ଏହି ସ୍ୱାସ୍ଥ୍ୟ ସମସ୍ଯା ଥିଲେ ଫୁଲକୋବି ଖାଇବା ହୋଇପାରେ ବିପଦଜନକ ! ହୋଇ ପାରନ୍ତି ଅସୁସ୍ଥ, ଦେଖନ୍ତୁ କେଉଁମାନେ ଫୁଲକୋବି ଠାରୁ ଦୂରେଇ ରହିବେ ?

ଶୀତଦିନେ ଫୁଲକୋବି ପ୍ରଚୁର ମାତ୍ରେ ଉପଲବ୍ଧ ହୁଏ ଓ ବଜାରରେ ଶସ୍ତାରେ ମଧ୍ୟ ମିଳିଯାଏ । ଫୁଲକୋବି ପକୋଡା ଠାରୁ ଆରମ୍ଭ କରି ଏଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁଆଦିଆ ବ୍ୟଞ୍ଜନ ସମସ୍ତଙ୍କୁ ଖୁବ୍ ଭଲ ଲାଗେ । କିନ୍ତୁ ଆପଣ କଣ ଜାଣିଛନ୍ତି କି, କିଛି ଶା-ରୀ-ରି-କ ଅସୁସ୍ଥତା କ୍ଷେତ୍ରରେ ଫୁଲକୋବି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ ? ଆଜ୍ଞା ହଁ, ଫୁଲକୋବି ଖାଇବା ନିର୍ଦ୍ଦିଷ୍ଟ କିଛି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ବିପଦଜନକ ହୋଇପାରେ ।

ଫୁଲକୋବିରେ କ୍ୟାଲସିୟମ, ଫସଫରସ, ପ୍ରୋଟିନ, କାର୍ବୋ ହାଇଡ୍ରେଟ ଓ ଆଇରନ ପ୍ରଚୁର ମାତ୍ରାରେ ରହିଥାଏ । ଏହାସହ ଫୁଲକୋବିରେ ଭିଟାମିନ-ବି ଓ ସି ଏବଂ ଆଇରନର ମାତ୍ରା ମାତ୍ର ମଧ୍ୟ ଯଥେଷ୍ଟ ପରିମାଣରେ ଥାଏ । ତେଣୁ ଏହା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣଙ୍କୁ କିଛି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସମସ୍ଯା ରହିଛି ତେବେ ଆପଣ ଫୁଲକୋବି ନ ଖାଇବା ଉଚିତ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

ପ୍ରଥମରେ ହେଉଛି ଥାଇରଏଡ । ଆଜିକାଲି ଅଧିକାଂଶ ମହିଳାଙ୍କ ଠାରେ ଥାଇରଏଡ ସମସ୍ଯା ଦେଖାଯାଉଛି । ଚିକିତ୍ସା ବିଜ୍ଞାନୀଙ୍କ କହିବା ମୁତାବକ, ଥାଇରଏଡ ସମସ୍ଯା ଭୋଗୁଥିବା ବ୍ୟକ୍ତି ଏହାକୁ ଖାଇଲେ ଟି-୩ ଓ ଟି-୪ ହରମୋନର ମାତ୍ରା ବଢିଯାଏ । ଯାହାଫଳରେ ଥାଇରଏଡ ସମସ୍ଯା ଆହୁରି ଗୁରୁତର ହୋଇଥାଏ ।

ଦ୍ବିତୀୟରେ ହେଉଛି ଗଲ୍ ବ୍ଳାଡର କିମ୍ବା କିଡନୀରେ ପଥୁରି ରୋଗ ବା ଷ୍ଟୋନ ସମସ୍ଯା । ଯଦି ଆପଣଙ୍କୁ ଏଭଳି ସମସ୍ଯା ରହିଛି ତେବେ ଫୁଲକୋବି ଖାଇବା ଉଚିତ ନୁହେଁ । କାରଣ ସେଥିରେ ଥିବା କ୍ୟାଲସିୟମ ଏହି ରୋଗ ପାଇଁ କ୍ଷତିକାରକ ହୋଇପାରେ । ଏହା ବ୍ଯତୀତ ଯଦି ଆପଣଙ୍କ ଠାରେ ଆବଶ୍ୟକତା ଠାରୁ ଅଧିକ ୟୁରିକ ଏସିଡ ରହୁଛି ତେବେ ମଧ୍ୟ ଫୁଲକୋବି ଖାଇଲେ ଆପଣଙ୍କ ସମସ୍ଯା ବଢିପାରେ ।

ତୃତୀୟରେ ହେଉଛି ରକ୍ତଘନତା । କିଛି ବ୍ୟକ୍ତିଙ୍କ ଠାରେ ରକ୍ତ ଅତ୍ୟଧିକ ଗାଢ ହୋଇଯିବା ଭଳି ସମସ୍ଯା ଦେଖା ଦେଇଥାଏ । ଯେହେତୁ ଫୁଲକୋବିରେ ଅଧିକ ମାତ୍ରାରେ ପୋଟାସିୟମ ରହିଛି ତେଣୁ ରକ୍ତଘନତା ସମସ୍ଯା ଭୋଗୁଥିବା ବ୍ୟକ୍ତି ଏହାକୁ ଆଦୌ ଖାଆନ୍ତୁ ନାହିଁ ।

ଶେଷରେ ହେଉଛି ଗ୍ଯାସ ସମସ୍ଯା । ଗ୍ଯାସ ସମସ୍ଯା ଭୋଗୁଥିବା ବ୍ୟକ୍ତି ଫୁଲକୋବିକୁ ନିଜ ଖାଦ୍ଯ ସାରଣୀରୁ ଦୂରେଇ ରଖିବା ଉଚିତ । କାରଣ ଫୁଲକୋବିରେ ରେଫିନୋଜ ନାମକ ଏକ କାର୍ବୋ ହାଇଡ୍ରେଟ ରହିଥାଏ, ଯାହା ଗ୍ଯାସ ସମସ୍ଯା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ସମସ୍ଯା ସୃଷ୍ଟି କରେ । କହିବାକୁ ପେଟ ସମସ୍ଯା ଭୋଗୁଥିବା ଲୋକେ ଫୁଲକୋବି ଠାରୁ ସଂପୂର୍ଣ୍ଣ ଭାବେ ଦୂରେଇ ରହିବା ଭଲ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।