ପୁଣିଥରେ କୋର୍ଟରେ ଦେଖାସାକ୍ଷାତ ହେଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ, ଆଉ ତାପରେ..

ପୁଣି ଥରେ କୋର୍ଟ ରେ ଦେଖା ସାକ୍ଷାତ ହୋଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ସୁପର ଷ୍ଟାର ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ମହାନ୍ତି ଓ ବର୍ଷା ଉଭୟ ପାରିବାରିକ ବିବାଦକୁ ନେଇ ଗତ କାଲି କୋର୍ଟ ରେ ପୁଣି ଥରେ ଭେଟ ହୋଇଛନ୍ତି । ପୁଣି ଥରେ ପରିବାର ଅଦାଲତରେ ବର୍ଷା ଙ୍କୁ ଦେଢ ଘଣ୍ଟା ଜେରା କରା ଯାଇଛି । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ବର୍ଷ ହେବ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି ।

ଯାହାର ସମାଧାନ ଏ ଯାଏଁ ହୋଇପାରୁ ନାହିଁ । ଆଉ ଏହାରି ମଧ୍ୟରେ ଦୁହେଁ ଅନେକ ଥର କୋର୍ଟ କୁ ଯାଉଛନ୍ତି କିନ୍ତୁ କିଛି ସମାଧାନର ରାସ୍ତା ବାହରି ପାରୁ ନାହିଁ । ଅନୁଭବ ବର୍ଷା ବିବାଦ ମାମଲାରେ ଗତ କାଲି ବର୍ଷା ଙ୍କୁ ପାଖା ପାଖି ଦେଢ ଘଣ୍ଟା ଜେରା କରା ଯାଇଛି । ଅପରାହ୍ନ 3ଟା ରୁ ସାଢେ 4 ଟା ଯାଏଁ ବର୍ଷା ଙ୍କୁ ଜେରା କରା ଯାଇଛି ।

ଏହି ଜେରା ସମୟରେ ଅନୁଭବ ମହାନ୍ତି ନିଜେ ସେଠାରେ ଉପସ୍ଥିତ ଥିଲେ । ଏହି ମାମଲାର ତ୍ଵରିତ ଶୁଣାଣୀ ପାଇଁ ହାଇ କୋର୍ଟ ନିର୍ଦ୍ଦେଶ ଦେବା ପରେ ପରିବାର ଅଦାଲତରେ ଏହା ନିୟମିତ ବ୍ଯବଧାନରେ ଶୁଣାଣୀ ଚାଲିଛି । ସେଥିପାଇଁ ଅନୁଭବ ଓ ତାଙ୍କ ଓକିଲ ଙ୍କ ପକ୍ଷରୁ ହାଇ କୋର୍ଟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରା ଯାଉଥିବା ଅଭିଯୋଗ କରା ଯାଉଛି ।

କାରଣ ଯେବେ ହାଇ କୋର୍ଟ ଚାହୁଁ ଛନ୍ତି ଏହି ମାମଲାର ତ୍ଵରିତ ସମାଧାନ ହେଉ କିଛି ଗୋଟେ ଫଇସଲା ହେଉ । ଠିକ ସେତିକି ବେଳେ ପରିବାର ଅଦାଲତରେ ଏହା ନିୟମିତ ବ୍ୟବଧାନରେ ଶୁଣାଣୀ ହେଉଛି । ଯାହାକୁ ମାନୁଛନ୍ତି ଅନୁଭବ ଓ ତାଙ୍କ ଆଇନଜୀବୀ । ଅନୁଭବ ଙ୍କ ପକ୍ଷରୁ ତାଙ୍କ ଓକିଲ ବର୍ଷା ଙ୍କୁ ପାଖା ପାଖି ଦେଢ ଘଣ୍ଟା ଧରି ଜେରା କରିଥିଲେ ।

ଏଠାରେ କହି ରଖିବାକୁ ଚାହିଁବୁ ଗତ କାଲି ଅପରାହ୍ନ 3ଟା ରୁ ସାଢେ 4 ଟା ଯାଏଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜେରା କରା ଯାଇଥିଲା । କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ । ଖାଲି ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଭବ ଓ ତାଙ୍କ ଆଇନଜୀବୀ ।