ରବିବାର ଦିନ କରନ୍ତୁ ଏହି ଉପାୟ, ପୁରା ହେବ ସବୁ ମନସ୍କାମନା, ଧନର ମଧ୍ୟ କମି ରହିବ ନାହିଁ

ଆଜି ରବିବାର ଦିନ ଅଟେ ଏବଂ ରବିବାରକୁ ସୂର୍ଯ୍ୟଦେବଙ୍କ ଦିନ ବୋଲି କୁହାଯାଇ ଥାଏ । ଯଦି ଆପଣଙ୍କ କାମ ହେବା ବେଳକୁ ବିଗିଡି ଯାଉଥାଏ ତାହେଲେ ଚିନ୍ତା କରନ୍ତୁ ନାହିଁ । ଧର୍ମଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦୁର୍ବଳ ହେଲେ ଏମିତି ହୋଇଥାଏ । ଏମିତି ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ସୂର୍ଯ୍ୟଙ୍କୁ ଦୃଢ କରିବାର ଆବଶ୍ୟକତା ଅଛି । ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କରିବା ଦରକାର । ଧାର୍ମିକ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କ ସାଧନା ଦ୍ଵାରା ଅକ୍ଷୟ ଫଳ ମିଳିଥାଏ ।

ଯଦି ଆପଣଙ୍କ ସାଧନା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଯାନ୍ତି ତାହେଲେ ଭକ୍ତଙ୍କୁ ସୁଖ ସମୃଦ୍ଧି, ମାନ ସମ୍ମାନ, ପଦ ପ୍ରତିଷ୍ଠା, ସରକାରୀ ଚାକିରି ଏବଂ ସୁସ୍ଥ ସ୍ଵାସ୍ଥ୍ୟର ମଧ୍ୟ ଆଶୀର୍ବାଦ ଦେଇଥାନ୍ତି । ଯେଉଁମାନେ ସରକାରୀ ଚାକିରି ପାଇବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସୂର୍ଯ୍ୟଦେବଙ୍କ ଉପାସନା କରିବା ନିହାତି ଆବଶ୍ୟକ ଅଟେ । ତାହେଲେ ଚାଲନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ପାଇବା ପାଇଁ ରବିବାର ଦିନ କେଉଁ କେଉଁ ଉପାୟ କରିବା ଦରକାର ।

କୁହାଯାଏ କି ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇଥାନ୍ତି ସେମାନଙ୍କୁ କେବେ କୌଣସି ଜିନିଷର କମି ରହି ନଥାଏ । ଯଦି ସବୁଦିନ ଆପଣ ଏହି କାମ କରି ପାରିବେ ନାହିଁ ତାହେଲେ ପ୍ରତି ରବିବାର ଦିନ ସକାଳୁ ଏହି କାମ କରନ୍ତୁ । ତମ୍ବା ଲୋଟାରେ ଚାଉଳ, ଲାଲ ରଙ୍ଗର ଫୁଲ ଏବଂ ଲାଲ ଲଙ୍କାର କିଛି ଦାନା ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ଯଦି ଆପଣଙ୍କୁ ଧନ, ବୈଭବ ଏବଂ ଯଶ ଦରକାର ତାହେଲେ ରବିବାର ଦିନ ସୂର୍ଯ୍ୟଙ୍କ ସାଧନା କରିବାକୁ ଭୁଲନ୍ତୁ ନାହିଁ । ଏହି ଦିନ ଭଗବାନ ସୂର୍ଯ୍ୟଙ୍କ ବିଧି ବିଧାନରେ ପୂଜା ଆରାଧନା ଏବଂ ବ୍ରତ କରିବା ଦ୍ଵାରା ସବୁ ପ୍ରକାରର ବାଧା ଦୂର ହୋଇ ଯାଇଥାଏ ଏବଂ ସରକାରୀ ଚାକିରି, ବ୍ୟବସାୟରେ ସଫଳତା ମିଳିଥାଏ । ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ

ଓଂ ସୂର୍ଯ୍ୟାୟ ନମଃ

ଓଂ ହ୍ରୀଙ୍ଗ ହ୍ରୀଙ୍ଗ ସୂର୍ଯ୍ୟାୟ ନମଃ

ଓଂ ଘୃଣୀହିଃ ସୂର୍ଯ୍ୟ ଆଦିତ୍ୟ ନମଃ

ଓଂ ହ୍ରୀଙ୍ଗ ହ୍ରୀଙ୍ଗ ହ୍ରୀଙ୍ଗ ସ ସୂର୍ଯ୍ୟାୟ ନମଃ

ରବିବାର ଦିନ ନିହାତି କରନ୍ତୁ ଏହି କାମ

ରବିବାର ଦିନ ସକାଳୁ ଉଠି ଗାଧୋଇ ଏବଂ ତମ୍ବା ଢାଳରେ ଜଳ ଭରି ସେଥିରେ ସିନ୍ଦୁର ଏବଂ ଗୁଡ ପକାଇ ତାହାକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଏକ ବଡ ଓସ୍ଥ ପତ୍ର ଉପରେ ନିଜର ମନସ୍କାମନା ଲେଖି ଜଳରେ ପ୍ରବାହିତ କରି ଦିଅନ୍ତୁ । ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଲକ୍ଷ୍ମୀଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରନ୍ତୁ । ଗାଈ ଘିଅ ନେଇ ସେଥିରେ ଦୀପ ଜଳାନ୍ତୁ ।

ସାମର୍ଥ୍ୟ ଅନୁସାରେ ତମ୍ବା ବାସନ, ଲାଲ କପଡା,ଗହମ, ଗୁଡ ଏବଂ ଲାଲ ଚନ୍ଦନ ଦାନ କରନ୍ତୁ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ ଲାଲ ରଙ୍ଗର ଫୁଲ କିମ୍ବା ଲାଲ ଚନ୍ଦନ ପକାନ୍ତୁ । ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଷ୍ଟିଲ, ରୂପା, ସୀସା ଏବଂ ପ୍ଲାଷ୍ଟିକ ବାସନ ବ୍ୟବହାର କରନ୍ତୁ ନାହିଁ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।