20 ବର୍ଷ ର ପୁଅ ଥାଇ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ରାଜ୍ୟର ଏହି ମନ୍ତ୍ରୀ, ବିବାହକୁ ନେଇ ଜୋର ଧରିଲାଣି ଚର୍ଚ୍ଚା !

ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର । ପୁରୀରେ ଏହି ବାହାଘର ହେବାକୁ ଥିବାବେଳେ ଆସନ୍ତା 25 ତାରିଖରେ ପଡିବ ହାତଗଣ୍ଠି । ଆଜ୍ଞା ହଁ, ପୁଣି ଥରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ରାଜ୍ୟର ଏହି ଚର୍ଚ୍ଚିତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର । ପୁରୀର ଏକ ରିସୋର୍ଟରେ ଆସନ୍ତା ଫେବୃୟାରୀ 25 ତାରିଖରେ ଖୁବ ନିରାଡମ୍ବର ଭାବେ ତାଙ୍କର ବିବାହ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

ହେଲେ ବାହାଘରରେ କିଛି ପରିବାର ସଦସ୍ୟଙ୍କ ସହ ଅଳ୍ପ କିଛି ନିକଟ ସମ୍ପର୍କୀୟ ଓ ବନ୍ଧୁ ଉପସ୍ଥିତ ରହିବେ । ସୋସିଆଲ ମିଡିଆରେ ଦିବ୍ୟଶଙ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ମନ୍ତ୍ରୀ ନିଜେ ମଧ୍ୟ ଏକଥାକୁ ସ୍ଵୀକାର କରି ସାରିଛନ୍ତି । ସେ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ ଅନ୍ତର୍ଗତ ଗୋଳାମୁଣ୍ଡା ବ୍ଲକର ଦେଓପଟ ଗାଁର ଜଣେ ଯୁବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଉକ୍ତ ଯୁବତୀ ଜଣକ ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି ଏବଂ ଖାସ କଥା ହେଲା ସେ ଦିବ୍ୟଶଙ୍କରଙ୍କ ଠାରୁ ପ୍ରାୟ 20 ବର୍ଷ ସାନ ହେବେ ବୋଲି କୁହାଯାଉଛି । ଗତ ଦୁଇଦିନ ହେବ ରାଜ୍ୟର ଦୁଇ ଜିଲ୍ଲାପାଳଙ୍କ ବିବାହ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହି ରାଜନେତାଙ୍କ ଦ୍ଵିତୀୟ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଲାଣି । ତେବେ ଉଭୟ ଦିବ୍ୟଶଙ୍କର ଓ ଉକ୍ତ ଯୁବତୀ ଜଣକ ପୂର୍ବରୁ ବିବାହିତା ଥିବାବେଳେ ଏହା ଉଭୟଙ୍କର ଦ୍ଵିତୀୟ ବିବାହ ହେବାକୁ ଯାଉଛି ବୋଲି କୁହାଯାଉଛି ।

ପ୍ରାୟ 10 ବର୍ଷ ତଳେ ଦିବ୍ୟଶଙ୍କର ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ଓ ତାଙ୍କ ପ୍ରଥମ ପତ୍ନୀ ମଧ୍ୟ ଅନ୍ୟତ୍ର ବିବାହ କରି ସାରିଛନ୍ତି । ତେବେ ଉଭୟଙ୍କର 20 ବର୍ଷ ବୟସର ଏକ ପୁଅ ଥିବା ଜଣାପଡିଛି । ସେହିଭଳି ଦିବ୍ୟଶଙ୍କର ବିବାହ କରିବାକୁ ଯାଉଥିବା ଯୁବତୀଙ୍କର ମଧ୍ୟ ବିବାହ ସରିଥିବା ବେଳେ ତାଙ୍କର ମଧ୍ୟ କୌଣସି କାରଣରୁ ଛାଡପତ୍ର ହୋଇସାରିଛି । ମ-ମି-ତା ମେହେର ହ-ତ୍ୟା-କା-ଣ୍ଡ-କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ଦିବ୍ୟଶଙ୍କର ।

ଏଭଳି ଘଟଣା ଯୋଗୁଁ ତାଙ୍କ ମନ୍ତ୍ରୀ ପଦ ଚାଲିଯିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ସେ ପୁଣି ଥରେ ବିବାହ କରିବାକୁ ଯାଉଥିବାରୁ ତାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।