ଗୃହମନ୍ତ୍ରୀ ରାଜନାଥ ସିଂହ ସହିଦଙ୍କର ମର ଶରୀରକୁ କାନ୍ଧ ଦେଇ… କହିଲେ ପାକିସ୍ଥାନକୁ ମାଟିରେ..

ଗୃହମନ୍ତ୍ରୀ ରାଜନାଥ ସିଂହ କାଶ୍ମୀର ପହଞ୍ଚି ସହିଦ ବୀର ଜବାନଙ୍କୁ କାନ୍ଧ ଦେଇଛନ୍ତି । ସେ କହିଲେ କି ପାକିସ୍ଥାନ କୁ ମାଟିରେ ମିଶାଇବାର ପ୍ରସ୍ତୁତି ପୁରା ହୋଇ ସାରିଛି । ଏହା ପୂର୍ବରୁ ରାଜନାଥ ସିଂହ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେଇଠି ପ୍ରଧାନ ମନ୍ତ୍ରୀ ମୋଦୀ ପାକିସ୍ତାନ ଠାରୁ ପ୍ରତିଶୋଧ ନେବା ପାଇଁ ସେନାକୁ ପୁରା ସ୍ଵତନ୍ତ୍ରତା ଦେଇଛନ୍ତି । ମୋଦୀ କହିଲେ କି ସେନାକୁ ସେ କହିଛନ୍ତି କି ସ୍ଥାନ ଓ ସମୟ ନିଶ୍ଚିତ କରନ୍ତୁ ଓ ପାକିସ୍ଥାନ ଠାରୁ ପ୍ରତିଶୋଧ ନିଅନ୍ତୁ ।

ମୋଦୀ ଏହା ପୂର୍ବରୁ ବୈଠକ ଡ଼ାକିଥିଲେ ଓ ସର୍ଜିକାଲ ଷ୍ଟ୍ରାଇକ ର ହୀରୋ ଲେ. ଜେନେରାଲ ରଣବିର ସିଂହ କୁ ଡ଼ାକିଥିଲେ । କୁହା ଯାଉଛି କି ତାଙ୍କ ନେତୃତ୍ତ୍ଵରେ ଭାରତୀୟ ସେନା ପ୍ରତିଶୋଧ ନେବ ।

ରଣବିର ସିଂହ ଭାରତୀୟ ସେନାର ସବୁଠୁ ବୀର ବାହାଦୁର ଅଧିକାରୀ ମଧ୍ୟରୁ ଜଣେ ଅଟନ୍ତି, ଯାହାକୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ରେ ତାଙ୍କର ଯୋଗ୍ୟତା କାରଣରୁ ଲୋକେ ଜାଣନ୍ତି । ଏହା ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ କି ପାକିସ୍ଥାନ ଭୁଲି ଯାଉଛି କି ଏହା ନୂଆ ନୀତି ବାଲା ଭାରତ ଅଟେ, ଆତଙ୍କି ସଂଗଠନ ଯେଉଁ ନୃଶଂସତା ଦେଖାଇଛନ୍ତି ତାର ପୁରା ହିସାବ କରାଯିବ । ସେ କହିଲେ କି ଜବାବ ଦେବାର ସ୍ଥାନ ଓ ସମୟ ସେନା ନିର୍ଦ୍ଧିଷ୍ଟ କରିବ ।

ସେ କହିଲେ କି ଭାରତର ଏପରି ପରିସ୍ଥିତିରେ ଭାରତ ଉପରେ ଏପରି ଆକ୍ରମଣ କରି, ପୁଲୱାମା ଭଳି କାଣ୍ଡ ରଚି ଆମକୁ ବର୍ବାଦ କରିବାକୁ ଚାହୁଁଛି । କିନ୍ତୁ ତାର ଏହି ଉଦ୍ଦେଶ୍ୟର ଦେଶର 130 କୋଟି ଜନତା ମିଶି ଜବାବ ଦେବେ, ଭୟଙ୍କର ଜବାବ ଦେବେ । ପ୍ରଧାନମନ୍ତ୍ରୀ କହିଲେ କି ବିଶ୍ଵରେ ଅଲଗା ହୋଇ ଯାଇଥିବା ଆମର ପଡୋଶୀ ଦେଶ ଯଦି ଭାବୁଛି କି ଯେଉଁ ପ୍ରକାରର କାର୍ଯ୍ୟ ସେ କରୁଛି, ଯେଉଁ ପ୍ରକାରର ଷଡଯନ୍ତ୍ର କରୁଛି, ତା ଦ୍ଵାରା ଭାରତରେ ଅସ୍ଥିରତା ସୃଷ୍ଟି କରିବାରେ ସେ ସଫଳ ହୋଇଯିବ ତେବେ ସେ ବହୁତ ବଡ ଭୁଲ କରୁଛି ।

ଝାନ୍ସି ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ କି ଦେଶର ଯବାନ ମାନେ ନିଜ ପ୍ରାଣର ଆହୁତି ଦେଇଛନ୍ତି, ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ । ପ୍ରଧାନମନ୍ତ୍ରୀ କହିଲେ କି ଆମେ ସେନାକୁ ପୁରା ସ୍ଵାଧୀନତା ଦେଇଛୁ । ଏହି ସମୟରେ ପାକିସ୍ଥାନର ଅବସ୍ଥା ବହୁତ ଖରାପ ଅଟେ, ପାକିସ୍ଥାନ ଆଜି କଂସା ଧରି ଭିକ ମାଗି ବୁଲୁଛି ।

ସେ କହିଲେ କି ପୁଲୱାନାର ଦୋଷିକୁ ଦଣ୍ଡ ନିଶ୍ଚୟ ମିଳିବ । ଆମେ ସୁରକ୍ଷାଦଳଙ୍କୁ ସବୁ ନିଷ୍ପତ୍ତି ନେବା ପାଇଁ ଅନୁମତି ଦେଇ ଦେଇଛୁ ।