Pupinder & Rupinder Exclusive: ପତ୍ନୀ Rupinder ଙ୍କୁ ଏମିତି ପଟେଇଥିଲେ ଓଲିଉଡର ଜଗୁ ଅଟୋବାଲା, ଖୋଲଦେଲେ ସବୁ ରାଜ୍, ହସି ହସି ଗଡିବେ, ଦେଖନ୍ତୁ video

ପୁପିନ୍ଦର ସିଂ ଓଲିଉଡ ଇଣ୍ଡଷ୍ଟ୍ରିର ବେଶ ଜଣାଶୁଣା ନାମ ଓ ଚେହେରା । ଓଡିଆ ଫିଲ୍ମ “ତୋ ବିନା ଭଲ ଲାଗେନା” ରୁ ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଥିବା ପୁପିନ୍ଦର ତାଙ୍କ ମଜାଳିଆ ଅନ୍ଦାଜରେ କଥାବାର୍ତ୍ତା ତଥା କମେଡି ପାଇଁ ବେଶ ଲୋକପ୍ରିୟ । ପୁପିନ୍ଦର ଶୁଭବିବାହ, ଥୁକୁଲ, ସମୟ ବଡ ବଳବାନ ଏଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ପୁପିନ୍ଦର ଅଭିନୟ ସହ ଫିଲ୍ମ ପ୍ରଯୋଜନା ମଧ୍ୟ କରିଛନ୍ତି ।

ଶୁଭାବିବାହ, କିଛି ଖଟା କିଛି ମିଠା, ଜଗୁ ଅଟୋବାଲା, ଡାହା ବାଳୁଙ୍ଗା ଓ ସମୟ ବଡ ବଳବାନ ଭଳି ଫିଲ୍ମ ପୁପିନ୍ଦର ପ୍ରଯୋଜନା କରିଛନ୍ତି । ଫିଲ୍ମ ସହ ଧାରାବାହିକ ଏବଂ ଆଲବମରେ ମଧ୍ୟ କାମ କରିଛନ୍ତି ପୁପିନ୍ଦର । ଏହାସହ ସେ ଜଣେ ବହୁତ ଭଲ ଷ୍ଟେଜ ହୋଜ୍ ବା ଆଙ୍କର୍ । ତେବେ ପୁପିନ୍ଦର ଫିଲ୍ମ ଲାଇଫ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ରୁପିନ୍ଦର କୌରଙ୍କୁ ପ୍ରେମ ବିବାହ କରିଛନ୍ତି ପୁପିନ୍ଦର । ତେବେ ରୁପିନ୍ଦରଙ୍କ ସହ ତାଙ୍କର ପ୍ରେମ କାହାଣୀ ବେଶ ନିଆରା ।

ବିବାହର ଦୀର୍ଘ ବର୍ଷ ପରେ ନିଜ ପ୍ରେମ ବିବାହର ରାଜ୍ ଖୋଲିଛନ୍ତି ପୁପିନ୍ଦର । ଆପଣଙ୍କର ମନେଥିବ ଜି-ମେଲ ତଥା ଇ-ମେଲ ଆସିବା ପୂର୍ବରୁ ଅରକୁଟ (orkut) ଚାଲିଥିଲା । ଯେଉଁଥିରେ ନିଜର ପ୍ରୋଫାଇଲ ବନେଇବା ସହ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଏବଂ ମେସେଜ ଆଦି ପଠାଇ ହେଉଥିଲା । ସେହି ସମୟରେ ପୁପିନ୍ଦର ମଧ୍ୟ ଅରକୁଟ ବ୍ୟବହାର କରୁଥିଲେ । ହଠାତ ଦିନେ ପତ୍ନୀ ରୁପିନ୍ଦରଙ୍କ ପ୍ରୋଫାଇଲ ତାଙ୍କ ଆଖିରେ ପଡିଥିଲା ।

ନିଜ ନାମ ସହ ସାମଞ୍ଜସ୍ଯ ଥିବାରୁ ନାଁଟି ତାଙ୍କୁ ବେଶ ଆକର୍ଷିତ କରିଥିଲା । ରୁପିନ୍ଦରଙ୍କ ପ୍ରୋଫାଇଲରେ ଥିବା ଫଟୋଟି ମଧ୍ୟ ବେଶ ସୁନ୍ଦର ଥିଲା । ରୁପିନ୍ଦର ଏକ ହଳଦୀ ରଙ୍ଗର ଡ୍ରେସ ପିନ୍ଧିଥିଲେ ଓ ପୁପିନ୍ଦରଙ୍କୁ ଏହା ବେଶ ଭଲ ଲାଗିଥିଲା । ତେଣୁ ରୁପିନ୍ଦରଙ୍କୁ ମେସେଜ ପଠାଇଥିଲେ । ଦୁଇ ତିନିଥର ମେସେଜ କରିବା ପରେ ରୁପିନ୍ଦର ଜବାବ ଦେଇଥିଲେ କି, ଅରକୁଟ କେବଳ ତାଙ୍କର ଫ୍ୟାମିଲି ମେମ୍ବରଙ୍କ ପାଇଁ ଖୋଲିଛନ୍ତି ବୋଲି । ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ କଥା ବଢିଲା ଓ ଘନିଷ୍ଠତା ମଧ୍ୟ ବଢିଲା ।

ଶେଷରେ ନମ୍ବର ମଧ୍ୟ ଦିଆନିଆ ହେଲେ ଓ ଘରଲୋକଙ୍କୁ ନଜଣାଇ ପରସ୍ପରକୁ ଭେଟିଥିଲେ ମଧ୍ୟ । ଏହାପରେ ଘରେ ଜଣାଇ ପରିବାରର ସହମତିରେ ଉଭୟ ବିବାହ କରିଥିଲେ । ଆଜି ବି ସେମାନଙ୍କ ମଧ୍ୟରେ ଯେଉଁ ଅଜସ୍ର ଓ ଅତୁଟ ଭଲପାଇବା ଅଛି ଏହା ଦୁହିଁଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।