ଥାଇଲାଣ୍ଡ, ସୁଇଜରଲ୍ୟାଣ୍ଡକୁ ପଛରେ ପକାଇଲା ମୟୂରଭଞ୍ଜ, ବିଶ୍ଵର ଟପ୍-50 ଟୁରିଷ୍ଟ ଡେଷ୍ଟିନେସନରେ ଭାରତର ଏହି ଦୁଇ ସ୍ଥାନ

ବିଶ୍ଵର ଟପ୍ 50 ଟୁରିଷ୍ଟ ଡେଷ୍ଟିନେସନରେ ସ୍ଥାନ ପାଇଲା ମୟୂରଭଞ୍ଜ ର ଏହି ସ୍ଥାନ । ପର୍ଯ୍ୟଟକଙ୍କ ପାଇଁ ଭୂସ୍ଵର୍ଗ ଥିବା ସ୍ପଟ୍ ମାନଙ୍କ ମଧ୍ୟରେ ରହିଛି ଭାରତର ଦୁଇଟି ସ୍ଥାନ । ମୟୂରଭଞ୍ଜ ଏବଂ ଲଦାଖ ଏହି ତାଲିକାରେ ପାଇଛି ସ୍ଥାନ । ଆଜ୍ଞା ହଁ, ଓଡିଶାର ମୟୂରଭଞ୍ଜ ଟାଇମ ମ୍ୟାଗାଜିନ ତାଲିକାରେ ସ୍ଥାନ ପାଇଛି । ବୁଲିଯିବା ପାଇଁ ଆମେ ଯେତେବେଳେ ବିଶ୍ଵର ଟପ୍ ଡେଷ୍ଟିନେସନ କଥା ଚିନ୍ତା କରୁ ସେତେବେଳେ ସୁଇଜରଲ୍ୟାଣ୍ଡ, ଥାଇଲାଣ୍ଡ, ମେକ୍ସିକୋ, ଜର୍ମାନୀ, ଇଟାଲୀ ଭଳି ସହର ମନକୁ ଆସିଥାଏ ।

 

ହେଲେ ଏମାନଙ୍କ ଭିତରେ ଓଡିଶାର ଏହି ଜିଲ୍ଲା ଯେ ସ୍ଥାନ ପାଇବ ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ । ତେବେ ବିଶ୍ଵାସ ନ ହେଉଥିଲେ ମଧ୍ୟ ଏହା ସତ । ଓଡିଶାର ମୟୂରଭଞ୍ଜ ଏହି ଲିଷ୍ଟରେ ବିଶ୍ଵର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ପଛରେ ପକାଇ ଦେଇଛି । ଏହା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ନିକଟରେ ଟାଇମ ମ୍ୟାଗାଜିନ ତରଫରୁ ଏକ ତାଲିକା ପ୍ରକାଶ ପାଇଛି ।

2023 ପାଇଁ ବିଶ୍ଵର ଗ୍ରେଟେଷ୍ଟ ପ୍ଲେସ୍ ମଧ୍ୟରେ ସ୍ଥାନ ପାଇଛି ଓଡିଶାର ମୟୂରଭଞ୍ଜ । ବିଶ୍ଵର ଟପ୍ 50 ସ୍ପଟ୍ ମାନଙ୍କ ମଧ୍ୟରେ 32 ନମ୍ବର ସ୍ଥାନରେ ରହିଛି ମୟୁରଭଞ୍ଜ । ଭାରତର କେବଳ ଯେଉଁ ଦୁଇଟି ସ୍ଥାନ ଏହି ତାଲିକାରେ ରହିଛି ସେଥିରେ ଲଦାଖ ଏବଂ ମୟୂରଭଞ୍ଜ ସ୍ଥାନ ପାଇଛି । ଶାଳ ଗଛର ସବୁଜ ବଳୟ ସାଙ୍ଗକୁ ପୁରାତନ ମନ୍ଦିର ଓ ସଂସ୍କୃତି ପାଇଁ ମୟୂରଭଞ୍ଜ ସ୍ଥାନ ପାଇଛି ।

ଟାଇମ୍ସ ମ୍ୟାଗାଜିନରେ ଉଲ୍ଲେଖ କରା ଯାଇଥିବା ତଥ୍ୟ ଅନୁସାରେ ଏହା ପୃଥିବୀର ଏକମାତ୍ର ସ୍ଥାନ ଯେଉଁଠାରେ ବ୍ଲାକ ଟାଇଗର ଦେଖିବାକୁ ମିଳିଥାଏ । ବିଶ୍ଵର ଅନ୍ୟ କେଉଁଠାରେ ଏମାନେ ଦେଖା ଯାଇ ନଥାନ୍ତି । ଏହା ବ୍ଯତୀତ ଶିମିଳିପାଳ ଜାତୀୟ ପାର୍କ ସହିତ ଆହୁରି ଅନେକ କିଛି ପ୍ରାକୃତିକ ଶୋଭାରାଜି ଏଠାରେ ଦେଖିବାକୁ ମିଳିଥାଏ ।

ବିଶେଷ କରି ଏପ୍ରିଲ ମାସରେ ଆସୁଥିବା ଛଉ ନୃତ୍ୟ ସମସ୍ତଙ୍କ ମନମୁଗ୍ଧ କରି ଦେଇଥାଏ । ୟୁନେସ୍କୋ ର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ଛଉ ନୃତ୍ୟ ହେଉଛି ଏକ ପୁରାତନ କଳା ଓ ଲୋକନୃତ୍ୟ । ଏଥିସହ ମୟୂରଭଞ୍ଜ ଆସୁଥିଲେ ଓଡିଶାର ଆହୁରି ଅନେକ ଆକର୍ଷଣୀୟ ସ୍ଥାନ ମଧ୍ୟ ବୁଲି ହେବ । ଜୈବ ବିବିଧତା ଓ ଐତିହ୍ୟ କୀର୍ତ୍ତିରାଜି ସାରା ରାଜ୍ୟରେ ଭରି ରହିଛି ।

ଟାଇମସ ମ୍ୟାଗାଜିନରେ ମୟୂରଭଞ୍ଜକୁ ନେଇ ଏକ ପ୍ରୋଫାଇଲ ପେଜ୍ କରାଯାଇ ସମସ୍ତ ତଥ୍ୟକୁ ହାଇଲାଇଟ କରାଯାଇଛି । ଏହି ସ୍ଥାନକୁ କାହିଁକି ଟପ୍ 50 ଟୁରିଷ୍ଟ ଡେଷ୍ଟିନେସନରେ ସ୍ଥାନ ଦିଆଯାଇଛି ତାହା ମଧ୍ୟ ଉଲ୍ଲେଖ କରାଯାଇଛି । ସେହିଭଳି ଉତ୍ତର ଭାରତର ଲଦାଖ, ବୁଦ୍ଧ ସଂସ୍କୃତିକୁ ଆକର୍ଷିତ କରିଥାଏ ବୋଲି କୁହାଯାଇଛି ।

ମ୍ୟାଗାଜିନ ତାଲିକାର ଶୀର୍ଷରେ ଫ୍ଲୋରିଡା ର ଟାମ୍ପା ସହର । ଗତ ବର୍ଷ ଭାରତର କେରଳ ଓ ଅହମ୍ମଦାବାଦ ଏହି ତାଲିକାରେ ସ୍ଥାନ ପାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।