ଭାଇରାଲ ହେବାରେ ଲାଗିଛି ମା କାଳୀଙ୍କ ଆଧାରକାର୍ଡ ! ଦେଖନ୍ତୁ କିଏ ଓ କ’ଣ ପାଇଁ ତିଆରି କଲେ ଦେବୀ ମା’ଙ୍କ ପରିଚୟ ପତ୍ର ?

ଆପଣଙ୍କୁ କେହି ପରିଚୟ ପତ୍ର ମାଗିଲେ ଆପଣ ସିଧା ଆଧାରକାର୍ଡ ଦେଖାଇ ଦେଉଥିବେ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଏବେ ଭଗବାନଙ୍କର ମଧ୍ୟ ଆଧାରକାର୍ଡ ବାହାରି ଗଲାଣି । ଯେଉଁତିରେ ବାପା ଓ ସ୍ଵାମୀଙ୍କ ନାଁ ସହ ଭଗବାନଙ୍କ ଠିକଣା ମଧ୍ୟ ରହିଛି । ଆପଣ ଏବେ ଚିନ୍ତାରେ ପଡିଯିବେଣି । କିନ୍ତୁ ଏଭଳି ଏକ ଆଧାରକାର୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିଏ ଓ କ’ଣ ପାଇଁ ବନାଇଲା ଏହି ଆଧାରକାର୍ଡ ।

ଚଳିତ ବର୍ଷ କିଛି ଦିନ ପୂର୍ବରୁ ମା କାଳୀଙ୍କ ପୂଜା ସରିଛି । ହେଲେ ଏଥର ମା’ଙ୍କ ମୂର୍ତ୍ତି ବଦଳରେ ଆଧାରକାର୍ଡକୁ ପୂଜା କରାଯାଇଛି । ଯାହା ଖୁବ୍ ଚର୍ଚ୍ଚାର ବିଷୟ ଥିଲା । ଆଧାରକାର୍ଡ ସେ ପୁଣି ଭଗବାନଙ୍କର ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଧାରକାର୍ଡରେ ଲେଖାଥିଲା ନାମ ମା କାଳୀ, ପତିଙ୍କ ନାମମହାଦେବ, ଠିକଣା କୈଳାସ ପର୍ବତ, ଟପ୍ ଫ୍ଲୋର, ନିୟର ମାନସରୋବର ଲେକ୍, ପିନ୍ ୦୦୦୦୦୧ ।

କଲିକତାରେ ମା କାଳୀଙ୍କ ଆଧାରକାର୍ଡର ପୂଜା ହେବା ପରେ ଏହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଆଧାରକାର୍ଡରେ ମା କାଳୀଙ୍କ ଫଟୋ ମଧ୍ୟ ରହିଥିଲା । କିଛି ଦିନ ପର୍ଯ୍ୟନ୍ତ ଲୋକ ଦେଖିବା ପାଇଁ ଏହାକୁ ରଖା ଯାଇଥିଲା ମଧ୍ୟ । ଯାହା ଲୋକଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଏହାର ଫଟୋ ଖୁବ୍ ଭାଇରାଲ ହୋଇଛି ।

ତେବେ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ଆଧାରକାର୍ଡ ପ୍ରସ୍ତୁତ କରା ଯାଇଥିବା ପୂଜା ମଣ୍ଡପର ଆୟୋଜକ କହିଥିଲେ । ପ୍ରତିବର୍ଷ ପୂଜା ମଣ୍ଡପ ନୂଆ ନୂଆ ଥିମ୍ ରେ ପୂଜା କରିଥାଏ । ତେଣୁ ଏହା ମଧ୍ୟ ଏକ ଥିମ୍ ଥିଲା ବୋଲି ପୂଜା କମିଟି କହିଛି । ଯେହେତୁ ଏଥର ଆଧାରକାର୍ଡ ଅପଡେଟ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜନ ସାଧାରଣଙ୍କୁ କୁହା ଯାଉଥିଲା ।

ତେଣୁ ଏହି ପୂଜା ମଣ୍ଡପ ସେହି ଆଧାରକାର୍ଡ ଥିମ୍ ରେ ଲୋକଙ୍କୁ କିଛି ମେସେଜ ଦେବାକୁ ଚାହୁଁଥିଲେ । ସେଥିପାଇଁ ମା କାଳୀଙ୍କୁ ଆଧାରକାର୍ଡରେ ରଖି ସେହି ଥିମ୍ ରେ ପୂଜା କରା ଯାଇଥିଲା । ତେବେ ଆପଣଙ୍କୁ ମା କାଳୀଙ୍କ ଏହି ଆଧାରକାର୍ଡ ଥିମ୍ ବିଷୟରେ ଜାଣି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।