Vastu tips: ଘର ଉପରେ ଏହି ବୃକ୍ଷର ଛାୟା ବିଲକୁଲ ବି ପଡିବା ଉଚିତ ନୁହେଁ, ସାବଧାନ ! ହେଇପାରେ ମୃତ୍ୟୁର କାରଣ

ଘର ତିଆରି କରିବା ଠାରୁ ନେଇ ଫର୍ଣ୍ଣିଚର ଉଚିତ ସ୍ଥାନରେ ରଖିବା ପର୍ଯ୍ୟନ୍ତ ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ବାସ୍ତୁ ଶାସ୍ତ୍ର ବ୍ୟକ୍ତିଙ୍କ ଜୀବନର ଅନେକ ପ୍ରକାର ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ବାସ୍ତୁ ଶାସ୍ତ୍ରର ଅମାନ୍ଯ ହେବା ଦ୍ଵାରା ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ଯାର ସାମନା କରିବାକୁ ପଡିଥାଏ । ବାସ୍ତୁ ଅନୁଯାୟୀ ଆପଣଙ୍କ ଘର ଉପରେ ଯଦି କୌଣସି ଅନ୍ୟ ଘର କିମ୍ବା ବୃକ୍ଷର ଛାୟା ତେବେ ଏହା ମଧ୍ୟ ବାସ୍ତୁ ଦୋ-ଷର କାରଣ ବନିପାରେ ।

ବାସ୍ତୁ ଅନୁସାରେ ମାନ୍ୟତା ରହିଛି କି ଘର ଉପରେ ଅନ୍ୟ କେଉଁ ଘରର କିମ୍ବା ବୃକ୍ଷର ଛାଇ ପଡୁଥିବା ଘରର ଲୋକମାନେ ସର୍ବଦା କୌଣସି ନା କୌଣସି ରୋଗରେ ପୀଡିତ ରୁହନ୍ତି । ଏହା ଯୋଗୁଁ ବ୍ୟକ୍ତିଙ୍କୁ ମସ୍ତିଷ୍କ ଓ ହୃଦୟ ସହ ଜଡିତ ଅନେକ ପ୍ରକାରର ରୋଗ ହୋଇପାରେ । ଏହା ବ୍ଯତୀତ ଜୀବନରେ ସଫଳତା ପାଇବାରେ ବାଧାସୃଷ୍ଟି ହୋଇଥାଏ । ସେଥିପାଇଁ ଘରର ନିର୍ମାଣ କରିବା ପୂର୍ବରୁ ଏହା ଉପରେ ପଡିବାକୁ ଥିବା ଛାୟା ଶୁଭ ହେବ କିମ୍ବା ଅଶୁଭ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

ବାସ୍ତୁ ଅନୁସାରେ କୌଣସି ଘର ଉପରେ ଯଦି ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଛାୟା ପଡିଥାଏ ତେବେ ଏହାକୁ ଛାୟାଭେଦ ବୋଲି କୁହାଯାଏ । ଏହି ଛାୟାଭେଦର ମଧ୍ୟ ଅନେକ ପ୍ରକାର ରହିଛି । ପ୍ରଥମରେ ହେଉଛି ଧ୍ଵଜ ଛାୟାଭେଦ । ମନ୍ଦିର ଆଖପାଖ ୧୦୦ ପାଦ ମଧ୍ୟରେ ନିର୍ମାଣ କରା ଯାଇଥିବା ଘର ଏହାର ଅନ୍ତର୍ଗତ ।

ଯଦି ମନ୍ଦିରର ଧ୍ବଜର ଛାୟା ଆପଣଙ୍କ ଘର ଉପରେ ପଡୁନାହିଁ ତେବେ, ଏହାର କୌଣସି ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ । ଧ୍ଵଜର ଉଚ୍ଚତା ଠାରୁ ଦ୍ଵିଗୁଣ ଜାଗା ଛାଡି ଘର ନିର୍ମାଣ କଲେ ଏହା ବାସ୍ତୁଦୋଷର କାରଣ ହୁଏନାହିଁ । ଦ୍ବିତୀୟରେ ହେଉଛି ମନ୍ଦିର ଛାୟାଭେଦ । ସକାଳ ୧୦ଟା ଠାରୁ ଦିନ ୩ଟା ମଧ୍ୟରେ କୌଣସି ମନ୍ଦିରର ଛାୟା ଘର ଉପରେ ପଡିବାକୁ ମନ୍ଦିର ଛାୟାଭେଦ କୁହାଯାଏ ।

ଏହାଦ୍ବାରା ଘରେ କ୍ଲେଶ, କାରବାରରେ ହାନି ଓ ବିବାହରେ ବିଳମ୍ବ ହୋଇପାରେ । ତୃତୀୟରେ ହେଉଛି ପର୍ବତ ଛାୟାଭେଦ । ପୃର୍ବ ଦିଗସ୍ଥିତ କୌଣସି ପାହାଡ କିମ୍ବା ଉଚ୍ଚ ବିଲ୍ଡି॰ର ଛାୟା ଆପଣଙ୍କ ଘରେ ପଡିବା ମଧ୍ୟ ଅଶୁଭ ବୋଲି ମାନାଯାଏ । ଏହାଦ୍ବାରା ଜୀବନରେ ମାନସମ୍ମାନ ହ୍ରାସ ହେବା ସହ ସଫଳତାରେ ବାଧାପ୍ରାପ୍ତ ହୁଏ ।

ଚତୁର୍ଥରେ ଭବନ ଛାୟାଭେଦ । ଆପଣଙ୍କ ଘର ଆଖପାଖରେ ବୋରି॰ କିମ୍ବା କୂଅ ଥିଲେ ଏହା ଉପରେ ଛାୟା ପଡିବା ମଧ୍ୟ ଅଶୁଭ ହୋଇଥାଏ । ଏହା ଆର୍ଥିକ ଅଭାବର କାରଣର ହୋଇପାରେ । ନିଜ ଘର ଉପରେ ଅନ୍ୟ କୌଣସି ଘରର ଛାୟା ପଡିବା ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବାର ଆଶଙ୍କା ରହିଥାଏ । ଶେଷରେ ହେଉଛି ବୃକ୍ଷ ଛାୟାଭେଦ । ସକାଳ ୧୦ଟା ରୁ ଦ୍ଵିପ୍ରହର ୩ଟା ମଧ୍ୟରେ କୌଣସି ଗଛର ଛାୟା ଆପଣଙ୍କ ଘର ଉପରେ ପଡିଲେ ଏହାକୁ ଅଶୁଭ ବୋଲି ମାନଯାଏ ।

ଘରର ଅଗ୍ନି ଦିଗରେ ବଟବୃକ୍ଷ, ପିପ୍ପଳ, ଶିମିଳି ଆଦି ବୃକ୍ଷ ରହିବା ଦ୍ଵାରା ଜୀବନରେ ଅନେକ ସମୟା ଆସିଥାଏ ଓ ଏହାଦ୍ବାରା ବ୍ୟକ୍ତିଙ୍କ ମୃ-ତ୍ୟୁ ମଧ୍ୟ ହୋଇପାରେ । ସେଥିପାଇଁ ଘରର ଆଗ୍ନେୟ ଦିଗରେ ଏପରି କୌଣସି ବୃକ୍ଷ ନ ରହୁ ଯାହାର ଛାଇ ଅଧିକ ସମୟ ଆପଣଙ୍କ ଘର ଉପରେ ପଡୁ, ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ଶ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।