ପୁଣି କମିଳା ସୁନା ଦର, ଭୁବନେଶ୍ଵରରେ ସବୁଠାରୁ କମ… ଦେଖନ୍ତୁ କେତେ ଅଛି

ବନ୍ଧୁଗଣ ପ୍ରତେକଟି ଶୁଭ କାମରେ ସୁନାକୁ ଖୋଜା ପଡିଥାଏ । ଆଉ ଏବେ ନିକଟରେ ଦୁର୍ଗାପୂଜା ଓ ଦିପାବଳି ଓ ଧନତେରସ ଯାଇଛି । ପ୍ରତେକ ଲୋକ ଏହି ସମୟରେ ସୁନା ଦୋକାନକୁ ଆସିଲେ । କାରଣ ଏହି ସମୟରେ ସୁନା କିଣିବାର ପରମ୍ପରା ରହିଛି । ତେଣୁ ସମସ୍ତେ ସୁନା କିଣି ଘରକୁ ନେଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏବେ ସମସ୍ତଙ୍କ ଉପରେ ଏପରି ଭାବନା ଥିଲା । ଆଗକୁ ଆସୁଛି ବିବାହର ସିଜିନ ।

ତେଣୁ ସମସ୍ତଙ୍କର ନଜର ରହିଛି ଏବେ ବଜାରରେ ସୁନାର ଦର କଣ ରହିଛି ବା ସୁନାର ଦର ପ୍ରତେକଟି ବର୍ଗର ଲୋକଙ୍କୁ ସୁହାଇଲା ଭଳି ହୋଇଛି କି ନାହି ? ଭୁବନେଶ୍ଵର ରେ ରେଟ କଣ ରହିଛି ଆସନ୍ତୁ ଜାଣିବା । ସୂଚନା ଅନୁଯାୟୀ ସୁନା ଦର କମିଲା । ବର୍ତ୍ତମାନ ଭୁବନେଶ୍ଵର ରେ ସୁନା ଦର ସବୁଠୁ କମ ହୋଇଛି । ପେଟ୍ରୋଲ ଡିଜେଲ କମୁଥିବାରୁ ଯେଉଁ ମାନେ ସୁନା ପ୍ରେମୀ ସେମାନ ଭାବୁଥାନ୍ତି ସୁନା ରେଟ କାହିଁକି କମୁ ନାହି ।

ବିଭର ସିଜନ ଆସିବାକୁ ଯାଉଛି । ତେଣୁ ପ୍ରତେକ ଲୋକ ଚାହିଁଥାନ୍ତି ସୁନା କିଣିବା ପାଇଁ । ଏମିତିକି ବଜାରରେ ଲୋକଙ୍କର ଏବେ ଠାରୁ ଭିଡ ଦେଖିବାକୁ ମିଳୁଛି । ନଭେମ୍ବର ପହିଲାରୁ ସୁନା ଶସ୍ତା ହୋଇଥିବା କୁହାଯାଇଅଛି । ପ୍ରତି ୧୦ ଗ୍ରାମ ଦର ରେ ୫୦ ହଜାର ୪୬୦ ଟଙ୍କା କୁ ଖସିଛି ଯାହା ଗତ ମାସରେ ୫୨ ହଜାର ଟଙ୍କାରେ ପହଞ୍ଚି ଥିଲା । ଆଜିର ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ଦର  ୧୦ ଗ୍ରାମ ପିଛା ରହିଛି ୪୬ ହଜାର ୬୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ରହିଛି ୫୦ ହଜାର ୮୩୬ ଟଙ୍କା ।

ବଜାର ରେଟ ରେ ସୁନା ହ୍ରାସ ପଚରା ମୁଖ୍ୟ କାରଣ ହେଉଛି ମୂଲ୍ୟବୃଦ୍ଧି । ଖାସ କରି ଦେଶର ଗ୍ରାମୀଣ କ୍ଷେତ୍ରରେ ସୁନାର ଚାହିଦା ଖାସୁଛି । ଦେଶରେ ଗ୍ରାମାଞ୍ଚରେ ସୁନାର ଚାହିଦା ଦୁଇ-ତୃତୀୟାନ୍ସ ରହିଛି । ଏଣୁ ସୁନାର ଚାହିଦା ଧୀରେ ଧୀରେ ହ୍ରାସ ପାଉଛି ବା ଦର ହ୍ରାସ ପାଉଛି । ବିଶ୍ଵରେ ସୁନାର କାରୋବାରରେ ଭାରତ ୨ୟ ନମ୍ବରରେ ରହିଛି । ବର୍ତ୍ତମାନ ଚୀନ ଏବେ ବି ଅଗ୍ରଣୀ ରହିଛି ସୁନା କାରୋବାରରେ ।

ଖୁଚୁରା ମୁଦ୍ରା ସ୍ଥିତି ଦେଶରେ ଲଗାତାର ବୃଦ୍ଧି ହେଉଛି । ସେପ୍ଟେମ୍ବରରେ ଦେଶର ବାର୍ଷିକ ମୁଦ୍ରା ସ୍ଥିତି ୭%ରୁ ଅଧିକ ଥିଲା ଓ ଧନତେରସରେ ଭାରତରେ ରେକର୍ଡରେ ସୁନା ବିକ୍ରି ହୋଇଥିଲା । ପାଖାପାଖି ୪୫ ହଜାର କୋଟିଋ ଉର୍ଦ୍ଧ ବିଜେନ୍ସ ପାର କରିଥିଲା ବୋଲି ସୂଚନା ରହିଛି । ତେଣୁ ଭୁବନେଶ୍ଵର ରେ ଏ ହେଉଛି ଆଜିର ସୁନାର ଦର ।

କାରଣ ନିକଟରେ ପାର୍ବଣର ଋତୁ ଗଲା ଆଗାମୀ ସମୟରେ ବିବାହର ସିଜନ ଆରମ୍ଭ ହେବ । ଆପଣ ଯେ କୌଣସି ସୁନା ଦୋକାନ ଯାଆନ୍ତୁ ନା କାହିଁକି ସେଠାରେ ସୁହାଇଲା ଭଳି ବା ପସନ୍ଦ ହେଲା ଭଳି ସୁନା ଦେଖି ତାର ରେଟ ଦେଖି କିଣିବାକୁ ଆଗ୍ରହୀ ହେଉଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।