ମୁଗଲ ବଂଶଜ ହବୀବୁଦ୍ଦୀନ ତୁସୀ ଦେଲେ ପ୍ରତିଶୃତି, କହିଲେ – ‘ରାମ ମନ୍ଦିର ତିଆରି ହେଲେ ଦେବି ସୁନାର ଇଟା…’

ରାମ ମନ୍ଦିରର ପ୍ରସ୍ତୁତକୁ ନେଇ ସୁପ୍ରୀମ କୋର୍ଟରେ ଲଗାତାର କେସ ଚାଲିଛି ଓ ଅଯୋଧ୍ୟା ବିବାଦକୁ ସମଧାନ କରିବାର ପ୍ରୟାସ ବି କରାଯାଉଛି । ଯେଉଁଠି କିଛି ମୁସ୍ଲିମ ପକ୍ଷର ଲୋକମାନେ ରାମ ମନ୍ଦିର ବିରୁଦ୍ଧରେ ଅଛନ୍ତି ତ ଅନ୍ୟ ପଟେ କିଛି ମୁସ୍ଲିମ ପକ୍ଷର ଲୋକମାନେ ରାମ ମନ୍ଦିରକୁ ନେଇ ନିଜର ସହମତି ଦେଉଛନ୍ତି । ଏହା ମଧ୍ୟରେ ବର୍ତ୍ତମାନ ହିଁ ଶେଷ ମୁଗଲ ବାଦଶାହ ବହାଦୁର ଶାହ ଜଫରଙ୍କର ବଂଶଜ ହବୀବୁଦ୍ଦୀନ ତୁସୀ ଅଯୋଧ୍ୟା ବିବାଦ ଉପରେ ଏକ ବଡ ବୟାନ ଦେଇଛନ୍ତି ।

ସେ ରାମ ମନ୍ଦିରକୁ ନେଇ ନିଜର ସହମତି ଦେବା ସହିତ କହିଛନ୍ତି କି ରାମ ମନ୍ଦିରର ନିର୍ମାଣରେ ବି ସେ ସାହାର୍ଯ୍ୟ କରିବେ ଓ ସୁନାର ଇଟା ଦାନରେ ଦେବେ ।

ବିବାଦିତ ଜମି ଉପରେ ଜତାଇଲେ ନିଜର ହକ

ହବୀବୁଦ୍ଦୀନ ତୁସୀ କହିଲେ କି ବାବରୀ ମସ୍ଜିଦ – ରାମ ଜନ୍ମ ଭୂମି ବାଲା ଜମି ଉପରେ ତାଙ୍କର ଅଧିକାର ଅଛି ଓ ଏହି ଜମି ତାଙ୍କୁ ଦେବା ଉଚିତ । କାରଣ ଏହି ଜମି ମୁଗଲଙ୍କର ଅଟେ ଓ ସେ ମୁଗଲ ବଂଶଜ ଅଟନ୍ତି । ହବୀବୁଦ୍ଦୀନ ତୁସୀଙ୍କର କହିବା ଅଟେ କି ସୁପ୍ରିମ କୋର୍ଟ ଯଦି ତାଙ୍କୁ ଏହି ଜମି ଦେଇଦେବେ ତେବେ ସେ ଏହି ଜାଗା ଉପରେ ରାମ ମନ୍ଦିରର ନିର୍ମାଣ କରିଦେବେ ।

ଅଯୋଧ୍ୟା ଯାଇ କରିଲେ ପୂଜା

ହବୀବୁଦ୍ଦୀନ ତୁସୀ ବର୍ତ୍ତମାନ ହିଁ ଅଯୋଧ୍ୟା ଯାଇଥିଲେ ଓ ଏହି ଜାଗାକୁ ଯାଇ ସେ ରାମ ମନ୍ଦିରକୁ ଭାଙ୍ଗିବାକୁ ନେଇ ହିନ୍ଦୁ ଲୋକମାନଙ୍କୁ କ୍ଷମା ବି ମାଗିଥିଲେ ଓ କହିଥିଲେ କି ଏହି ଜାଗା ଉପରେ ରାମମନ୍ଦିର ପ୍ରସ୍ତୁତ ହେବା ଉପରେ ସେ ସୁନାର ଇଟା ଦାନ କରିବେ । ଏହା ଛଡା ଏହି ଜମି ଉପରେ ତାଙ୍କର ଅଧିକାର ଅଛି ବୋଲି ବି କହିଲେ ।

କହିଦେଉଛୁ ଯେ ଅଯୋଧ୍ୟାରେ ପ୍ରଥମେ ରାମ ମନ୍ଦିର ଥିଲା । କିନ୍ତୁ ମୁଗଳମାନେ ଏହି ମନ୍ଦିରକୁ ଭାଙ୍ଗି ଏହି ଜାଗାରେ ୧୫୨୯ରେ ବାବରୀ ମସ୍ଜିଦ ନିର୍ମାଣ କରିଥିଲେ । ଯାହା ପରେ ବର୍ଷ ୧୯୯୨ରୁ କେତେ ଲକ୍ଷ ଲୋକମାନେ ଯାଇ ବାବରୀ ମସ୍ଜିଦକୁ ଭାଙ୍ଗି ଦେଇଥିଲେ । ଯାହା ପରେ ଏହି ଜାଗାରେ ମନ୍ଦିର ନିର୍ମାଣକୁ ନେଇ କୋର୍ଟରେ କେସ ଚାଲୁଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।