ପୁଣି ହେବ Ind-Pak ମୁକାବିଲା, ପାକିସ୍ତାନ ଠାରୁ T20 ପରାଜୟର ପ୍ରତିଶୋଧ ନେବାକୁ ମଇଦାନକୁ ଓହ୍ଳାଇବ Rohit ବାହିନୀ, ଦେଖନ୍ତୁ କେବେ ଖେଳାଯିବ ଏହି ମ୍ଯାଚ

ଟି-୨୦ ମ୍ଯାଚରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ତେଣୁ ଇଣ୍ଡିଆ ଟିମ୍ ପାଇଁ ପାକିସ୍ତାନ ଠାରୁ ଟି-୨୦ ବିଶ୍ଵକପ୍ ପରାଜୟର ପ୍ର-ତି-ଶୋ-ଧ ନେବାକୁ ସୁଯୋଗ ସୃଷ୍ଟି ହୋଇଛି । ଏବେ ରୋହିତଙ୍କ ନେତୃତ୍ବରେ ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଳାଇବ ଭାରତ । କାରଣ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ପରେ ଏହି ଭାର ରୋହିତଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା କେବେ ଓ କେଉଁଠି ଏହି ହାଇ ଭୋଳଟେଜ ମୁ-କା-ବି-ଲା ଖେଳାଯିବ ।

ଜାତୀୟ ଗ-ଣ-ମା-ଧ୍ୟ-ମ ରିପୋର୍ଟ ଅନୁସାରେ ୨୦୨୨ ସେପ୍ଟେମ୍ବରରେ ଶ୍ରୀଲଙ୍କାରେ ଟି୨୦ ଫର୍ମାଟରେ ଏସିଆ କପ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ସମସ୍ତ କ୍ରିକେଟ ଦଳ ସାମିଲ ହେବେ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ମୁ-କା-ବି-ଲା ଦେଖିବାକୁ ମିଳିପାରେ । ଶ୍ରୀଲଙ୍କାକୁ ଏସିଆ କପ୍ ଆୟୋଜନ ପାଇଁ ଏସିଆନ କ୍ରିକେଟ କାଉନସିଲ ବୈଠକରେ ଗ୍ରୀନ ସିଗନାଲ ମିଳିଥିଲା । ସେହିଭଳି ୨୦୨୩ରେ ପାକିସ୍ତାନରେ ଟି-୨୦ ବଦଳରେ ୫୦ ଓଭର ଫର୍ମାଟରେ ଏସିଆ କପ୍ ଖେଳା ଯାଇପାରେ ।

କିନ୍ତୁ ପାକିସ୍ତାନରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଭାଗ ନେବ କି ନାହିଁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଟି-୨୦ ଏସିଆ କପ୍ ପରେ ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ୍ ଖେଳାଯିବ । ତେଣୁ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ-ପାକିସ୍ତାନ ମୁ-କା-ବି-ଲା ଦେଖିବାକୁ ମିଳିପାରେ । ଭାରତ- ପାକିସ୍ତାନ ମ୍ଯାଚକୁ ଅଧିକାଂଶ କ୍ରିକେଟ ପ୍ରେମୀ ଚାହିଁ ରହିଥାନ୍ତି । କିନ୍ତୁ ଉଭୟ ଦେଶ ମଧ୍ୟରେ ରାଜନୈତିକ କାରଣରୁ ଦୀର୍ଘ ସମୟ ଧରି କୌଣସି ମ୍ଯାଚ ଖେଳ ଯାଇନାହିଁ ।

ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି କି ଉଭୟ ଦେଶ ମଧ୍ୟରେ କ୍ରିକେଟ ସିରିଜ ଖେଳାଯିବା ନେଇ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ୨୦୦୮ରେ ପାକିସ୍ତାନରୁ ଆ-ତ-ଙ୍କ-ବା-ଦୀ ଆସି ଭାରତରେ ଆ-କ୍ର-ମ-ଣ କରିବା ପରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ଏହାର ପ୍ରଭାବ ରାଜନୈତିକ ସ୍ତରରେ ପଡିବା ସହ କ୍ରିକେଟ ଉପରେ ମଧ୍ୟ ପଡିଥିଲା ।

ସେବେଠାରୁ ଭାରତ କୌଣସି ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତ କରିନାହିଁ । ଭାରତ-ପାକିସ୍ତାନ କ୍ରିକେଟ ମ୍ଯାଚର କ୍ରେଜ ଏତେ ଅଧିକ ଏହାକୁ ସାରା ବିଶ୍ଵର କ୍ରିକେଟ ପ୍ରେମୀ ଚାହିଁ ରହିଥାନ୍ତି । ଯାହାର ଝଲକ ଗତ ଟି୨୦ ବିଶ୍ଵକପ୍ ରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏଥର ଟି-୨୦ ବିଶ୍ଵକପ୍ ଇତିହାସରେ ଭାରତ ପାକିସ୍ତାନ ଠାରୁ ପ୍ରଥମ ଥର ପାଇଁ ପରାସ୍ତ ହୋଇଥିଲା । ତାହା ବି ଏକଦମ ୧୦ ୱିକେଟରେ ।

ଏଥର ଟି-୨୦ ବିଶ୍ଵକପ୍ ରେ ଭାରତ ଖରାପ ପ୍ରଦର୍ଶନ କରି ସୁପର-୧୨ ପର୍ଯ୍ୟାୟରୁ ବିଦାୟ ନେଇଥିବା ବେଳେ ପାକିସ୍ତାନ ସେମି ଫାଇନାଲରୁ ବିଦା ହୋଇଥିଲା । ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ହାଇ ଭୋଳଟେଜ ମୁ-କା-ବି-ଲା ଦେଖିବା ପାଇଁ ଚାହିଁ ବସିଛନ୍ତି ସାରା ଦୁଇ ଦେଶର କ୍ରିକେଟ ପ୍ରେମୀ । ଆପଣ ଭାରତ-ପାକିସ୍ତାନ ମ୍ଯାଚକୁ ନେଇ କେତେ ଆଗ୍ରହୀ ଅଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।