ରାଧାଙ୍କୁ ପ୍ରେମ କରି ବି କଣ ପାଇଁ ବିବାହ କରି ନଥିଲେ ଶ୍ରୀ କୃଷ୍ଣ, ଜାଣନ୍ତୁ ଏହାର କାରଣ- Krishna Vani

ଭଗବାନ ଶ୍ରୀ କୃଷ୍ଣ ଓ ରାଧା ରାଣୀଙ୍କର ପ୍ରେମ ସମ୍ପର୍କ ଆଜି ବି ଲୋକଙ୍କ ମନରେ ଘର କରି ରହିଛି । ଦୁହିଙ୍କର ପ୍ରେମ ଯେତିକି ନିର୍ମଳ ଓ ସ୍ଵଚ୍ଛ ଥିଲା ସେମିତି ଜଟିଳ ଓ ନିଷ୍ପାପ ଥିଲା । ଦୁହିଙ୍କର ପ୍ରେମରେ କୌଣସି ଛନ୍ଦ କପଟ ନ ଥିଲା । ଦୁହେଁ ପରସ୍ପରକୁ ନିଶ୍ଵାର୍ଥ ପ୍ରେମ କରୁଥିଲେ । କିନ୍ତୁ ଭଗବାନ କୃଷ୍ଣ ଓ ରାଧାଙ୍କର ପ୍ରେମ ସମ୍ପର୍କ କେବେ ବି ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା ।ଆଜି ବି ଏହାର କାରଣ କଣ ତାହାର ଅନେକ ପ୍ରଶ୍ନ ଲୋକଙ୍କ ମନରେ ଘର କରି ରହିଛି । କଣ ପାଇଁ ସଂସାରର ରାଧା ଓ ମୃଷ୍ଣଙ୍କ ଏତେ ବଡ ପ୍ରେମ କାହାଣୀ ଅଧୁରା ହୋଇ ରହିଗଲା ।

କ୍ରୀଷ୍ଣା ରାଧାଙ୍କୁ ସଚ୍ଚା ପ୍ରେମ କରୁଥିଲେ ମଧ୍ୟ କଣ ପାଇଁ ଦୁହିଙ୍କର ପ୍ରେମ ଏକ ନାମରେ ହିଁ ରହିଗଲା । କଣ ପାଇଁ କୃଷ୍ଣ ରାଧାଙ୍କୁ ଛାଡି ରୁକ୍ମଣୀଙ୍କୁ ବିବାହ କରିବାକୁ ନିସ୍ପତି ନେଇଥିଲେ । କୃଷ୍ଣଙ୍କର ସ୍ତ୍ରୀମାନଙ୍କ ନାମରେ ରାଧାଙ୍କର ନାମ କଣ ପାଇଁ ନାହି । କୃଷ୍ଣଙ୍କ ସହ କୌଣସି ପୁରାଣରେ ରାଧାଙ୍କର ନାଁ ନାହି । ଏହି ସବୁ ପ୍ରଶ୍ନର ଉତ୍ତର କଣ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପୁରାଣରେ କୁହା ଯାଇଛି ଯେ ଶ୍ରୀ କୃଷ୍ଣଙ୍କ ଇଚ୍ଛା ଅନୁସାରେ ପୃଥିବୀକୁ ଆସିଥିଲେ । ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାୱଲକା ମନ୍ଦିରରେ ରାଧା ଜନ୍ମ ଗ୍ରହଣ କରିଥିଲେ ।

ସେହି ଦିନରୁ ରାଧାଷ୍ଟମୀ ପାଳନ କରା ଯାଉଛି । ଜନ୍ମ ହେବାର ୧୧ ଦିନ ଯାଏଁ ସେ ଆଖି ଖୋଲି ନ ଥିଲେ । ରାଧା ଓ କୃଷ୍ଣଙ୍କର ପ୍ରଥମ ସାକ୍ଷାତ ଭାଣ୍ଡ୍ୟବାନରେ ହୋଇଥିଲା । ନନ୍ଦବାବା ଗାଈ ଚରେଇବାକୁ ଆସିବା ସମୟରେ କୃଷ୍ଣ ରାଧାଙ୍କର ମନକୁ ଏପରି ଭାବେ କିଣି ନେଇଥିଲେ ଯେ ରାଧା ସମ୍ପୁର୍ଣ୍ଣ ଭାବେ ନିଜର ଜୀବନ କୃଷ୍ଣଙ୍କ ନାମରେ କରି ଦେଇଥିଲେ ।

କୃଷ୍ଣ ରାଧାଙ୍କୁ ଏତେ ମାତ୍ରାରେ ଭଲ ପାଉଥିଲେ ଯେ ଗୋଟେ ମୂହୁର୍ତ୍ତ ନ ଦେଖିଲେ ରହିପାରନ୍ତି ନାହି । କିନ୍ତୁ ରାଧା ଓ କୃଷ୍ଣ ଆଜି ଯଦି ବିରହ ବା ଅଲଗା ହୋଇଛନ୍ତି ତେବେ ଏହା କେବଳ କୃଷ୍ଣଙ୍କର ପିଲାଦିନର ଅତି ପ୍ରିୟ ବନ୍ଧୁ ସୁଦାମା ଯିଏ ରଦ୍ଧାଙ୍କୁ କୃଷ୍ଣଙ୍କ ଠାରୁ ଅଲଗା ହେବା ପାଇଁ ଅଭିଶାପ ଦେଇଥିଲେ । ଗୋଟେ ସମୟରେ କୃଷ୍ଣ ରାଧାଙ୍କ ଅନୁପସ୍ଥିତିରେ ବିର୍ଜା ନାମକ ଗୋପୀ ସହ ଆନନ୍ଦ ନେଉଥିଲେ ।

ସେହି ସମୟରେ ରାଧା ସେଠାରେ ପହଞ୍ଚି କୃଷ୍ଣ ଓ ଗୋପୀ ବିର୍ଜାଙ୍କୁ ଅପମାନ କରିଥିଲେ । ଏହି ଘଟାଣାଟି ସୁଦାମାଙ୍କୁ ପସନ୍ଦ ଆସି ନ ଥିଲା । ଏହି କାରଣ ପାଇଁ ସୁଦାମା ରାଧାଙ୍କୁ ସବୁ ଦିନ ପାଇଁ କୃଷ୍ଣଙ୍କ ଠାରୁ ଅଲଗା ହୋଇଯିବେ ବୋଲି ଅଭିଶାପ ଦେଇଥିଲେ । ଯାହା ଫଳରେ ଭଗବାନ କୃଷ୍ଣ ଓ ରାଧା ମନରୁ ଏକ ହୋଇଥିଲେ ମଧ୍ୟ ସବୁ ଦିନ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ଆର୍ଟିକାଲଟି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।