ଯଦି ଆପଣ ସବୁବେଳେ ଭୁଲ ତରିକାରେ ସୋଉଛନ୍ତି, ତେବେ ଜାଣିନିଅନ୍ତୁ ଶୋଇବାର ସଠିକ ତରିକା

ଯେତେବେଲେ ଜଣେ ବ୍ୟକ୍ତି ଯୋଗ କିମ୍ବା ବ୍ୟାୟମ କରିଥାଏ, ତେବେ ସେହି ସମୟରେ ଆପଣ ସବୁ କଥାର ବିଶେଷ ଧ୍ୟାନ ରଖିଥାନ୍ତି । କାରଣ ଭୁଲ ଉପାୟରେ ବ୍ୟାୟାମ କିମ୍ବା ଯୋଗ କରିବା ଦ୍ଵାରା ଆମର କୌଣସି ଅଙ୍ଗ ଖରାପ ହେବାର ଅଧିକ ସମ୍ଭାବନା ଥାଏ । ସେହିଭଳି ଶୋଇବାର ପୋଜିସନର ବି ଆମର ସ୍ୱାସ୍ଥ୍ୟ ଉପରେ ଭଲ ଓ ଖରାପ ଦୁଇ ପ୍ରକାରର ପ୍ରଭାବ ପକାଇଥାଏ । କହିବାକୁ ଗଲେ ଭୁଲ ପୋଜିସନରେ ଶୋଇବା ଦ୍ଵାରା କେତେକ ଲୋକଙ୍କୁ ରାତିରେ ଭଲ ନିଦ ଆସି ନ ଥାଏ ।

ଏହା ଛଡା ଅଚାନକ ଶରୀରର କେତେକ ଅଂଶରେ ବ୍ୟଥା ହୋଇଥାଏ ଓ ଖାଦ୍ୟ ହଜମ ନ ହେବା ଇତ୍ୟାଦି କିଛି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସବୁଠୁ ବଡ କଥା ହେଉଛି ଏହା ଆମର ପାଚକ ତନ୍ତ୍ର ଓ ମସ୍ତିଷ୍କ ଉପରେ ବି ଗଭୀର ପ୍ରଭାବ ପକାଇ ଥାଏ ।

ଆମକୁ  ରାତିରେ ଯଦି ଭଲ ନିଦ ହୋଇଥାଏ ତେବେ ଆମକୁ ବହତୁ ଆରାମ ଲାଗିଥାଏ ଓ ପୁରା ଦିନର ପରିଶ୍ରମ ଜଣା ପଡେ ନାହିଁ । କିନ୍ତୁ ଏକ ଗଭୀର ନିଦ ଓ ବହୁତ ସମୟ ପର୍ଯ୍ୟନ୍ତ ଶୋଇବା ଆମ ପାଇଁ ଜରୁରୀ ହୋଇଥାଏ, ସେତିକି ହିଁ ଜରୁରୀ ଆମର ଶୋଇବା ପୋଜିସନ ହେବା ଦରକାର । ଶୋଇବାର ପୋଜିସନ ଭୁଲ ହେବା ଦ୍ଵାରା ଆମକୁ ରାତିରେ ଠିକ ଭାବରେ ନିଦ ହୁଏ ନାହିଁ, ବାରମ୍ବାର ନିଦ ଭାଙ୍ଗି ଯାଇଥାଏ କିମ୍ବା ଶୋଇବା ପାଇଁ ଅଧିକ ସମୟ ଲାଗିଯାଏ ।

ଏହା ଛଡା ଆମର କାନ୍ଧରେ ଦରଜ ହେବା, ପେଟ ସଠିକ ଭାବରେ ସଫା ନ ହେବା, ଦିନ ସାରା ନିଦ ଲାଗିବା, ଏହା ସହିତ ଶରୀରର ବ୍ଲଡ ପ୍ରେସର ବଢିଯିବା ଓ ଏହା ଆମର ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଆପଣ ଜାଣି ଆଶ୍ଚଜ୍ୟ ହେବେ କି ଆମର କେସ ଓ ତ୍ଵଚାର ସୁନ୍ଦରତା  ଆମର ଶୋଇବା ଉପରେ ନିର୍ଭର କରିଥାଏ । ଆପଣଙ୍କୁ କହିଦେଉଛୁ କି କିଛି ଲୋକ ତଳକୁ ପେଟ କରି ଶୋଇଥାନ୍ତି, ଯାହାକି ବହୁତ ଖରାପ ହୋଇଥାଏ ।

ଖାସ କରି ଆସ୍ତମା ରୋଗୀଙ୍କ ପାଇଁ ହୋଇଥାଏ ଓ ଯଦି ଆପଣ ପେଟ ତଳକୁ କରି ଶୋଇଛନ୍ତି ତେବେ ଆପଣଙ୍କ ପିଠି ହାଡ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଏହିଭଳି ପୋଜିସନରେ ଶୟନ କରନ୍ତୁ ନାହିଁ । ଏହା ସହିତ ଯଦି ଆପଣ ଡାହାଣ ପଟ ମାଡି ହୋଇ ଶୋଉଛନ୍ତି ତେବେ ଏହା ବି ଆମର ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ । ଯଦି ଡାହାଣ ପଟ ମାଡି ହୋଇ ଶୋଇଛନ୍ତି ତେବେ ଆମର ଖାଦ୍ୟ ଭଲ ଭାବରେ ହଜମ ହୋଇ ନ ଥାଏ ।

 

ଏହିଭଳି ଶୋଇବା ଦ୍ଵାରା ଆମର ପେଟ ଖରାପ ହେବା ସହିତ ଆମର ଖାଦ୍ୟ ହଜମ ବି ହୋଇ ନ ଥାଏ ଓ ପେଟ ବଢି ଯାଏ । ସେଥିପାଇଁ ଏହିଭଳି ପୋଜିସନରେ ବି ଶୟନ କରନ୍ତୁ ନାହିଁ । ଯଦି ଆପଣ ସିଧା ଶୋଊଛନ୍ତି ତେବେ ଏହା ଏକ ପ୍ରକାରର ସଠିକ ପୋଜିସନ ଅଟେ । କିନ୍ତୁ ଯଦି ଆପଣ ବାମ ପଟ ମାଡି ଶୋଉଛନ୍ତି, ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । କଣ ଆପଣ ଜାଣିଛନ୍ତି କି ଯଦି ଆମର ଶୋଇବା ପୋଜିସନ ଆମ ଯଦି ବଦଳାଇ ଦେଉଛୁ ତେବେ ଆମର ସ୍ୱାସ୍ଥ୍ୟ ଉପରେ କେତେ ପରିବର୍ତ୍ତନ ଆସିଥାଏ ।

ଆୟୁର୍ବେଦ ହେଉ କିମ୍ବା ଏଲୋପଥି ସମସ୍ତେ ଏହା ମାନିଛନ୍ତି କି ବାମ ପଟେ ଶୋଇବା ସବୁଠୁ ଭଲ ହୋଇଥାଏ । ବାମ ପଟ ମାଡି ହୋଇ ଶୋଇବା ଆମର ପାଚନ ପ୍ରକ୍ରିୟା ପାଇଁ ବି ଭଲ ହୋଇଥାଏ । ଏହା ସହିତ ଏହା ଆମର କେସ, ତ୍ଵଚା, ହୃଦୟ ଓ ମସ୍ତିଷ୍କ ପାଇଁ ବି ଭଲ ବୋଲି କୁହାଯାଏ । ବାମ ପଟକୁ ମାଡି ଶୋଇବା ଦ୍ଵାରା ସ୍ୱାସ୍ଥ୍ୟରେ ବହୁତ ପରିମାଣରେ ସୁଧାର ଆସିଥାଏ ।

ଆମେ ଯଦି ବାମ ପଟ ମାଡି ଶୋଇବା ତେବେ ଏହା ଦ୍ଵାରା ଆମକୁ ବହୁତ ପ୍ରକାରର ଲାଭ ମିଳିଥାଏ, ଯେମିତିକି ଆମର ହାର୍ଟ ବାମ ପଟରେ ହିଁ ଥାଏ, ଯାହା ଦ୍ଵାରା କି ହାର୍ଟର ବ୍ଲଡ ଯିବା ଆସିବାରେ ସୁବିଧା ହୋଇଥାଏ । ଖାସକରି ଯେଉଁମାନଙ୍କୁ ହାର୍ଟ ସମ୍ବନ୍ଧିତ ରୋଗ ଅଛି ସେମାନେ ବାମ ପଟ ମାଡି ଶୋଇବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।