ଜାଣନ୍ତୁ କେଉଁଠି ହୋଇଥିଲା ରାଧା କୃଷ୍ଣଙ୍କର ପ୍ରଥମ ଦେଖା, ଜାଣି ନ ଥିବେ ତାଙ୍କ ବିବାହର କାହାଣୀ

ପ୍ରେମକୁ ପରିଭାଷିତ କରିବା ପାଇଁ ରାଧା କୃଷ୍ଣଙ୍କ ବ୍ୟତୀତ ଅନ୍ୟ କୌଣସି ଶବ୍ଦ ନାହିଁ । କୃଷ୍ଣ ଭଗବାନ କେତେ ବି ନଟଖଟ କାହିଁକି ହୋଇ ନଥାନ୍ତୁ ରାଧାଙ୍କ ପାଇଁ ତାଙ୍କର ପ୍ରେମ ନିସ୍ଵାର୍ଥ ଥିଲା । ଏମିତି କୁହାଯାଏ କି ରାଧା କୃଷ୍ଣ ଦୁଇ ଜଣ ନୁହେଁ ବରଂ ଜଣେ ହିଁ ଥିଲେ । କେବଳ ମାନବ ସମାଜ ପାଇଁ ସେ ପୁରୁଷ ଓ ନାରୀ ଦୁଇଟି ବେଶରେ ଥିଲେ । ଆଜି ଆମେ ଆପଣଙ୍କୁ କହିବୁ କିପରି ଥିଲା ରାଧା ଓ କୃଷ୍ଣଙ୍କର ପ୍ରଥମ ଦେଖା ଓ କେମିତି ହୋଇଥିଲା ତାଙ୍କର ବିବାହ ।

ଝୁଲଣରେ ଦେଖା ହୋଇଥିଲା ରାଧା ଓ କୃଷ୍ଣଙ୍କର

ବହୁତ କମ ଲୋକ ଏହି କଥା ଜାଣିଛନ୍ତି କି ରାଧା ଓ କୃଷ୍ଣଙ୍କ ମଧ୍ୟରେ ରାଧା କୃଷ୍ଣଙ୍କ ଠାରୁ ପୁରା ୧୧ ମାସ ବଡ ଥିଲେ । ତାଙ୍କର ପ୍ରଥମ ଦେଖା ସେହି ଦିନ ହୋଇଥିଲା ଯେଉଁ ଦିନ କୃଷ୍ଣଙ୍କର ଜନ୍ମ ହୋଇଥିଲା । କୃଷ୍ଣ ଜନ୍ମ ହେବା ଦିନ ରାଧା ମା’ କୀର୍ତ୍ତିଙ୍କ ସହିତ ନନ୍ଦ ଗାଁ କୁ ଆସିଥିଲେ । ସେହି ସମୟରେ କୃଷ୍ଣ ଝୁଲଣରେ ଝୁଲୁଥିଲେ ଓ ୧୧ ମାସର ରାଧା ନିଜର ମା’ଙ୍କ କୋଳରେ ବସିଥିଲେ ।

ତାଙ୍କର ପ୍ରେମର ଆରମ୍ଭ ସେହି ଦିନ ହୋଇଥିଲା, ଯେଉଁ ଦିନ ଦୁଇଜଣ ପରସ୍ପରକୁ ପ୍ରଥମ ଥର ପାଇଁ ଦେଖିଥିଲେ । ଯେମିତି ଯେମିତି ସେମାନେ ବଡ ହେଲେ ସେମାନଙ୍କ ମଧ୍ୟରେ ପ୍ରେମ ବଢିବାକୁ ଲାଗିଲା । ଦୁଇ ଜଣ ଏକା ସହିତ ଖେଳନ୍ତି ଓ ଦୋଳି ଝୁଲନ୍ତି ।

ରାଧା ଓ କୃଷ୍ଣଙ୍କ ବିବାହ

ତାଙ୍କ ବିବାହ ପଛରେ ମଧ୍ୟ ଏକ କାହାଣୀ ଅଛି । ଦିନେ ନନ୍ଦରାଜା ବାଳକ କୃଷ୍ଣଙ୍କୁ କୋଳରେ ନେଇ ଭାଣ୍ଡିର ବନ ଦେଇ ଆସୁଥିଲେ । ଯେତେବେଳେ ସେ ବନରେ ଆଗକୁ ଯିବାକୁ ଲାଗିଲେ ତେବେ ଅଚାନକ ତାଙ୍କ ସାମ୍ନାରେ ଗୋଟିଏ ଜ୍ଯୋତି ପ୍ରକଟ ହେଲା । ରାଧାଙ୍କର ଦର୍ଶନ କରି ନନ୍ଦରାଜା ବିଭୋର ହୋଇଗଲେ । ରାଧା, କୃଷ୍ଣଙ୍କୁ ମାଗିଲେ ତ ସେ ତୁରନ୍ତ ତାଙ୍କୁ ଦେଇଦେଲେ । ରାଧାଙ୍କ ପାଖକୁ ଆସିବା ମାତ୍ରେ କୃଷ୍ଣ ଯୁବକ ରୂପରେ ଆସିଗଲେ । ବ୍ରହ୍ମା ତୁରନ୍ତ ଦୁଇ ଜଣଙ୍କର ବିବାହ କରିଦେଲେ ।

ଏହା ପରେ ରାଧା ପୁଣି ବାଳିକା ପାଲଟି ଗଲେ ଓ କୃଷ୍ଣ ନନ୍ଦ ରାଜାଙ୍କ କୋଳକୁ ଚାଲିଗଲେ । ସମାଜ ସାମ୍ନାରେ ରାଧା କୃଷ୍ଣ କେବେ ବି ପତି ପତ୍ନୀ ରୂପରେ ରହି ନାହାଁନ୍ତି ।
ରାଧା ଓ କୃଷ୍ଣଙ୍କ ପ୍ରେମର ବର୍ଣ୍ଣନା କଲେ ଜଣା ନାହିଁ କେତେ ଯୁଗ ବିତିଯିବ । କୃଷ୍ଣ ଭଗବାନ ସବୁବେଳେ ରାଧା ରାଣୀଙ୍କୁ ପ୍ରେମ କରୁଥିଲେ ଓ ତାଙ୍କର ଅନ୍ତିମ ସମୟରେ ରାଧାଙ୍କ ପାଇଁ ସେ ବଇଁଶି ମଧ୍ୟ ବଜାଇଥିଲେ ଓ ଯେତେବେଳେ ରାଧାଙ୍କ ମୃତ୍ୟୁ ହୋଇଗଲା କୃଷ୍ଣ ନିଜର ବଇଁଶି ଭାଙ୍ଗି ଦେଇଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।