Special Story- Chinaରେ ପୁଣି ଥରେ ଭାଇରସ ଆତଙ୍କ, ସତର୍କ ବାଣୀ ଜାରି କଲା WHO, ଦେଖନ୍ତୁ କଣ କହୁଛନ୍ତି ବିଶେଷଜ୍ଞ !

ଚୀନରେ ପୁଣି ଥରେ ଖେଳୁଛି ଆ-ତ-ଙ୍କ । କିନ୍ତୁ ଏଥର କରୋନା ନୁହେଁ ବରଂ ବ୍ୟାପିଛି ଆଉ ଏକ ମ-ହା-ମା-ରୀ । ଆଉ ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଏହା ଦେଖି ଛାନିଆ ହୋଇଗଲେଣି ଚାଇନା ଲୋକେ । କଣ କରିବୀ ସେକଥା ଭାବି ନପାରି ତ୍ରାହି ତ୍ରାହି ଡାକ ଛାଡିଲେଣି । ଏମିତି ବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସ-ତ-ର୍କ ସୂଚନା ସାରା ଦେଶରେ ଆ-ତ-ଙ୍କ ଖେଳାଇ ଦେଇଛି । ତେବେ ଚାଲନ୍ତୁ ଜାଣିବା ଚୀନରେ ବ୍ୟାପୀ ଚାଲିଥିବା ଏହି ରୋଗ କଣ ଯାହାକୁ ନେଇ ଲୋକ ଏତେ ଭୟଗ୍ରସ୍ତ ହେଉଛନ୍ତି ।

କରୋନା ମ-ହା-ମା-ରୀ ସ-ଙ୍କ-ଟ ସଂପୂର୍ଣ୍ଣ ଭାବେ ନ ଯାଉଣୁ ସାରା ବିଶ୍ଵକୁ ଆଉ ଏକ ଚେତାବନୀ ଦେଲା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଚୀନରେ ବ୍ୟାପିବାକୁ ଲାଗିଛି ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟ H5N6 । କୁକୁଡାଙ୍କ ଶରୀରରେ ଦେଖା ଦେଉଥିବା ଏହି ଘା-ତ-କ ଭ୍ୟାରିଆଣ୍ଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହି ବାର୍ଡ ଫ୍ଲୁ ଜନିତ ମୃ-ତ୍ୟୁ ବର୍ତ୍ତମାନ ୫୦ ପ୍ରତିଶତରେ ପହଞ୍ଚିଛି । ଯାହାକି ଚିନ୍ତାଜନକ ବିଷୟ ପାଲଟିଛି । ତେଣୁ H5N6 ଭ୍ୟାରିଆଣ୍ଟକୁ ଟ୍ରାକ କରିବା ପାଇଁ ଚୀନକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ଏବେ ଚୀନରେ ବାର୍ଡ ଫ୍ଲୁ ପ୍ରାଭାବିତ ଅଞ୍ଚଳ ଗୁଡିକୁ ନଜରରେ ରଖିବାର ଆବଶ୍ୟକ ରହିଛି । ଏହାଦ୍ବାରା ସମ୍ଭାବ୍ୟ ବି-ପ-ଦ-କୁ ଟାଳି ଦିଆଯାଇ ପାରିବ । H5N6 ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟ ଦ୍ଵାରା ସୃଷ୍ଟି ହେଉଥିବା ଗମ୍ଭୀର ବି-ପ-ଦ-କୁ ନେଇ ଚୀନର ରୋଗ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଚିନ୍ତା ପ୍ରକଟ କରିଛି ।

ଅପରପକ୍ଷେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଯେଉଁଭଳି ଭାବେ ଏହି ବାର୍ଡ ଫ୍ଲୁ ବ୍ୟାପିଛି ତାହାକୁ ଅଣଦେଖା କରି ହେବ ନାହିଁ । ନଚେତ ଏହାଦ୍ବାରା ସଂକ୍ରମିତ ଲୋକଙ୍କ ମୃତ୍ୟୁହାର ବଢିବ । ତେବେ ବିଶ୍ଵ ସ୍ୱ୍ଷ୍ଠୀ ସଂଗଠନ ଆହୁରି ମଧ୍ୟ କହିଛନ୍ତି ଯେ ଏଯାବତ ମଣିଷ ଠାରୁ ମଣିଷ ଶରୀରକୁ ବାର୍ଡ ଫ୍ଲୁ ବ୍ୟାପିବା ନେଇ କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ଯେତେ ଜଣ ମଧ୍ୟ ସଂକ୍ରମିତ ହୋଇଛନ୍ତି ସମସ୍ତେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛନ୍ତି । ତେବେ ଏହାର ଲକ୍ଷଣ ମଧ୍ୟ ଥଣ୍ଡା ଏବଂ ନିମୋନିଆ ଭଳି ହୋଇଥିବା ଜଣାପଡିଛି ।

ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆ ଯାଉଥିବା ବେଳେ ସ-ତ-ର୍କ ରହିବାକୁ କୁହାଯାଇଛି । ମୃ-ତ ପକ୍ଷୀଙ୍କ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ଏହାସହ ପକ୍ଷୀମାନଙ୍କୁ ନେଇ କାମ କରୁଥିବା ଲୋକମାନେ ସ-ତ-ର୍କ ଏବଂ ସଫାସୁତୁରା ରହିବାକୁ ସୂଚନା ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।