିଛି । ଭାରତ ଲଗାତାର ଦୁଇଟି ଟି-୨୦ ମ୍ଯାଚରେ ନ୍ୟୁଜିଲାଣ୍ଡକୁ ହରାଇଛି । ଏହା ମଧ୍ୟରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ ହେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ପଣ୍ଟିଙ୍ଗ ।

ସେ କହିଛନ୍ତି, ଆଇପିଏଲ ସମୟରେ ତାଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ହେବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା । ଯେଉଁମାନେ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ ସେମାନେ ପଣ୍ଟିଙ୍ଗଙ୍କୁ କୋଚ ପଦ ଦେବାକୁ ବ୍ଯଗ୍ର ଥିଲେ । କିନ୍ତୁ ନିଜ କାର୍ଯ୍ୟଭାର ଯୋଗୁଁ ପଣ୍ଟିଙ୍ଗ ଏହି ଦାୟିତ୍ଵ ଗ୍ରହଣ କରିବାକୁ ଅସମର୍ଥ ହୋଇଥିଲେ । ସେ ଆଇପିଏଲ ଫ୍ରାଞ୍ଚାଇଜି ଏବଂ ଚ୍ଯାନେଲ ସେଭେନରେ ନିଜ ଦାୟିତ୍ଵ ଛାଡିବାକୁ ଚାହୁଁ ନଥିଲେ ।

ଏମିତିରେ ଏହି କାମ ପାଇଁ ତାଙ୍କୁ ଭାରତରେ ଅଧିକାଂଶ ସମୟ ଅତିବାହିତ କରିବାକୁ ପଡୁଛି । ସେ ଯଦି ଏହି ପ୍ରସ୍ତାବ ସ୍ଵୀକାର କରିଥାନ୍ତେ ତେବେ ତାଙ୍କୁ ଆଇପିଏଲ ଛାଡିବାକୁ ପଡିଥାନ୍ତା ଓ ଚ୍ଯାନେଲ ସେଭେନରୁ ଅଲଗା ହେବାକୁ ପଡିଥାନ୍ତା । ଏଥିପାଇଁ ସେ ସେ ଏହି କୋଚ ପଦ ଗ୍ରହଣ କରିବାକୁ ମନା କରି ଦେଇଥିଲେ । ପଣ୍ଟିଙ୍ଗ ଆଇପିଏଲରେ ଦିଲ୍ଲୀ କୋଚ ଭାବେ ଖୁବ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

ତାଙ୍କ ମାର୍ଗଦର୍ଶନରେ ୨୦୧୯ରୁ ଦିଲ୍ଲୀ କ୍ରମାଗତ ପ୍ଲେ ଅଫ ପାଇଁ କ୍ଵାଲିଫାଏ କରିଛି ଓ ୨୦୨୦ରେ ଫାଇନାଲକୁ ମଧ୍ୟ ଯାଇଥିଲା । ପଣ୍ଟିଙ୍ଗ କହିଥିଲେ, “ରାହୁଲ ଦ୍ରାବିଡ ନିଜ ଅଣ୍ଡର-୧୯ ଦଳ ପାଇଁ ବହୁତ ଖୁସି ଥିଲେ ଓ ପରିବାର ଥିବା ସତ୍ତ୍ୱେ ସେ ଏହି ପ୍ରସ୍ତାବରେ କିପରି ରାଜି ହୋଇଗଲେ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।

ଏହି ବିଷୟରେ ତାଙ୍କ ସହ ମୋର ଅନେକ ଥର ଚର୍ଚ୍ଚା ହୋଇଛି । ମୁଁ ତାଙ୍କ ପାରିବାରିକ ଜୀବନ ବିଷୟରେ କିଛି ବୁଝି ପାରୁନି । ଘରେ ଛୋଟ ପିଲା ଥିବା ସତ୍ତ୍ୱେ ସେ ଏଥିପାଇଁ କେମିତି ରାଜି ହେଲେ ସେଥିପାଇଁ ମୁଁ ଆଶ୍ଚର୍ଯ୍ୟ ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।