ନମସ୍କାର ବନ୍ଧୁଗଣ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗାଁ ଗାଁ ରେ ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟ ରେ ଗୁଆ ଓ ଚାଉଳ ଦେବାକୁ ଅନୁରୋଧ ଦେବାକୁ କହିଥିଲେ ରାଜ୍ୟ ସରକାର ଆଉ କହିଥିଲେ ସବୁ ଜିନିଷ ଶ୍ରୀ ମନ୍ଦିରକୁ ପଠାଯିବ । କିନ୍ତୁ କେଉଁଠି ପଂଚାୟତ ଅଫିସ ତ ଆଉ କେଉଁଠି ଗାଁ ମନ୍ଦିରରେ ରହିଛି ଭକ୍ତ ଙ୍କ ଚାଉଳ । ତେବେ ରାୟଗଡା ଜିଲ୍ଲା କଲ୍ୟାଣପୁର ପଞ୍ଚୟାତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ତେବେ କାହିଁକି ଅର୍ପଣ ରଥର ଚାଉଳ ପୁରୀ ପଠାଯାଇ ନାହିଁ ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନିଜେ ସରପଞ୍ଚ । ଏପରି ଆଉ ଏକ ଦ୍ରୁଶ୍ଯ ନବରଙ୍ଗପୁର ବ୍ଲକ ଭକ୍ତରାଶିଉନି ଶିବ ମନ୍ଦିର ରେ ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ଭକ୍ତଙ୍କ ଠାରୁ ଆଦାୟ ହୋଇଥିବା 30 କୁଇଣ୍ଟାଲ ଚାଉଳ ଓ 21 କେଜି ଗୁଆ ସହ ଦକ୍ଷିଣ ବାବଦରେ ଆଦାୟ ହୋଇଛି 1 ଲକ୍ଷ 7 ହଜାର 835 ଟଙ୍କା । ସ୍ଥାନୀୟ ବାସିନ୍ଦା ଏ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଡିଓ କହିଛନ୍ତି ଏ ସବୁ କୁ ବହୁତ ଜଲ୍ଦି ପୁରୀ ପଠା ଯିବାର ବ୍ୟବସ୍ଥା ହେବ ।
ଗଞ୍ଜାମ ର ଖଲିକୋଟ ଓ ପୋଲସରା ଏବଂ ମାଲକାନାଗିରି ର ଜଗନ୍ନାଥ ମନ୍ଦିର ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ପରିକ୍ରମା ପ୍ରକଳ୍ପ ର ପ୍ରଚାର ପ୍ରସାର ଓ ଏହା ସହ ଲୋକଙ୍କୁ ଯୋଡିବାକୁ ପ୍ରତି ଘରୁ ଗୁକା ଓ ଚାଉଳ ଦାନ କରିବାକୁ ରାଜ୍ୟ ସରକାର ନିବେଦନ କରିଥିଲେ । ଏଥିପାଇଁ ପଞ୍ଚାୟତ ପିଛା 2 ଲକ୍ଷ ଟଙ୍କା, ଏନଏସିରେ ୱାର୍ଡ ପିଛା 3 ଲକ୍ଷ ଟଙ୍କା, ପୌରପାଳିକା ରେ ୱାର୍ଡ ପିଛା 5 ଲକ୍ଷ ଟଙ୍କା, ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ବାବଦ କୁ 135 କୋଟି 88 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ କ୍ଯାବିନେଟ ରେ ନିସ୍ପତି ନେଇଥିଲେ ରାଜ୍ୟ ସରକାର ।
ଅର୍ପଣ ରଥ ବୁଲିଲା ସତ କିନ୍ତୁ ଚାଉଳ ଗୁଆ କୁଆଡେ ଗଲା ବୋଲି କହି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପୂର୍ବରୁ ପରିକ୍ରମା ପ୍ରକଳ୍ପ କୁ ନେଇ ପୁରୀ ର ଗଜପତି କହିଥିଲେ ଯେ ଏହା ଏକ ପ୍ରଚାର ର ଯାତ୍ରା ଓ ସରକାରଙ୍କ ସ୍ତରରେ ତାହା କର ଯାଉଛି । ଏଥିରେ ଶ୍ରୀ ମନ୍ଦିର ପରିଚାଳନା କମିଟି ସଂଶ୍ଳିଟ ନାହିଁ । ଅର୍ପଣ ରଥରେ ନବୀନ ଓ ପାଣ୍ଡିଆନ ଙ୍କ ଫୋଟୋ କୁ ନେଇ ରାଜ୍ୟ ତମାମ ବିରୋଧ ଦେଖିବାକୁ ମିଳିଥିଲା ।
ଆଉ ଏବେ ପୁଣି ଭକ୍ତଙ୍କ ଚାଉଳ ଓ ଗୁଆ କୁ ନେଇ ସାଧାରଣରେ ଅସନ୍ତୋଷ ଜାହିର ହୋଇଛି ଯାହା ସରକାରଙ୍କ ପାଇଁ ଅସୁବିଧାର କାରଣ ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।