ମୁଁ ଖୁସି ନାହିଁ, ମୋ ମନଦୁଃଖ, ମନ୍ମଥ ଚାକିରୀ ଛାଡ଼ିଦେଲା, କିଛି ଏଭଳି କିଛି କହିଛନ୍ତି ସୁର ରାଉତଙ୍କ ସ୍ତ୍ରୀ

ବନ୍ଧୁଗଣ ନମସ୍କାର । ଆପଣ ମାନେ ସୁର ରାଉତଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ କଂଗ୍ରେସର ବିଧାୟକ ଭାବେ କାର୍ଯ୍ୟରତ ଅଟନ୍ତି । ସୁର ଭାଇ ନିଜର ବ୍ୟକ୍ତିଗତ ଜୀବନୀ ଓ ଭାଷଣ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଅନେକ ସମୟରେ ସୁର ଭାଇ ଙ୍କୁ ନେଇ ନାନା ପ୍ରକାରର ଖବର ଆସିଥାଏ । ଯାହା ପାଇଁ ସେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତେବେ ତାଙ୍କ ପୁଅ ମନ୍ମଥ ଙ୍କୁ ନେଇ ଆସିଛି ବର୍ତ୍ତମାନ ସମୟରେ ଏକ ବଡ ଖବର ।

ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ ମା ଓ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି । ସୁରଙ୍କ ସ୍ତ୍ରୀ କହିଛନ୍ତି ଯେ “ମୋ ପୁଅ ବାଙ୍ଗାଲୋରରେ ଯେବେ ପରୀକ୍ଷା ଦେବାକୁ ଯାଇଥିଲା ସେତେବେଳେ ଓଡିଶାରୁ  2 ଜଣ ମାତ୍ର ସିଲେକ୍ଟ ହୋଇଥିଲେ । ଆଉ ସେଥିରେ ମୋ ପୁଅ ମନ୍ମଥ ଥିଲା । ଆଜି ସେ ଚାକିରି ଛାଡି ଦେଇଛି ଆଉ ରାଜନୀତି ରେ ଯିବାକୁ ମନସ୍ଥ କରିଛି । ସେଦିନର ଯେଉଁ ଖୁସି ଥିଲା ତାହା ଆଜି ଦୁଃଖରେ ପାଲଟି ଯାଇଛି ।

ମନ୍ମଥ ଚାକିରିରୁ ରେଜିନେସନ ଦେଇ ସାରିଛି । ଆଜି ପୁଅ ରାଜନୀତି କରିବାକୁ ଯାଉଛି କିନ୍ତୁ ମୋ ମନ ତା ଭାଙ୍ଗି ଯାଇଛି । ମୋ ପୁଅ ର ଚାକିରି କୁଆଡେ ଜୀବନି ଏଠି ନ ହେଲେ ଆଉ କେଉଁଠି କରିବ । ମୋ ପୁଅ ପୁରରୁ କ୍ଯାପଟେନ ଥିଲା ଆଉ ଏବେ କମାଣ୍ଡର ଭାବେ କାମ କରୁଥିଲା । ଯାହା ଭଗବାନଙ୍କ ଇଚ୍ଛା ଥିବା ସେହା ହେବ । ତା ବାପା କଥାରେ ପଡି ମୋ ପୁଅ ରାଜନୀତିରେ ପଶିଲା ।

ବାପା କହିଲା ମୁଁ ଏତେ କଷ୍ଟ କରୁଛି ଆଉ ମୋ ପୁଅ ଚାକିରି କରିବ । ମୋ ସ୍ଵାମୀ ଏ ଯାଏଁ ଜାଣି ନାହାନ୍ତି ପୁଅ ଚାକିରି ଛାଡି ଦେଇଛି । ମୋ ପୁଅ ବହୁତ ଦୁଃଖ ଭିତରେ ଏବେ ବି ଅଛି । ରାଜନୀତିରେ ମୋ ସ୍ଵାମୀ ଙ୍କୁ ଯେମିତି ସମସ୍ତେ ସମ୍ମାନ ଦେଉଛନ୍ତି ମୋ ପୁଅ କୁ ମଧ୍ୟ ସେତିକି ଦେବେ ବୋଲି ମୁଁ ଭାବି ସାରିଲାଣି । ମୋର ଆଉ ଗୋଟେ ପୁଅ ବି ରାଜନୀତି ରେ ଆସିବାକୁ କହୁଛି ।

ଲୋକେ ତାକୁ ଡାକିଲାଣି । ମନ୍ମଥ ଆପ୍ଲିକେସନ ଦେଇ ଚାଲି ଆସିଛି ଘରକୁ । ଏ କଥା ଶୁଣିବା ପରେ ମୁଁ ବହୁତ କାନ୍ଦି ଥିଲି । ମୋ ପୁଅ ବାପର ନାଁ ରଖିବ ଏତିକି ମୋର ଆଶା ଅଛି । ବାପାଙ୍କ କଥା ରଖିବାକୁ ଯାଇ ମୋ ପୁଅ ଆଜି ଚାକିରି ଛାଡି ଦେଇଛି” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।