ପର୍ସରେ ଏହିସବୁ ଜିନିଷ ରଖୁଛନ୍ତି କି ? ଦେଖୁ ଦେଖୁ ହୋଇଯିବେ କାଙ୍ଗାଳ, ଜାଣନ୍ତୁ Astrologer Pragyan Tripathy ଙ୍କ ଠାରୁ ପର୍ସରେ କଣ ରଖିବେ ଓ କଣ ରଖିବେନି

ପୁଅ ଓ ଝିଅ ଉଭୟ ମନିପର୍ସ ବ୍ୟବହାର କରିଥାନ୍ତି । ପୁଅଙ୍କ ପର୍ସ ଝିଅଙ୍କ ଅପେକ୍ଷା ଛୋଟ ହୋଇଥିବା ବେଳେ ଝିଅ ମାନଙ୍କର ନାନା ଭେରାଇଟିର ପର୍ସ ରହିଛି । ପୁଅ ଓ ଝିଅ ଉଭୟ ପର୍ସରେ ଟଙ୍କା ବ୍ଯତୀତ ଆହୁରି ଅନେକ ଜରୁରୀ ଜିନିଷ ରଖିଥାଉ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହା ପର୍ସରେ ରଖିବା ଦ୍ଵାରା ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି ଫଳରେ ପାଖରେ ଟଙ୍କା ରୁହେନାହିଁ । ପର୍ସରୁ ସବୁବେଳେ ଟଙ୍କା ଖର୍ଚ୍ଚ ହୋଇଯାଏ ଓ ତାହା ଜଣାପଡେନି ।

ତେବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ପର୍ସରେ କଣ ରଖିବା ଉଚିତ ଏବଂ କଣ ରଖିବା ଅନୁଚିତ । ଅନେକ ଲୋକ ପର୍ସରେ ଭଗବାନଙ୍କ ଫଟୋ ରଖିବାକୁ ଭଲ ପାଆନ୍ତି । ଆଉ କେହି କେହି କେଉଁ ହୋଟେଲରେ ଖାଇଥିବା ସମୟର ବିଲ୍ କିମ୍ବା ସପିଙ୍ଗ ବେଳର ବିଲ ଆଡିକୁ ଅନେକ ଦିନ ଧରି ପର୍ସରେ ପୁରେଇକି ରଖିଥାନ୍ତି । ATM ରୁ ବାହାରୁଥିବା ରସିଦକୁ ମଧ୍ୟ ଅନେକ ଲୋକ ପର୍ସରେ ରଖନ୍ତି ଓ ପରେ ତାକୁ କାଢିବାକୁ ଭୁଲିଯାନ୍ତି ।

ସେମିତି ଅନେକ ଦିନ ଧରି ଅନ୍ୟ କାହାର ଭିଜିଟିଂ କାର୍ଡ ପର୍ସରେ ପଡି ରହିଥାଏ । ତାକୁ ନା ଫୋନ କରିଥାଉ ନା କୌଣସି କାର୍ଯ୍ୟରେ ତାଉଆ ତଥାପି ତାହା ପର୍ସରେ ପଡି ରହିଥାଏ । ଏହାସହ କଏନ ଗୁଡିକୁ ମଧ୍ୟ ପର୍ସ ଭିତରେ ଜମେଇ ରଖିଥାଉ । କଏନ ଚୁମ୍ବକ ଦ୍ଵାରା ଆକର୍ଷିତ ହୋଇଯାଏ, ଅର୍ଥାତ ସେଥିରେ ଲୌହ ରହିଛି । ଆଉ ଲୁହା ଶନିଙ୍କୁ ବୁଝାଇ ।

ଲୁହା କଳଙ୍କି ଲାଗେ ଓ ଜିନିଷକୁ ଭାଙ୍ଗି ଦିଏ । ଏସବୁ ଜିନିଷ ରଖିବା ଦ୍ଵାରା ଆପଣଙ୍କ ପର୍ସରେ କେବେବି ଅର୍ଥ ସ୍ଥାୟୀ ଭାବେ ରହିବ ନାହିଁ । ଅନେକ ସମୟରେ ଖାଦ୍ଯ ବା ଚକୋଲେଟ ଜରି ଆମେ ପର୍ସ ଭିତରେ ଅନେକ ଦିନ ଧରି ରଖିଥାଉ । ଏହା ଯୋଗୁଁ ପର୍ସରେ ପିମ୍ପୁଡି ମଧ୍ୟ ଲାଗିଯାଏ । ତେଣୁ ଖାଦ୍ଯ କିମ୍ବା ଚକୋଲେଟ ଜରି ମଧ୍ୟ କେବେବି ପର୍ସ ଭିତରେ ରଖିବା ଉଚିତ ନୁହେଁ । ମା ଲକ୍ଷ୍ମୀଙ୍କୁ ଲାଲ ରଙ୍ଗ ସବୁଠୁ ଅଧିକ ପସନ୍ଦ ।

ତେଣୁ ପର୍ସ ଭିତରକୁ ଏକଦମ କଳା ରଖିବେନି । ଲାଲ ରଙ୍ଗ ଊର୍ଜା ପ୍ରତୀକ । କିନ୍ତୁ କଳା ରଙ୍ଗ ସବୁକିଛି ଲୁଚାଇ ଦିଏ । ତେଣୁ ଆପଣ ଲାଲ ରଙ୍ଗର ପର୍ସ ବ୍ୟବହାର କରନ୍ତୁ । ବାହାର ପଛେ ଯେକୌଣସି ରଙ୍ଗ ହୋଇଥାଇ କିନ୍ତୁ ପର୍ସର ଭିତର ଭାଗ ଲାଲ ହୋଇଥିଲେ ଭଲ ହୋଇଥାଏ ।

ପର୍ସ ଭିତରେ ଥିବା ସବୁ ପ୍ରକାର ବିଲ୍, ଭିଜିଟିଂ କାର୍ଡ ଓ ଖାଇବା ଜିନିଷ ଆଦି ଯାହାବି ର୍କହିଛନ୍ତି କାଢିଛନ୍ତି ଏବଂ ଭଗବାନଙ୍କ ଫଟୋ ମଧ୍ୟ କାଢି ଦେବେ । ଆପଣ ଚାହିଁଲେ ଶୁକ୍ରବାର ଦିନ ଗୋଟିଏ ହଳଦୀ କଉଡି ଓ ଗୋମତୀ ଚକ୍ରକୁ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଏକ ଲାଲ କପଡାରେ ବାନ୍ଧି ପର୍ସରେ ରଖିପାରିବେ ।

ଭଗବାନଙ୍କ ଫଟୋ ପର୍ସରେ ରଖି ଆମେ ପାଇଖାନା ଭଳି ଅଶୌଚ ଥାନାକୁ ଚାଲିଯାଉ । ଫଳରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି । ଏହିସବୁ ନିୟମ ମାନି ଦେଖନ୍ତୁ ଆପଣଙ୍କ ପର୍ସରେ ଟଙ୍କା ରହିବ ଏବଂ କୌଣସି ଅଯଥା ଖର୍ଚ୍ଚ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।