ଏହି ଲୋକପ୍ରିୟ ସଂଗୀତକାର ଦୁନିଆରେ ଆଉ ନାହାନ୍ତି – ପିଏମ ମୋଦୀଙ୍କ ଠୁ ଆରମ୍ଭ କରି ଲତା ମଙ୍ଗେସକର କଲେ ଟ୍ୱୀଟ, ବଲିଉଡରେ ଏବେ ଶୋକର ଛାୟା

ନମସ୍କାର ବନ୍ଧୁଗଣ, ଏବେ ଏବେ ବଲୀଉଡ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର, ଦିଗଜ ସଂଗୀତକାର ମହମ୍ମଦ ଜହର ଖୟାମ ହସ୍ମୀଙ୍କର ଗତ କାଲି ପରଲୋକ ହୋଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ତେବେ ତାଙ୍କର ଫୁସଫୁସରେ ସଂକ୍ରମଣ ଯୋଗୁ ସେ ବହୁତ ସିରିୟସ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏହି ଦିଗଜ ସଂଗୀତକାରଙ୍କୁ ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ବର୍ଦ୍ଧିତ କରାଯାଇଛି ।

ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ସେ କେବଳ ‘ଖୟାମ’ ନାମରେ ପରିଚିତ ଅଟନ୍ତି ।

ତାଙ୍କର ମୃତ୍ୟୁର ଖବର ଶୁଣି ସାରା ବଲୀଉଡ ରେ ଏବେ ଶୋକର ଛାୟା । ସେ ମାତ୍ର ୧୭ ବର୍ଷ ବୟସରେ ଲୁଧିଆନାରୁ ସଙ୍ଗୀତ ଶିଖିବା ଆରମ୍ଭ କରି ଥିଲେ । ୧୯୫୩ ମସିହାରେ ସେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ ଫୁଟପାଥ ଫିଲ୍ମରୁ । ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରି ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ କରି ଛନ୍ତି ।

ତେବେ ସେ ତାଙ୍କର ଫିଲ୍ମ ସୋଲା ଔର ସବନମ୍ ରୁ ଲୋକଙ୍କ ନଜରକୁ ଆସିଥିଲେ । ଆଖିର ଖତ, କଭିକଭି, ତ୍ରିଶୁଲ, ନୁରୀ, ବାଜାର ଓ ଉମ୍ରାଓଜାନ ଭଳି ଫିଲ୍ମର ସେ ସଙ୍ଗୀତକାର ଭାବେ କାମ କରିଛନ୍ତି । ୨୦୧୧ ମସିହାରେ ତାଙ୍କୁ ଦେଶର ଶୀର୍ଷ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ବର୍ଦ୍ଧିତ କରା ଯାଇଥିଲା ।

କଣ୍ଠଶିଳ୍ପୀ ଲତା ମଙ୍ଗେସକର ନିଜ ଟ୍ୱିଟରରେ ଲେଖି ଛନ୍ତି ଯେ ଖୟାମ ମହାଶୟ ଆମ ଭିତରେ ନାହାନ୍ତି ଯାହାକୁ ଶୁଣି ଏତେ ଦୁଃଖ ହେଉଛି ଯେ ଯାହାକୁ ମୁଁ କହି ପାରିବିନି । ଖୟାମ ସାହେବଙ୍କ ସହ ସଂଗୀତର ଏକ ଯୁଗର ମଧ୍ୟ ଅନ୍ତ ହୋଇଛି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।