ପୁଣି ମେ’ ରେ ବାତ୍ୟା, ସୂଚନା ଦେଲା ପାଣିପାଗ ବିଭାଗ, ପ୍ରସ୍ତୁତି ଆରମ୍ଭ କରି ଦେଲେଣି ରାଜ୍ୟ ସରକାର

2019 ଆଜିକା ଦିନରେ ବାତ୍ୟା ଫନି ଓଡିଶାକୁ ଛାରଖାର କରି ଦେଇଥିଲା । ଲୋକଙ୍କ ମନରୁ ଏବେ ଯାଏଁ ଫନି ବାତ୍ୟାର ଭୟ ଯାଇ ନଥିବା ବେଳେ ଚଳିତ ମେ’ ମାରେ ପୁଣି ଥରେ ବାତ୍ୟା ଆସିବା ନେଇ ଆଶଙ୍କା କରାଯାଉଛି । ଓଡ଼ିଶାକୁ ପ୍ରତି ବର୍ଷ ଅକ୍ଟୋବର ନଭେମ୍ବର ମାସରେ ବାତ୍ୟା ଆସୁଥିବା ବେଳେ ଗତ କିଛି ବର୍ଷ ଧରି ମେ’ ମାସରେ ମଧ୍ୟ ବାତ୍ୟା ଆସୁଛି । ପାଣିପାଗ ସୂଚନା ଅନୁଯାୟୀ ବର୍ତ୍ତମାନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବାରେ ଲାଗିଛି ।

ତେବେ ଲଘୁଚାପ ବାତ୍ୟା ରୂପ ଧାରଣ କରିବା ନେଇ ଏବେଠୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ବିଶେଷ କରି ମୌସୁମୀ ଆସିବା ପୂର୍ବରୁ ଏବଂ ମୌସୁମୀ ଯିବା ପରେ ଓଡିଶାକୁ ବାତ୍ୟା ଭୟ ଅଧିକ ରହିଥାଏ । ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ ଓଡିଶା ଅନେକ ଛୋଟ ବଡ ବାତ୍ୟାର ମୁକାବିଲା କରି ଆସିଛି । ଆସନ୍ତା ମେ’ 6 ତାରିଖରେ ଦକ୍ଷିଣ-ପୁର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ।

ଏହି କ୍ଷେତ୍ର ଖୁବ ଶୀଘ୍ର ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ମଧ୍ୟ ସୂଚନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇ ସାରିଥିବା ବେଳେ କେଉଁଠି ନା କେଉଁଠି ଏହା ଲୋକଙ୍କ ମନରେ ଭୟ ବୃଦ୍ଧି କରୁଛି । ତେବେ ବାତ୍ୟା ଆଶଙ୍କା ନେଇ ବର୍ତ୍ତମାନ ଯାଏଁ ଭାରତୀୟ ପାଣିପାଗ ବିଭାଗ କୌଣସି ତଥ୍ୟ ପ୍ରଦାନ କରିନାହିଁ । ତେଣୁ IMD ର ତଥ୍ୟକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି ।

କିନ୍ତୁ ବିଭିନ୍ନ ମଡେଲ ଏବଂ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ବାତ୍ୟା ହେବା ନେଇ ଆକଳନ କରି ସାରିଲେଣି । ସ୍ଥାନୀୟ ପାଣିପାଗ ବିଶେଷଜ୍ଞ ମଧ୍ୟ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି ବୋଲି ଚେତାବନୀ ଦେଇ ସାରିଲେଣି । ସୃଷ୍ଟ ହେବାକୁ ଥିବା ଲଘୁଚାପ କ୍ଷେତ୍ର ଯଦି ବଳ ଗୋଟେଇ ବାତ୍ୟାରେ ପରିଣତ ହୁଏ ତେବେ ଆସନ୍ତା ମେ’ 10 ତାରିଖ କିମ୍ବା 11 ବେଳକୁ ସମ୍ଭାବ୍ୟ ବାତ୍ୟା ଓଡିଶା ଏବଂ ଏହାର ଉପାକୁଳବର୍ତ୍ତୀ ଅଞ୍ଚଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି ।

ପ୍ରତିବର୍ଷ ରାଜ୍ୟ ସରକାର ବାତ୍ୟାକୁ ସଫଳତାର ସହ ମୁକାବିଲା କରି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦେଖାଯାଉ ଏନେଇ କଣ ସୂଚନା ଦେଉଛି ଭାରତୀୟ ପାଣିପାଗ ବିଭାଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।