ଆର୍ଥିକ ସଙ୍କଟ ସହିତ ଲଢି କୃଷକଙ୍କ ଝିଅ ହେଲେ ଜଜ, ପଢା ପାଇଁ ବିକିଥିଲେ ଜମି – ଆସନ୍ତୁ ଜାଣିବା ତାଙ୍କ ସଙ୍ଘର୍ଷର କାହାଣୀ

ଏମତି କାହାକୁ ସଫଳତା ମିଳିଯାଏ ନାହିଁ । ଯଦି କୌଣସି ସ୍ଵପ୍ନ ଦେଖିଛନ୍ତି ତାକୁ ପୁରା କରିବା ପାଇଁ ପରିଶ୍ରମ ଓ ଉଦ୍ୟମ କରିବାକୁ ପଡିଥାଏ ପୁଣି ଯାଇଁ ରାସ୍ତା ସହଜ ହୋଇଥାଏ ଓ ସଫଳତା ମିଳିଥାଏ । ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ କୃଷକଙ୍କ ଝିଅ ଯିଏ ଜଜ ହୋଇ କେବଳ ପିତାଙ୍କର ନୁହେଁ ପରନ୍ତୁ ପୁରା ଗାଁ ର ସ୍ଵପ୍ନ ପୁରା କରିଛନ୍ତି । ଯେଉଁ କୃଷକ ମାନଙ୍କର ନିଜର ସ୍ଵପ୍ନ ପୁରା ହୋଇପାରେ ନାହିଁ ସେଥିମଧ୍ୟରୁ ଜଣଙ୍କ ଝିଅ ନିଜ ପିତାଙ୍କର ସ୍ଵପ୍ନ ପୁରା କଲେ ଓ ନିଜକୁ ଏକ ଗୌରବଶାଳୀ ପଦରେ ସ୍ଥାପିତ କଲେ । ପିତା ଲୋକନାଥ ପଟେଲଙ୍କ ସ୍ଵପ୍ନକୁ ପୁରା କରିଥିବା ଝିଅ ସ୍ମୃତିଙ୍କର ସଂଘର୍ଷର କାହାଣୀ ଶୁଣିବା ।

ରିବା ଜିଲ୍ଲାର ଖୁଜହା ଗାଁ ରେ ଗୋଟିଏ କୃଷକ ଲୋକନାଥ ପଟେଲ ଯାହାର 4 ଟି ପିଲା । ତାଙ୍କର ଦ୍ଵିତୀୟ ଝିଅ ସ୍ମୃତି ଯିଏ ରିବା ରେ ରହି ଇଂଗ୍ଲିଶ ମିଡିଅମରେ ପାଠ ପଢୁଥିଲେ । ତାଙ୍କର ପଢା ଚାଲିଥିଲା କିନ୍ତୁ ଘରର ଆର୍ଥିକ ସ୍ଥିତି ଠିକ ନଥିଲା ଏଥିପାଇଁ ଲୋକନାଥ ନିଜ ପିଲାଙ୍କୁ ନେଇ ଗାଁ କୁ ଚାଲିଗଲେ । ଗାଁ ରେ ଇଜିଏସ ସ୍କୁଲ ରୁ ପଢା ଆରମ୍ଭ କଲେ ତ ଲୋକ ବହୁତ କଥା କହିବାକୁ ଲାଗିଲେ । ପଢାରେ ଭଲ କରିବା ପାଇଁ ପୁଣି ଥରେ ସହରକୁ ଆସିଲେ ।

ପାଠ ପଢିବା କେତେ ଜରୁରୀ ଅଟେ ଏହି କଥା ଲୋକନାଥ ବୁଝିଥିଲେ ଏଥିପାଇଁ ସେ ଜମି ବିକି ପିଲାଙ୍କୁ ଇଂଗ୍ଲିଶ ମିଡିଅମରେ ପଢାଇବାକୁ ଲାଗିଲେ ।

ଜଜ ହେଲେ କୃଷକଙ୍କ ଝିଅ

୨୦୧୦ ରୁ ୨୦୧୫ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ମୃତି ବିଏ ଏଲଏଲବି ପଢିଲେ । ରେଜଲ୍ଟ ଆସିଲା ୮୬ ପ୍ରତିଶତ । ନମ୍ବର ଏତେ ଭଲ ଥିଲା ଆଗକୁ ବଢିବାକୁ ଉତ୍ସାହ ମିଳିଲା । ୨୦୧୬ ରେ ନେସନାଲ ଇନଷ୍ଟିଚ୍ୟୁଟ ଭୋପାଲ ରେ ଏଲଏଲଏମ ର ପରୀକ୍ଷା ପାସ କାଲେ । ଏହା ପରେ ୨୦୧୭ ରୁ ୨୦୧୮ ପର୍ଯ୍ୟନ୍ତ ନ୍ୟାୟିକ ସେବାର ପରୀକ୍ଷା ପାସ କଲେ । ସ୍ମୃତିଙ୍କ ମନରେ ପିତାଙ୍କର ଆର୍ଥିକ ସଙ୍କଟର ଛବି ରହିଥିଲା । ସେ ସେହି ସ୍ଥିତିକୁ ସୁଧାରିବାକୁ ଚାହୁଁଥିଲେ ଓ ବହୁତ ପରିଶ୍ରମ ପରେ ତାଙ୍କୁ ସଫଳତା ମିଳିଲା । ଏହା ପରେ ୨୪ ଡିସେମ୍ବର କୁ ଶିବିଲ ଜଜ ସାଗର ଭାବେ କାର୍ଯ୍ୟରତ ହେଲେ । ସ୍ମୃତିଙ୍କର ଏହି ଯାତ୍ରା ସହଜ ନ ଥିଲା । ପିତା ଲୋକନାଥ କୃଷକ ଥିଲେ ସେଥିପାଇଁ ଆବଶ୍ୟକୀୟ ସମସ୍ତ ଜିନିଷ ତାଙ୍କୁ ସହଜରେ ମିଳି ପାରୁ ନଥିଲା ।

ସ୍ମୃତି ପୁରା କରିଲେ ପିତାଙ୍କ ସ୍ଵପ୍ନ

ଜଜ ରୂପେ ନିଯୁକ୍ତ ହୋଇଥିବା ସ୍ମୃତି ପଟେଲ ଙ୍କର ମାନିବା କଥା କି ଜୀବନରେ ସଫଳ ହେବା ପାଇଁ ଲକ୍ଷ ରହିବା ଜରୁରୀ ଅଟେ । ଏହା ଆମର ଇଚ୍ଛାଶକ୍ତି ଉପରେ ନିର୍ଭର କରିଥାଏ କି ଆମେ କେତେ ସମ୍ବେଦନଶୀଳ ଅଟୁ । ସେ କହିଲେ କି ଗାଁ ରେ ଜନ୍ମ ହେବାର ଅର୍ଥ ଏହା ନୁହେଁ କି ତୁମର ଭବିଷ୍ୟତ କେବଳ କୃଷି ଓ ଦିନ ମଜୁରିଆ ହେବ । ସବୁ ରାସ୍ତା ପଡିଛି, ଆଗକୁ ବଢିବେ ତ ସଫଳତା ମିଳିବ । ସେ କହିଲେ କି ନ୍ୟାୟିକ ସେବା ଗୋଟିଏ ବଡ ଦ୍ଵାୟିତ୍ଵର କାମ ହୋଇଥାଏ ଏହା ସହିତ ସେ ଗାଁ ର ଯୁବକଙ୍କୁ ଶିକ୍ଷା ଦିଗରେ ଅଗ୍ରସର କରିବେ ଯାହା ଦ୍ଵାରା ଅନ୍ୟ ଯୁବକ ମାନେ ନ୍ୟାୟିକ ସେବାରେ ଯୋଡି ହେବେ ।

ଆଶା କରୁଛୁ ସ୍ମୃତିଙ୍କର ଏହି ସଂଘର୍ଷର କାହାଣୀ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗର୍ବରେ ଗୋଟେ ଶେୟାର କରିବେ । ଏମିତି ଅନେକ ସଫଳତାରେ ପ୍ରେରିତ ହେବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।