ଆଜିର ରାଶିଫଳ, 29 ଜୁନ 2023, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 4 ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 29 ଜୁନ 2023  ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି;- ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ତାଙ୍କର କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଅଛି । ନିଜର ଏକାଗ୍ରତା ଓ ନିଜର ବାଣୀକୁ ସଂଯମ ରଖି କଥାବାର୍ତ୍ତା କରିବା ଉଚିତ । ପରିବାରରେ ଶାନ୍ତିର ବତାତାବରଣ ଦେଖିବାକୁ ମିଳିବ । କର୍ମ କ୍ଷେତ୍ରରେ ଆପଣଙ୍କ ଉପରେ ଦାୟିତ୍ଵଭାର ଅଧିକ ରହିବାର ସମ୍ଭାବନା ରହିଅଛି । ଗାଡିରେ କୌଣସି ସ୍ଥାନକୁ ଜୀବ ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ ।

ବୃଷ ରାଶି;- ବ୍ୟାପାର କ୍ଷେତ୍ର ଓ ନିଜର କାର୍ଯ୍ୟ କ୍ଷେତ୍ରରେ ଅଧିକ ସଜାଗ ରହିବା ଉଚିତ । କାହା ଉପରେ ଆଖି ବନ୍ଦ କରି ବିଷବଶ କରନ୍ତୁ ନାହିଁ । ମନ ପ୍ରଫୁଲ୍ଲ ରହିବ । ମନକୁ ସକାରାତ୍ମକ ରଖି ନିଜର କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ହେଉ ଅବା ଘରେ କୌଣସି ଏକ କଥା ପାଇଁ କିଛି ସମୟ ପାଇଁ ମାନସିକ ରୂପେ ବିଚଳିତ ରହିବେ ।

ମିଥୁନ ରାଶି ;- ଏହି ରାଶିର ଲୋକମାନେ ଧନ ସହ ଜଡିତ କୌଣସି କାର୍ଯ୍ୟ ପାଇଁ କାହା ଉପରେ ସଙ୍ଗେ ସଙ୍ଗେ ବିଶ୍ବାସ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖା ଯିବାର ସମ୍ଭାବନା ରହୁଛି । ଆପଣଙ୍କ କର୍ମ କ୍ଷେତ୍ରରେ ନିଜର ବରିଷ୍ଠ ଅଧିକାରୀଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ । ସମାଜରେ ମାନ ସମ୍ମାନ ବଢିବ । ଘରେ କିମ୍ବା ବାହାରେ କୌଣସି ଧାର୍ମିକ କାର୍ଯ୍ୟରେ ମନୋଯୋଗ ଦେବେ । ନିଜର ବ୍ୟବସାୟକୁ ନେଇ ସାମାନ୍ୟ ବିଚଳିତ ହୋଇପାରନ୍ତି । ହେଲେ ସମୟ ସହ ତାହା ସବୁ ଠିକ ହୋଇଯିବ ।

କର୍କଟ ରାଶି;- ଆଜି ଏହି ରାଶିର ଲୋକେ ନିଜର ବ୍ୟକ୍ତିଗତ ଓ କ୍ଷମତାକୁ ବିକଶିତ କରିବାର ସୁବର୍ଣ୍ଣ ସୁଯୋଗ ଆସିଅଛି । ନୂଆ କରି ଉଦ୍ୟମ କରିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ସମାଜରେ ପ୍ରତିଷ୍ଟିତ ହୋଇପାରିବେ । ମନ ଅସ୍ଥିର ରହିବା କାରଣରୁ ନିଜର କୌଣସି ସାଥିଙ୍କ ସହ କିଛି ସମୟ ପାଇଁ ମନଭେଦ ହେବାର ଦେଖା ଯାଇପାରେ । ଧାର୍ମିକ କାର୍ଯ୍ୟରେ ଭାଗ ନେଇ ସେଥିରେ ସାମିଲ ହେବେ ।

ସିଂହ ରାଶି;- ଏହି ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ଅନ୍ୟ ପାଇଁ ନିଜର କାର୍ଯ୍ୟ ପାଇଁ ପ୍ରେରଣା ପାଲଟିବେ । ଆଜି ନିଜର ଘର ପରିବାର ସହିତ କୌଣସି କାରଣ ପାଇଁ ଖିଟପିଟ ଲାଗିପାରେ । ଏହାପରେ ପୁଣି ଥରେ ରାଗରୁଷା ଭୁଲି ନିଜର ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କର ନିବିଡତା ଆସିବ । ବ୍ୟବସାୟ କ୍ଷେତ୍ରରେ ଭଲ ଲାଭବନ ହୋଇବେ । ଆଜି ଆପଣଙ୍କୁ ଅଯଥା ଖର୍ଚାନ୍ତ ହେବାର ସମ୍ଭାବନା ରହୁଛି । ତେଣୁ ଏଥିପ୍ରତି ଆପଣଙ୍କୁ ଅଧିକ ସଚେତନ ରହିବାକୁ ପଡିବ । କାହାର ମିଠା ବଚନ ଶୁଣି ତାଙ୍କ ଉପରେ ତୁରନ୍ତ ଭରଷା କରିନେବା ଆପଣଙ୍କର ବଡ ମୁର୍ଖାମୀ ହୋଇପାରେ ।

କନ୍ୟା ରାଶି;- କନ୍ୟା ରାଶିର ଲୋକ ନିଜ କାମ ଉପରେ ଅଧିକ ଫୋକୋଷ କରନ୍ତୁ । ଏହି ରାଶିର ଯୁବବର୍ଗର ଲୋକ ମାନେ ନିଜର ସାହସ ବଳରେ ନିଜ ପାଇଁ କିଛି ଭଲ କରି ଦେଖାଇପାରିବେ । ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ନିଜ ପାଇଁ ସମୟ ବାହାର କରି ଲମ୍ବା ସମୟ ପର୍ଯ୍ୟନ୍ତ ଶାନ୍ତିର ନିଦ୍ରା ବିଶ୍ରାମ କରିପାରିବେ । ଆଜି କୌଣସି ଅର୍ଥ ବିନିଯୋଗ କରିବା ପୂର୍ବରୁ ଶହେ ଥର ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ନିଜର ସନ୍ତାନଙ୍କର ଉନ୍ନତିରେ ଆପଣ ଅଧିକ ଖୁସି ହୋଇବେ ।

ତୁଳା ରାଶି;- ଛାତ୍ରଛାତ୍ରୀଙ୍କ ପାଇଁ ଆଜି ପରି ଦିନ ଟିକେ କଷ୍ଟସାଧ୍ୟ ହୋଇପାରେ । ଆପଣଙ୍କୁ ଆପଣଙ୍କ ବ୍ୟବସାୟରେ ଆଜି ଠାରୁ ଲାଭବନ ହେବାର ଯୋଗ ରହୁଅଛି । ଆପଣଙ୍କ ଦୁଃଖର ଦିନ ସମ୍ପାପ୍ତ ହେବା ପାଇଁ ଯାଉଛି । ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜ ଗୁରୁଜନଙ୍କ ପରାମର୍ଶ ନିହାତି ଭାବେ ଲୋଡନ୍ତୁ । ଘରକୁ ନୂତନ ଅତିଥିଙ୍କର ଆଗମନ ହୋଇପାରେ । ଏହା ସହ ଘର ପରିବାରରେ ଖୁସିର ମାହୋଲ ଦେଖାଦେବ ।

ବିଛା ରାଶି;- କାର୍ଯ୍ୟଭାର ବଢିବା କାରଣରୁ ଶାରୀରିକ ଓ ମାନସିକ ରୂପେ ଥକିଗଲା ପରି ଅନୁଭବ କରିବେ । କାହାକୁ ଦାନ କରି ମାନସିକ ଶାନ୍ତି ପ୍ରାପ୍ତ କରିପାରିବେ । ନିଜର ପେଟ ସମବାଧିତ କୌଣସି ପ୍ରକାର ସମସ୍ଯା ଭୋଗୀ ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ନୂତନ ମିତ୍ର ବନାଇ ପାରନ୍ତି ।

ଧନୁ ରାଶି;- ନିଜର ଭଲ କାର୍ଯ୍ୟ ପାଇଁ ସମସ୍ତଙ୍କର ଶ୍ରଦ୍ଧାର ଭାଜନ ହୋଇପାରିବେ । ନିଜର ପାଠ ପଢା କ୍ଷେତ୍ରରେ ଅଧିକ ସକ୍ରିୟ ରହିବା ଆବଶ୍ୟକ । ଗୁରୁଜନଙ୍କ କଥାକୁ ସମ୍ମାନର ସହ ଗ୍ରହଣ କରି ନିଜର ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରାମତୁ । ଅଫିସରେ ସମସ୍ତଙ୍କ ସହିତ ଉତ୍ତମ ବ୍ଯବହାର କରନ୍ତୁ । ଏହା ଦ୍ଵାରା ସେଠାରେ ଆପଣଙ୍କ ମନ ସମ୍ମାନରେ ବୃଦ୍ଧି ହୋଇବ । ପ୍ରେମ ଜୀବନୀକୁ ନେଇ କିଛି ଭଲ ନିଷ୍ପତ୍ତି ନେଇପାରନ୍ତି । ବାହାଘର ପାଇଁ ଘରକୁ ପ୍ରସ୍ତାବ ଆସିପାରେ ।

ମକର ରାଶି;- ଆଜି ନିଜର ବ୍ୟବସାୟ ବା ଚାକିରୀ କ୍ଷେତ୍ରରେ ଭଲ ଅବସର ରହିବ । ନିଜ ଜୀବନସାଥିଙ୍କର କୌଣସି କଥା ଶୁଣି ଟେନସନ ହୋଇଯାଇପାରନ୍ତି । ଶିଂଗଲ ଲୋକ ମାନେ ଆଜି ନିଜ ପାଇଁ କାହାକୁ ଭଲ ପାର୍ଟନର ରୂପେ ବାଛି ପାରନ୍ତି । କାର୍ଯ୍ୟ ପାଇଁ ଆଜିର ଦିନଟି ଉତ୍ତମ ରହିବ । ଘର ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ବିବାହିତ ଲୋକେ ନିଜର ସମାସ୍ୟାକୁ ନିଜ ପାର୍ଟନରଙ୍କ ସହିତ ଶେୟାର କରି ନିଜ ମଧ୍ୟରେ ଉତ୍ତମ ବୁଝାବଣା ରଖିବେ ।

କୁମ୍ଭ ରାଶି;- ଆଜିର ଦିନ କୁମ୍ଭ ରାଶିର ଲୋକ ମାନଙ୍କ ପାଇଁ ବହୁତ ହିଁ ଉତ୍ତମ ରହିବ । ପରିବାରର ପାରିବାରିକ ଚିନ୍ତାରୁ ଆଜି ମୁକ୍ତ ରହିବେ । ନିଜର ପରିଶ୍ରମ ବଳରେ ନିଜ ପାଇଁ ଯଶ ଆଣି ପାରିବେ । କାମ କରିବା ପରେ ଅନ୍ୟ ଦିନ ତୁଳନାରେ ଅଧିକ ଥକାପଣ ଅନୁଭବ କରିବେ । ଅଯଥା ଝଗଡାରୁ ନିଜକୁ ଦୂରେଇ ରଖିବା ଉଚିତ । ନିଜ କ୍ଯାରିଅର ଉପରେ ଅଧିକ ସମୟ ବିନିଯୋଗ କରିବା ଦରକାର ।

ମୀନ ରାଶି;- ରାଜନୀତି ସହିତ ଜଡିତ ଥିବା ଲୋକଙ୍କର କାର୍ଯ୍ୟଭାର ବଢିବ । ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ନିଜର ସଂପୂର୍ଣ୍ଣ ଚେଷ୍ଟା ଦ୍ଵାରା କାର୍ଯ୍ୟକୁ ସାରିବା ପାଇଁ ଚେଷ୍ଟା କରିବେ । ଆଜିର ଦିନଟି ଆପଣଙ୍କ ସ୍ଵାସ୍ଥ ପକ୍ଷେ ଉତ୍ତମ ଦିନ ହୋଇ ରହିବ । ନୂଆ ବନ୍ଧୁଙ୍କ ସହ ଦେଖା ହୋଇ ଯାଇପାରନ୍ତି । ଭାଇ ଭଉଣୀଙ୍କ ସହ ଅଧିକ ରୁ ଅଧିକ ସମୟ ବିତାଇବେ । ସାମାଜିକ କ୍ଷେତ୍ରରେ ଅନ୍ୟ ଲୋକଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଯାହା ଦ୍ଵାରା ସମାଜରେ ନିଜର ମାନ ସମ୍ମାନ ବଜାୟ ରହିବ । ଛୋଟ ଛୋଟ ଦୁଃଖ ପରିସ୍ଥିତିରେ ଧର୍ଯ୍ୟହରା ନହୋଇ ଧର୍ଯ୍ୟର ସହ ନିଜ କାମ କରି ଚାଲାନ୍ତୁ  ।