କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଠାରେ କେଉଁ ଲକ୍ଷଣ ରହିଥାଏ ? ଜ୍ଯୋତିଷ ଅନୁସାରେ ଜାଣନ୍ତୁ କେତେକ ଭୟଙ୍କର କଥା (Astrology)

ଜ୍ଯୋତିଷ ଅନୁସାରେ ଯେପରି ରାଶି, ଗ୍ରହ ଓ ନକ୍ଷତ୍ର ଦେଖି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ଓ ସ୍ଵଭାବ ଜାଣି ହୁଏ ସେହିଭଳି ତାଙ୍କ ଜନ୍ମ ବାରରୁ ମଧ୍ୟ ଲକ୍ଷଣ ବିଷୟରେ ଜାଣି ହୁଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ବାର ମାନଙ୍କର ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଲକ୍ଷଣ କିପରି ହୋଇଥାଏ ତାହା ଆଜି ଆମେ ଜାଣିବା । ଅର୍ଥାତ କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଠାରେ କେଉଁ ସବୁ ଲକ୍ଷଣ ଦେଖିବାକୁ ମିଳେ ଆସନ୍ତୁ ଜାଣିବା ।

ଶାସ୍ତ୍ର ଅନୁସାରେ ସାତ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ, ଚାଲିଚଳନ, ବିଦ୍ୟା ଓ ବୁଦ୍ଧି ଭିନ୍ନ ଭିନ୍ନ ହୋଇଥାଏ । ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସ୍ବଭାବରେ ଅଭିମାନୀ, କ୍ରୋଧୀ, କାମାତୁର, ରୀତିକ୍ରମରେ ପାରଙ୍ଗମ, ମିଷ୍ଟାଭାଷୀ, ଭ୍ରମଣ ପ୍ରିୟ, ଧାର୍ମିକ ଓ ଭକ୍ତିଗତ ହୋଇଥାନ୍ତି । ସୋମବାରରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ବଭାବରେ ସାମାନ୍ଯ ଅଳସୁଆ ହୋଇଥାନ୍ତି ।

ଏହାସହ ସେମାନେ ଧୀର ନୀତି, ପ୍ରିୟ ଭାଷୀ, ଭୋଗବିଳାସୀ ପୂର୍ଣ୍ଣ, ପ୍ରୀତି କାର୍ଯ୍ୟରେ ଉତ୍ତେଜିତ, ସ୍ତ୍ରୀ କୁ ସୁଖ ପ୍ରଦାନକାରୀ, ନ୍ୟାୟ ପରାୟଣ, ଶାନ୍ତ, ସରଳ ଓ ଧାର୍ମିକ ସ୍ଵଭାବର ହୋଇଥାନ୍ତି । ସେହିପରି ମଙ୍ଗଳବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ସାହାସୀ ଓ ଚଞ୍ଚଳମତି ହୋଇଥାଏ । ଏହାସହ ଏମାନେ ଶତ୍ରୁ ବିରୋଧୀ, କ୍ଷଣକୋପୀ, ବୁଦ୍ଧିମନ୍ତ, ବିଦ୍ୟାପ୍ରବୀଣ, କାର୍ଯ୍ୟ କରିବାରେ କୌଶଳ, ରୀତି ସୁଖରେ ସୁଖୀ ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।

ବୁଧବାରରେ ଜନ୍ମିତ ବ୍ୟକ୍ତି ଗଭୀର ଚିନ୍ତାମଗ୍ନ, ନ୍ୟାୟାଧୀଶ, ସର୍ବଗୁଣୀ ସମ୍ପନ୍ନ, ଅତି ଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗ ବିଳାସ ପ୍ରିୟ ଏବଂ କୂଟନୀତିରେ ପାରଙ୍ଗମ ସ୍ଵଭାବ ଯୁକ୍ତ ହୋଇଥାନ୍ତି । ଯେଉଁମାନେ ଗୁରୁବାରରେ ଜନ୍ମ ହୋଇଥାନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାନ୍ତି ।

ଏହି ଲୋକମାନେ ବିଦ୍ୟା ଓ ବୁଦ୍ଧିରେ ବିଚକ୍ଷଣ, ଶାସ୍ତ୍ର ଧର୍ମରେ ପାରଙ୍ଗମ, ଜ୍ଞାନୀ, ଧନୀଶୀଳ, କୋମଳ, ଚୁତର, ଦୟାଳୁ, ଉଚ୍ଚ ଆକାଂକ୍ଷାବାଦୀ, ଧାର୍ମିକ ଏବଂ ଗୁଣୀ ସ୍ଵଭାବର ହୋଇଥାନ୍ତି । ଶୁକ୍ରବାରରେ ଜନ୍ମ ହୋଇଥିବା ବ୍ୟକ୍ତି ନୀତି ନିୟମ ପରାୟଣ, କଠୋର, ପରୋପକାରୀ, ଭ୍ରମଣ ପ୍ରିୟ, କାମାଭିଳାଷୀ, ନେତୃତ୍ଵବାଦୀ, ଶାନ୍ତ, ଆକର୍ଷିତ, ସଚ୍ଚୋଟ ଓ ନ୍ୟାୟବାଦୀ ସ୍ଵଭାବର ହୋଇଥାନ୍ତି ।

ଶନିବାରରେ ଜନ୍ମ ହୋଇଥିବା କ୍ଷଣକୋପୀ, ଚଞ୍ଚଳମତି ଓ ବହୁ ଗୁଣର ଅଧିକାରୀ ହୋଇଥାନ୍ତି । ଏହାସହ ଏମାନେ ପରଧନ ଲୋଭୀ ଓ କାମସୀ ବିଦ୍ୟାରେ ମଧ୍ୟ ପ୍ରବୀଣ ହୋଇଥାନ୍ତି । ଏହି ଲୋକମାନେ ଯଶସ୍ଵୀ, ଭୋଗବିଳାସୀ, ଚତୁର, ତୀକ୍ଷଣ ବୁଦ୍ଧିଯୁକ୍ତ ଓ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।

ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ଏହିସବୁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଥରେ ଏହିସବୁ ସ୍କଭାବ ଦେଖିବାକୁ ମିଳେ । ଏହିସବୁ ଲକ୍ଷଣରୁ ମଧ୍ୟ ଯେକେହି ଅନୁମାନ କରିପାରିବେ ଯେ ବ୍ୟକ୍ତି କେଉଁ ବାରରେ ଜନ୍ମ ହୋଇଥିବେ । ତେବେ ଆପଣ କେଉଁ ବାରରେ ଜନ୍ମ ହୋଇଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।