ପୁଣି ଥରେ ନିଜ ଇନଷ୍ଟାଗ୍ରାମ ରିଲ୍ସରେ ନିଆଁ ଲଗାଇଲେ Prakruti Mishra, ବନେଇଲେ ଏମିତି ହଟ ଭିଡିଓ କି ଏବେ ହେଉଛନ୍ତି ଭାଇରାଲ, ଦେଖନ୍ତୁ video

ଆଜି ଆମେ ଆପଣଙ୍କୁ ଚର୍ଚ୍ଚିତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ଏକ ହଟ୍ ଅବତାର ଦେଖାଇବାକୁ ଯାଉଛୁ । ପ୍ରକୃତିଙ୍କର ଏହି ଭିଡିଓ ଆପଣଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିବ । ସବୁବେଳେ ନିଜ ଚୁଲବୁଲି ଓ ବୋଲ୍ଡ ଅନ୍ଦାଜ ପାଇଁ ପରିଚିତ ପ୍ରକୃତି ମିଶ୍ରଙ୍କ ହଟ୍ ଡ୍ୟାନ୍ସ ପୁଣି ଥରେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ‘ଟିପ୍ ଟିପ୍ ବରଷା ପାନୀ’ ଗୀତରେ ହଟ୍ ଆଣ୍ଡ ସିଜଲି॰ ଡ୍ୟାନ୍ସ କରି ଚର୍ଚ୍ଚାରେ ରହିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ।

ତେବେ ବର୍ତ୍ତମାନ ପୁଣି ଥରେ ସେ ଇନଷ୍ଟାଗ୍ରାମରେ ନିଆଁ ଲଗାଇ ଦେଇଛନ୍ତି । ଏହି ଭିଡିଓରେ ଆପଣ ପ୍ରକୃତିଙ୍କର ସେହି ଇନଷ୍ଟାଗ୍ରାମ ରିଲ୍ ଦେଖି ପାରୁଥିବେ । ନିଜ ରିଲ୍ ଜରିଆରେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କର ଶରୀରର ତାପମାତ୍ରା ବଢାଇ ଦେଉଛନ୍ତି ପ୍ରକୃତି । ଏଥର କିନ୍ତୁ ପ୍ରକୃତି ଏକ ପଞ୍ଜାବୀ ଗୀତରେ ନାଚିଛନ୍ତି । ୨୦୧୮ରେ ରିଲିଜ ହୋଇଥିବା ପାଭ ଧରିଆଙ୍କ ଗୀତ ‘ନାଜା ନାଜା’ ରେ ପ୍ରକୃତି ଡ୍ୟାନ୍ସ କରି ନିଆଁ ଲଗାଇଛନ୍ତି ।

ୱେଷ୍ଟର୍ଣ୍ଣ ଷ୍ଟାଇଲର ଏକ ପୋଷାକ ପିନ୍ଧି ପ୍ରକୃତି ନିଜ ହଟ୍ ଅବତାର ଦେଖାଇଛନ୍ତି । ଏବେ ପର୍ଯ୍ୟନ୍ତ ପ୍ରାୟ ୬୦ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରକୃତି ଙ୍କର ଏହି ରିଲ୍ କୁ ଦେଖି ସାରିଲେଣି । ମ୍ୟୁଜିକ ଡାଇରେକ୍ଟର ମନ୍ମଥ ମିଶ୍ର ଓ ସମ୍ବାଦ ପାଠିକା କୃଷ୍ଣପ୍ରିୟା ମିଶ୍ରଙ୍କର ଅଲିଅଳି ଝିଅ ହେଉଛନ୍ତି ପ୍ରକୃତି । ଛୋଟ ବେଳୁ ସେ ସଙ୍ଗୀତ ଏବଂ ନୃତ୍ୟ ପ୍ରତି ବିଶେଷ ରୁଚି ରଖିଛନ୍ତି । ପ୍ରକୃତି ଜଣେ ଭଲ ଓଡିଶୀ ଡ୍ୟାନ୍ସର ମଧ୍ୟ ।

ସେ ଛୋଟ ବେଳୁ କିଛି ଓଡିଆ ଧାରାବାହିକ ଓ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ କିଛି ଓଡିଆ ଫିଲ୍ମରେ ସେ ମୁଖ୍ୟ ନାୟିକା ଭାବେ ମଧ୍ୟ ଅଭିନୟ କରି ସାରିଛନ୍ତି । ପ୍ରକୃତି ଓଡିଆ ସହ ହିନ୍ଦୀ ଟେଲିଭିଜନରେ ମଧ୍ୟ ନିଜ କାମ ପାଇଁ ଖୁବ୍ ପରିଚିତ । ‘ହେଲୋ ଅର୍ଶୀ’ ପାଇଁ ପ୍ରକୃତିଙ୍କୁ ନ୍ୟାସନାଲ ଟେଲିଭିଜନ ଆୱାର୍ଡ ମଧ୍ୟ ମିଳିଥିଲା । ନିକଟରେ ତାଙ୍କୁ ହିନ୍ଦୀ ସିରିଏଲ ‘ଜୟ କହ୍ନେୟା ଲାଲ କି’ ଓ ‘ବେଟି ବିଜନେସ ବାଲି’ ରେ ମଧ୍ୟ ଶାନଦାର ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା ।

ପ୍ରକୃତି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି ଓ ସବୁବେଳେ ଫଟୋ ଏବଂ ରିଲ୍ ପୋଷ୍ଟ କରି ନିଜ ପ୍ରଶଂସକ ମାନଙ୍କୁ ଖୁସି କରନ୍ତି । ବର୍ତ୍ତମାନ ପ୍ରକୃତିଙ୍କ ଏହି ନୂଆ ନୂଆ ରିଲ୍ ଆସିବା ପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।