ରାତିରେ ଘୁଙ୍ଗୁଡି ପାଇଁ ବିରକ୍ତ ହୋଇଗଲେଣି କି ? ତେବେ କରନ୍ତୁ ଏହି ସରଳ ଉପାୟ, ହାର୍ଟ ବି ସୁସ୍ଥ ରହିବ

ନିଦ ଏକ ଏମିତିକା ଅବସ୍ଥା ଯାହା କେବଳ ମଣିଷ ପାଇଁ ନୁହେଁ ବରଂ ପଶୁ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ଜରୁରୀ ଅଟେ । ଆମେ ସମସ୍ତେ ଦିନ ସାରା ପରିଶ୍ରମ କରିଥାଉ ଓ ସନ୍ଧ୍ୟା ହେବା ମାତ୍ରେ ଥକି ଯାଉ । ଏମିତିରେ ଯଦି ଶରୀରକୁ ଆରମ ଦେବାର ଅଛି ତେବେ ଆମକୁ ଅତି କମ ରେ ୬-୮ ଘଣ୍ଟା ନୀଦର ଆବଶ୍ୟକତା ହୋଇଥାଏ । ଆପଣ ବହୁତ ଥର ଦେଖିଥିବେ କି ଯେଉଁଲୋକ ଦିନରେ ଅଧିକ ଶାରୀରିକ ପରିଶ୍ରମ କରିଥାନ୍ତି, ସେମାନେ ରାତି ସାରା ଗଭୀର ନିଦରେ ଶୋଇଥାନ୍ତି ଓ ଘୁଙ୍ଗୁଡି ମାରିଥାନ୍ତି । ଏମିତିରେ ସେମାନେ ତ ଆରମରେ ଶୋଇଯାନ୍ତି କିନ୍ତୁ ତାଙ୍କ ବାକି ପରିବାର ଲୋକ ତାଙ୍କ ଘୁଙ୍ଗୁଡି ପାଇଁ ଶୋଇ ପାରନ୍ତି ନାହିଁ ।

ଯଦି ଆପଣ ବି ଏହି ସମସ୍ୟାର ଶିକାର ହେଉଛନ୍ତି ତେବେ ଏହି ବିଶେଷ ଲେଖା କେବଳ ଆପଣଙ୍କ ପାଇଁ । ଏହି ଲେଖାରେ ଆମେ ଆପଣଙ୍କୁ ଘୁଙ୍ଗୁଡିରୁ ବଞ୍ଚିବା ପାଇଁ ସବୁଠୁ ସହଜ ଓ ସରଳ ଉପାୟ ଜଣାଇବୁ , ଯାହାକୁ ଆପଣେଇ ଆପଣ ଓ ଆପଣଙ୍କ ପରିବାର ଲୋକ ଆରମରେ ଶୋଇ ପାରିବେ ।

ପ୍ରକୃତରେ ଆମର ନିଦ ବିଶେଷ କରି ଆମର ଶୋଇବା ର ଉପାୟ ଆମର ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଏମିତିରେ ଯଦି ଆମର ସ୍ଳିପିଙ୍ଗ ପୋଜିସନ କୁ ଠିକ କରି ଦିଆଯାଏ ଆମେ ରାତି ସାରା ଘୁଙ୍ଗୁଡିରୁ ବଞ୍ଚି ପାରିବା । ଏଥିରୁ କେବଳ ଆମର ଘୁଙ୍ଗୁଡି ସମସ୍ୟା ଦୂର ହେବ ନାହିଁ, ହାର୍ଟ ମଧ୍ୟ ସୁସ୍ଥ ରହିବ । ଚାଲନ୍ତୁ ଜାଣିବା ବାମ ପଟ କଡ ଲେଉଟାଇ ଶୋଇଲେ ଆମର ସ୍ୱାସ୍ଥ୍ୟରେ କଣ କଣ ଲାଭ ହୋଇଥାଏ ।

ହାର୍ଟ ଫଙ୍କ୍ସନ ଭଲ ରହିଥାଏ

ଯେବେ ବି ଆମେ ବାମ କଡ ଲେଉଟାଇ ଶୋଇଥାଉ ତେବେ ଏଥିରୁ ଗ୍ରାଭିଟି ସାହାର୍ଯ୍ୟରେ ଆମ ହାର୍ଟ ଆଡକୁ ତନ୍ତୁରୁ ନିର୍ଗତ ହେଉଥିବା ବର୍ଣ୍ଣହୀନ ତରଳ ପଦାର୍ଥ ବାହାରିବା ସହଜ ହୋଇ ଯାଇଥାଏ । ଏମିତିରେ ହାର୍ଟ ଉପରେ କାମର ପ୍ରେସର କମ ହୋଇଥାଏ ଓ ସବୁ ଫଙ୍କ୍ସନ ଭଲ ଭାବରେ ହୋଇଥାଏ । ହାର୍ଟ କୁ ସୁସ୍ଥ ରଖିବା ପାଇଁ ଏହା ସବୁଠୁ ଉତ୍ତମ ଉପାୟ ପ୍ରମାଣିତ ହୋଇଥାଏ ।

ପାଚନ କ୍ରିୟାରେ ବୃଦ୍ଧି ହୋଇଥାଏ

ରାତିରେ ବାମ ପଟକୁ କଡ ଲେଉଟାଇ ଶୋଇଲେ ଗ୍ରାଭିଟିର ସିଧା ପ୍ରଭାବ ଆମ ଅନ୍ତ ଉପରେ ପଡିଥାଏ । ଏଥିରୁ ଆମ ଶରୀରରେ ଜମା ହେଉଥିବା ଫାଲତୁ ପଦାର୍ଥ ଛୋଟ ଅନ୍ତରୁ ବଡ ଅନ୍ତରେ ପହଞ୍ଚିଥାଏ ଯିଏ ସକାଳେ ମଳ ଦ୍ଵାରା ବାହାରି ଯାଇଥାଏ । ଏମିତିରେ ଆମକୁ ସକାଳେ ଫ୍ରେଶ ହେବାରେ କୌଣସି ସମସ୍ୟା ଆସେ ନାହିଁ ଓ ଆମର ପାଚନ କ୍ରିୟା ମଧ୍ୟ ମଝବୁତ ହୋଇଥାଏ ।

ଗର୍ଭବତୀ ମହିଳାମାନଙ୍କ ପାଇଁ ଉପଯୋଗୀ

ବିଶେଷଜ୍ଞଙ୍କ ଦ୍ଵାରା କରାଯାଇଥିବା ଏକ ରିସର୍ଚରୁ ଜଣା ପଡିଛି ଯେଉଁ ଗର୍ଭବତୀ ସ୍ତ୍ରୀ ମାନେ ରାତିରେ ବାମ ପଟକୁ କଡ ଲେଉଟାଇ ଶୋଇଥାନ୍ତି, ସେମାନେ ଅନ୍ୟ ମହିଳା ମାନଙ୍କ ତୁଳନାରେ ବହୁତ ସୁସ୍ଥ ରହିଥାନ୍ତି । ଏମିତି କରିବା ଦ୍ଵାରା ସେହି ମହିଳାମାନଙ୍କର ପିଠିରେ ପଡୁଥିବା ପ୍ରେସର ବହୁତ କମ ହୋଇଯାଇଥାଏ ଯାହା ଦ୍ଵାରା ଗର୍ଭାଶୟ ଓ ଫିଟ୍ସ ପର୍ଯ୍ୟନ୍ତ ରକ୍ତର ସଂଚାଳନ ଠିକ ହୋଇଥାଏ ତା ସହିତ ଏହି ଉପାୟରେ ଶୋଇବା ଦ୍ଵାରା ଗର୍ଭସ୍ଥ ଶିଶୁ ପର୍ଯ୍ୟନ୍ତ ପୋଷକ ତତ୍ତ୍ଵ ସହଜରେ ପହଞ୍ଚିଥାଏ ।

ଯଦି ଆପଣ ଏକ ଗର୍ଭବତୀ ମହିଳା ଅଟନ୍ତି ଓ ଆପଣଙ୍କୁ ବାମ ପାଟ କଡା ଲେଉଟାଇ ଶୋଇବାରେ ସମସ୍ୟା ହେଉଛି ତେବେ ଆପଣ ଆଣ୍ଠୁ କୁ ଅଳ୍ପ ମୋଡି ଦୁଇ ଗୋଡ ମଝିରେ ତକିଆ ରଖି ପାରନ୍ତି ଏଥିରୁ ଆପଣଙ୍କୁ ଆରମ ମିଳିବ ।

ଘୁଙ୍ଗୁଡି ପାଇଁ ଚିନ୍ତିତ ଥିଲେ ଆମର ଏହି ଲେଖାଟି ଆପଣଙ୍କ କାମରେ ଆସିବ । ଭଲ ଲାଗିଲେ ଶେୟର କରି ପାରିବେ । ଆମ ସହିତ ଯୋଡି ହେବାକୁ ଚାହୁଁଥିଲେ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।