ଦୁଇ ହାତରେ ବୋଲିଂର ଜାଦୁ ଦେଖାଉଛନ୍ତି ଏହି ଭାରତୀୟ ବୋଲାର୍, T20 ଫର୍ମାଟରେ ତାଙ୍କ ରେକର୍ଡ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ଶୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବିଜୟ ସହ ସେମି ଫାଇନାଲ ଟିକେଟ ହାତେଇଛି ବିଧର୍ବ ଟିମ୍ । ଆଉ ଏହି ମ୍ଯାଚ ପଚାର ହିରୋ ସାଜିଛନ୍ତି ଅକ୍ଷୟ କର୍ଣ୍ଣେୱାର । ସେ ନିଜ କଞ୍ଜୁସି ବୋଲିଂ ବଳରେ ରାଜସ୍ଥାନକୁ ହଟହଟା କରିଥିଲେ । ଅକ୍ଷୟ ୪ ଓଭର ବୋଲିଂ କରି ୭ ରନ୍ ଦେବା ସହ ଗୋଟିଏ ୱିକେଟ ହାସଲ କରିଥିଲେ । ଯାହାଫଳରେ ରାଜସ୍ଥାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଅକ୍ଷୟଙ୍କ ବଲ୍ କୁ ଖେଳିବା ରାଜସ୍ଥାନ ଖେଳାଳିଙ୍କ ପାଇଁ ଏତେ ସହଜ ନଥିଲା ।

କାରଣ ସେ ଦୁଇ ହାତରେ ବୋଲିଂ କରି ରାଜସ୍ଥାନ ଖେଳାଳିଙ୍କୁ ଅଡୁଆରେ ପକାଇ ଦେଇଥିଲେ । ବିଧର୍ବ ପକ୍ଷରୁ କ୍ରିକେଟ ଖେଳୁଥିବା ଏହି ୨୯ ବର୍ଷୀୟ ବୋଲରଙ୍କ ଦୁଇ ହାତର ବୋଲିଂର ଚର୍ଚ୍ଚା ଏବେ ଭାରତୀୟ କ୍ରିକେଟରେ ଜୋରଦାର ହେଉଛି । ଦୁଇ ହାତରେ ବୋଲିଂ କରି ବିପକ୍ଷଙ୍କୁ ବାନ୍ଧି ରଖିବାରେ ଅକ୍ଷୟ ଖୁବ ପାରଙ୍ଗମ ଅଟନ୍ତି । ଗତ କିଛି ବର୍ଷ ହେବ ଅକ୍ଷୟଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିଛି । କିନ୍ତୁ ତାଙ୍କ କଞ୍ଜୁସି ବୋଲିଂ ଚଳିତ ଥର ଚର୍ଚ୍ଚାକୁ ଆସିବାର ସବୁଠାରୁ ବଡ କାରଣ ସାଜିଛି ।

ଚଳିତ ଶୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ୭ଟି ମ୍ଯାଚରେ ସେ ୨୮ ଓଭର ବୋଲିଂ କରିଛନ୍ତି । କିନ୍ତୁ ମାତ୍ର ୧୦୦ ହିଁ ପ୍ରତିପକ୍ଷଙ୍କୁ ଦେଇଛନ୍ତି । ଟି-୨୦ ଫର୍ମାଟରେ ଏଭଳି କଞ୍ଜୁସି ବୋଲିଂ କ୍ଵଚିତ ଦେଖିବାକୁ ମିଳେ । ଚଳିତ ରଫିରେ ୫ ରନ୍ ରେ ୪ଟି ୱିକେଟ ନେଇ ଖୁବ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଅକ୍ଷୟ । ସବୁଠୁ ବଡ କଥା ହେଲା ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ଏଯାବତ ୧୩ଟି ୱିକେଟ ହାସଲ କରିଛନ୍ତି ।

ଯେଉଁଥିରେ ହାଟ୍ରିକ ୱିକେଟ ମଧ୍ୟ ରହିଛି । ଏସବୁ ବାଦ ଟି-୨୦ ଫର୍ମାଟରେ ଅକ୍ଷୟଙ୍କ ନାଁରେ ଏକ ବିଶ୍ଵ ରେକର୍ଡ ମଧ୍ୟ ରହିଛି । ମଣିପୁର ବିପକ୍ଷ ମ୍ଯାଚରେ ସେ ଚାରି ଓଭର ବୋଲିଂ କରିଥିବା ବେଳେ ସମସ୍ତ ଚାରି ଓଭର ମେଡେନ ଓଭର ନେଇଥିଲେ ଓ ୨ଟି ୱିକେଟ ମଧ୍ୟ ହାତେଇ ଥିଲେ । ଏଭଳି ରେକର୍ଡ ବିଶ୍ଵର ଅନ୍ୟ କୌଣସି ଖେଳାଳିଙ୍କ ନାଁରେ ନାହିଁ । ମହାରାଷ୍ଟ୍ରର ୟବତମାଲରେ ଜନ୍ମିତ ଅକ୍ଷୟ ପିଲାବେଳୁ ଗରିବୀକୁ ଖୁବ ପାଖରୁ ଦେଖିଛନ୍ତି ।

ତାଙ୍କ ବାପା ମହାରାଷ୍ଟ୍ର ରାଜ୍ୟ ପରିବହନ ବିଭାଗରେ ଜଣେ ଡ୍ରାଇଭର ଥିଲେ । ତେବେ ଗରିବୀର ଶିକୁଳିରୁ ବାହାରି ମାତ୍ର ୧୫ ବର୍ଷ ବୟସରେ ସେ ନାଗପୁରର ନବକେତନ କ୍ରିକେଟ କ୍ଲବରେ ଖେଳିବା ଆରମ୍ଭ କରିଥିଲେ । ଆଉ ଏହା ପରଠାରୁ ଗରିବୀ ତାଙ୍କ କ୍ରିକେଟ କ୍ଯାରିୟର ମଧ୍ୟରେ କେବେ ପାଚେରି ହୋଇ ଠିଆ ହୋଇନାହିଁ । ୨୦୧୬ ମସିହାରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ ଅକ୍ଷୟ ।

ଏହାପରେ ଲଗାତର ବିଧର୍ବ ପକ୍ଷରୁ ଅକ୍ଷୟ ଖେଳି ଆସୁଛନ୍ତି । ପୁରଣରୁ ଦୁଇ ହାତରେ ବୋଲିଂ କରି ଆସୁଥିବା ଅକ୍ଷୟ ଏବେ ଟି-୨୦ ଫର୍ମାଟରେ କଞ୍ଜୁସି ବୋଲିଂ କରି ଚର୍ଚ୍ଚାରେ ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।