କ୍ୱାରେଣ୍ଟାଇନ୍ ସେଣ୍ଟରକୁ ବନେଇଲେ ଅୟାସୀର ଆଡ୍ଡା, 3 ଜଣ ମହିଳା ହେଲେ ଗର୍ଭବତୀ

ଝାରଖଣ୍ଡର ରାଜଧାନୀ ରାଞ୍ଚିରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ତବ୍ଲୀଗୀ ଜମାତର ୩ ଜଣ ବିଦେଶୀ ମହିଳାମାନେ ଗର୍ଭବତୀ ହୋଇ ଯାଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସେଠିକାର ପ୍ରଶାସନ ଆହୁରି ଅଧିକ ସୁରକ୍ଷା ପ୍ରତି ଦ୍ରୁଷ୍ଟି ରଖୁଛନ୍ତି । ବର୍ତ୍ତମାନ ଏହି ମାମଲାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ କରାଯାଉଛି । କହିବାକୁ ଗଲେ କ୍ୱାରେଣ୍ଟାଇନ ସେଣ୍ଟରରେ ସମସ୍ତଙ୍କୁ ଏଥିପାଇଁ ରଖାଯାଏ ଯାହା ଦ୍ଵାରା ସେମାନେ ଶାରୀରିକ ଦୂରତାର ନିୟମକୁ ପାଳନ କରିବେ ।

କିନ୍ତୁ ଏହି ମହିଳାମାନେ ଏହି ନିୟମକୁ ଉଲଂଘନ କରିବା ସହିତ ଶାରୀରିକ ସମ୍ବନ୍ଧ କରି ଗର୍ଭବତୀ ବି ହୋଇ ଯାଇଛନ୍ତି । ବର୍ତ୍ତମାନ ସେଠିକାର ପ୍ରଶାସନ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ଏଥିପାଇଁ ଆଡିଶନଲ କଲେକ୍ଟରକୁ ବି ନିଯୁକ୍ତ କରାଯାଇଛି ।

ଯାହାଙ୍କ କାମ ଏହା ଅଟେ କି କେଉଁ କାରଣ ଯୋଗୁ ଏହି ସେଣ୍ଟରରେ ଶାରୀରିକ ଦୂରତାର ନିୟମକୁ ପାଳନ କରାଗଲା ନାହିଁ ତାହାର ଯାଞ୍ଚ କରିବେ । ଏହା ସହିତ ଏହି ସେଣ୍ଟରର ଦାୟିତ୍ଵ ଯାହାକୁ ଦିଆ ଯାଇ ଥିଲା, ତାଙ୍କୁ ବି ପୂଛତାଛ କରାଯିବ । ଏହି ସମ୍ବନ୍ଧରେ ଝାରଖଣ୍ଡର ବରିଷ୍ଠ ଓକିଲଙ୍କ କହିବା ଅଟେ କି ଯଦି ମହିଳା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ସମୟରେ ଗର୍ଭବତୀ ହୋଇଛନ୍ତି ତେବେ ସେ ମହାମାରୀ ରୋଗ ଅଧିନିୟମ – ୨୦୨୦ର ଉଲଂଘନ କରିଛନ୍ତି ।

ଏମିତିରେ ତାଙ୍କ ବିରୁଦ୍ଧରେ ଅଧିନିୟମ ଧାରା ୨ (୩) ଅନୁସାରେ କେସ ଦର୍ଜ କରାଯିବ । ଅନ୍ୟ ପଟେ, କ୍ୱାରେଣ୍ଟାଇନ ସେଣ୍ଟରର ଦାୟିତ୍ଵରେ ଥିବା ବ୍ୟକ୍ତି ବିରୁଦ୍ଧରେ ବି କେସ କରାଯିବ । ଆପଣଙ୍କୁ କହିଦେଉଛୁ କି ଲକଡାଉନ ଓ ଭିଜାର ଉଲଂଘନ କରିଥିବା ୧୭ ଜଣ ବିଦେଶ ଜମାତିମାନଙ୍କ ବିରୁଦ୍ଧରେ ରାଜଧାନୀ ରାଞ୍ଚିରେ ମାମଲା ଦର୍ଜ କରାଯାଇଛି । ଏହି ମାମଲାରେ ଆରୋପି ଜମାତିଙ୍କୁ ଗିରଫ୍ କରି ଖେଲଗ୍ରାମ ସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦେଇଥିଲେ ।

ଏଠି ଏମାନେ ୩୦ ମାର୍ଚ୍ଚରୁ ରହୁଥିଲେ, ଯେଉଁଠି ୨୦ ମେ ଏମାନଙ୍କୁ ବିରସା ମୁଂଡା କେନ୍ଦ୍ରୀୟ ଜେଲ ପଠାଗଲା । ହାଇକୋର୍ଟ ଦ୍ଵାରା ଜମାନତ ମିଳିବା ପରେ ମଙ୍ଗଳବାର ଦିନ ସମସ୍ତେ ଜେଲରୁ ବାହାରକୁ ବାହାରି ଗଲେ, ଏହା ପରେ ସମସ୍ତେ ଜାଣି ପାରିଲେ କି ତିନି ଜଣ ମହିଳା ଗର୍ଭବତୀ ଅଛନ୍ତି ।

ରାଞ୍ଚିରେ ହିଁ ରହୁଥିଲେ ତବ୍ଲୀଗୀ ସଦସ୍ୟମାନେ

ଜମାନତ ମିଳିବା ପରେ ଜେଲରୁ ବାହାରକୁ ଆସିଥିବା ୧୭ ଜଣ ବିଦେଶୀ ନାଗରିକ ରାଞ୍ଚିରେ ହିଁ ରହୁଛନ୍ତି । ଏଥିରେ ୯ ଜଣ ପୁରୁଷ କଡରୂ ସ୍ଥିତ ଏକ ଘରେ ରହୁଥିଲେ । ଅନ୍ୟ ପଟେ ୮ ଜଣ (୪ଦମ୍ପତ୍ତି) ଗୁଦଡ଼ୀ ଚୌକ ମିଶନ ରୋଡ ରେ ରହୁଛନ୍ତି । କୁହାଯାଉଛି କି ଏମାନଙ୍କ ରହିବାର ବ୍ୟବସ୍ଥା ସ୍ଥାନୀୟ ତବ୍ଲୀଗୀ କାର୍ଯ୍ୟକର୍ତ୍ତାମାନେ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।