ଧୀରେ ଧୀରେ ଘନଉଛି ବାତ୍ୟା ବିପଦ ! ରାଜ୍ୟର ଏହି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା, ସତର୍କ ସୂଚନା ଜାରି

ଘନଉଛି ବାତ୍ୟା ଆଶଙ୍କା । ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ୪୮ ଘଣ୍ଟାରେ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହିପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଆଇଏମଡି ପକ୍ଷରୁ ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି କୁହାଯାଇ ନଥିଲେ ମଧ୍ୟ ବିଭିନ୍ନ ପାଣିପାଗ ସଂସ୍ଥାର ବିଭିନ୍ନ ମଡେଲ ଅନୁଯାୟୀ ଅବପାତ ପରେ ଏହା ସାମୁଦ୍ରିକ ଝଡରେ ପରିଣତ ହେବ ।

ତେବେ ମଡେଲ ଗୁଡିକରେ ଏହା ଅବପାତରେ ଘନୀଭୂତ ହେବା ଓ ଗତିପଥ ନେଇ ବଡ ଧରଣର ଭିନ୍ନତା ମଧ୍ୟ ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷ ସମ୍ଭାବନା ରହିଛି । ୪ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ବିଭିନ୍ନ ପାଣିପାଗ ସଂସ୍ଥା ବାତ୍ୟା ହେବା ନେଇ ଅନୁମାନ କରୁଛନ୍ତି ।

ୱିଣ୍ଡିର ଜିଏଫଏସ ମଡେଲ ଦର୍ଶାଉଛି ଆସନ୍ତା କାଲି ରାତିରୁ ସାମୁଦ୍ରିକ ଝଡ ଗଲ୍ଫ ଅଫ ଥାଇଲାଣ୍ଡ ଆଡକୁ ଗତି କରିବ । ସମ୍ଭାବ୍ୟ ସାମୁଦ୍ରିକ ଝଡ ଓଡିଶା ଉପକୂଳ ନିକଟ ଦେଇ ଗତି କରିପାରେ ଓ ବ୍ରହ୍ମପୁରରୁ ପୁରୀ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ । ଅନ୍ୟପଟେ ୱିଣ୍ଡିର ୟୁରୋପୀୟ ମଡେଲ ଦର୍ଶାଉଛି ଡିସେମ୍ବର ୧ ତାରିଖରେ ଲଘୁଚାପ ଏବଂ ୨ ତାରିଖରେ ଏହା ଅବପାତରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହୋଇ ବିଶାଖାପାଟନମରେ ପହଞ୍ଚିବ ।

ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଏବଂ ତୀବ୍ରତା ନେଇ ସଠିକ ସୂଚନା ମିଳିପାରିବ । ୬ ଦିନ ପୂର୍ବରୁ ବିଶିଷ୍ଟ ଜଳବାୟୁ ବିଜ୍ଞାନୀ ଜେସନ ନିକୋଲ୍ସ ତଥ୍ୟ ଦେଇଥିଲେ କି ଦକ୍ଷିଣ ଚୀନ ସାଗରରୁ ଏକ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଆଡକୁ ଗତି କରିବ । ବର୍ତ୍ତମାନ ଆଇଏମଡ଼ି ମଧ୍ୟ କହିଲାଣି ଏହା ଦକ୍ଷିଣ ଚୀନ ସାଗରରୁ ଥାଇଲାଣ୍ଡ ଦେଇ ଆରବ ସାଗରର ଦକ୍ଷିଣ ଭାଗ ବା ଆଣ୍ଡାମନ ନିକୋବରର ଦକ୍ଷିଣ ଭାଗରେ ଏହା ଲଘୁଚାପ ସୃଷ୍ଟି କରିବ ।

ଆଉ ଏହା ଓଡିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳର ଅତି ନିକଟତର ହୋଇ ଗତି କରିବ । ଜିଏଫଏସ ବା ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ଦ୍ଵାରା ଏହା ଅନୁମାନ କରାଯାଇଛି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି କହୁଛନ୍ତି ପାଣିପାଗ ବିଜ୍ଞାନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।